ବଲାଙ୍ଗିର ମିଶନ ଶକ୍ତି ଭବନ ପାଇଁ ମୁଖ୍ଯମନ୍ତ୍ରୀ ପ୍ରଦାନ କଲେ ୧ କୋଟି

ବଲାଙ୍ଗିର ୬/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗୀର ଗସ୍ତ କରିଛନ୍ତି । ବଲାଙ୍ଗୀର ପଥରଚେପା ଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କରିବାସହ ବ୍ଲକ ସ୍ତରୀୟ ମହାସଂଘ ପାଇଁ ସହାୟତା ଓ ମିଶନ ଶକ୍ତି ଗୃହ ଯୋଗାଇଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦେଢ଼ ମାସରେ ଦ୍ବିତୀୟ ଥରପାଇଁ ବଲାଙ୍ଗିର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପଥରଚେପାଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାସମାବେଶରେ ମିଶନ ଶକ୍ତି ମା ମାନଙ୍କୁ ସମ୍ବୋଧନ କରିବାସହ ମିଶନ ଶକ୍ତି ଗୃହର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ନବୀନ । ଏହା ସହ ମୋବାଇଲ କିଣିବାକୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି । ବ୍ଲକ ସ୍ତରୀୟ ମହାସଂଘ ପାଇଁ ସହାୟତା ଓ ମିଶନ ଶକ୍ତି ଗୃହ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
୨୦୦୧ ମସିହାରେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । ୧୮ ବର୍ଷ ମଧ୍ୟରେ ଏହା ଅନେକ ମହିଳାଙ୍କୁ ସ୍ବାବଲମ୍ବୀ ହେବା ଶିଖାଇଛି । ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ସଶକ୍ତ ହୋଇପାରିଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ହୋଇପାରିଛି । ରାଜ୍ୟର ଅସଂଖ୍ୟ ମହିଳା ମିଶନ ଶକ୍ତି ପାଇଁ ନିଜ ପରିଚୟ ପାଇଛନ୍ତି ।