PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ଫୋନରେ କଥା ହେବାବେଳେ ଛାତରୁ ଗଳି ପଡିଲେ ଯୁବକ, ଶୌଚାଳୟ ଟାଙ୍କିରେ ପଡି ହାରିଲେ ଜୀବନ
  • ||
  • ଭୁବନେଶ୍ୱର: ରାଜଧାନୀରେ ୭ଟି ଆବାସିକ ପ୍ଲଟ୍‌ ଓ ଫ୍ଲାଟ୍‌ ପାଇଁ ଇ-ନିଲାମ ଡାକିବାକୁ ଯାଉଛି ବିଡିଏ, ଜାଣନ୍ତୁ କେମିତି କରିବେ ଆବେଦନ
  • ||
  • ଟୋକିଓ : ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ଦଳ, ଅଷ୍ଟ୍ରେଲିଆକୁ ମାତ୍‌ ଦେଇ ପ୍ରଥମ ଥର ପାଇଁ ସେମିରେ ଟିମ୍‌ ଇଣ୍ଡିଆ
  • ||
  • ନୀଳଗିରି: ଏକ୍ସନ ମୋଡ଼ରେ ନୀଳଗିରି ଏସଡିପିଓ, ବିଭିନ୍ନ ସ୍ଥାନରେ ରାତି ଅଧିଆ ଚଢ଼ାଉ
  • ||
  • ଟୋକିଓ ଟକ୍କର: ଡିସ୍‌କସ୍‌ ଥ୍ରୋ ଫାଇନାଲ୍‌ ମଇଦାନକୁ ଓହ୍ଳାଇବେ କମଲପ୍ରୀତ୍
  • ||
  • ରାଜ୍ୟରେ ଆଉ ୬୭ ଜଣଙ୍କ ଜୀବନ ନେଲା କରୋନା, ୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା
  • ||
  • ଓଡ଼ିଶାରେ କମୁଛି ସଂକ୍ରମଣ , ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୦୩୨ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ୱର: ଆସନ୍ତା ଦୁଇ ଦିନ କାଁ ଭାଁ ବର୍ଷା ସମ୍ଭାବନା, ୪ରୁ ପୁଣି ବଢ଼ିବ ବର୍ଷା
  • ||
  • ପାରଳାଖେମୁଣ୍ଡି: ପୁଣି ଗୌଡ଼ଗାଁ ଗଲା ତଦନ୍ତକାରୀ ଟିମ୍‌, ବିଦ୍ୟାଙ୍କୁ ଆଉଥରେ ହୋଇପାରେ ଜେରା
  • ||
  • ଟୋକିଓ ଟକ୍କର: ପୁଣି ନିରାଶ କ​‌ଲେ ଦୌଡ଼ ରାଣୀ ଦୂତି, ୨୦୦ ମିଟର ଦୌଡ଼ରେ ସପ୍ତମ ସ୍ଥାନରେ ଆସିଲେ
  • ||

କରୋନାକୁ ହରାଇଲେ ଶିବରାଜ: ରିପୋର୍ଟ ନେଗେଟିଭ୍ ପରେ ହସ୍ପିଟାଲରୁ ହେଲେ ଡିସଚାର୍ଜ

ଭୋପାଳ, ୦୬/୦୮: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ସଂକ୍ରମଣରୁ ମୁକୁଳିଛନ୍ତି । ବୁଧବାର ସେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କୁ ଆଗାମୀ ୭ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ନିଜ ସ୍ୱାସ୍ଥ୍ୟ ଉପରେ ୭ ଦିନ ପର୍ଯ୍ୟନ୍ତ ନଜର ରଖିବାକୁ ବି ପରାମର୍ଶ ଦିଆଯାଇଛି । ଶିବରାଜ ରବିବାର ଟ୍ୱିଟ୍‌ କରି ସୁସ୍ଥ ଥିବା କହିଥିଲେ ।

ତାଙ୍କଠାରେ କୌଣସି ଲକ୍ଷଣ ନ ଥିଲା । ଏହାପରେ ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ବୁଧବାର ସକାଳେ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଜୁଲାଇ ୨୫ ତାରିଖରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୦ ଦିନ ଧରି କରୋନାର କୌଣସି ଲକ୍ଷଣ ତାଙ୍କଠାରେ ଦେଖିବାକୁ ମିଳି ନ ଥିଲା । ତେଣୁ ୧୧ ଦିନ ବେଳକୁ ତାଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିଥିଲା । ସୋମବାର ଶିବରାଜ ଚିରାୟୁ ହସ୍ପିଟାଲରେ ଦୀପ ଜାଳି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମିପୂଜା ନେଇ ନିଜ ଖୁସି ଜାହିର କରିଥିଲେ । ଏଥିଲାଗି ହସ୍ପିଟାଲର ଏକ ସ୍ଥାନରେ ଭଗବାନ ଶ୍ରୀରାମଙ୍କର ଏକ ଫଟୋ ଲଗାଯାଇଥିଲା ।