ପ୍ରମୁଖ ଖବର
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ଓଡ଼ିଶା ଦେଉଛି ଭୋଟ: ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜଗତସିଂହପୁରରେ ସର୍ବାଧିକ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

କେଜ୍ରିୱାଲଙ୍କ ବୁଦ୍ଧି ଭ୍ରମରେ ପଡ଼ି ଯାଇଛି , ନିଜ କଥା ମୋ ସହ ଯୋଡ଼ୁଛନ୍ତି : ଯୋଗୀଙ୍କ ପାଲଟା ଆକ୍ରମଣ

ଫତେହପୁର – ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଲକ୍ଷ୍ନୌରେ ଦାବି କରିଛନ୍ତି ଯେ, ମୋଦି ସରକାର ୩ୟ ଥର କ୍ଷମତାକୁ ଆସିଲେ ଯୋଗୀଙ୍କୁ ହଟେଇ ଦିଆ ଯିବ। କେଜ୍ରିୱାଲଙ୍କ ଦାବିର କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ମୋଦୀ ତୀବ୍ର ପାଲଟା ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି କି, ଅରବିନ୍ଦ କେଜ୍ରିୱାଲ ଜେଲ୍‌ କଣ ଯାଇଛନ୍ତି , ତାଙ୍କର ବୁଦ୍ଧି ଭ୍ରମରେ ପଡ଼ିଯାଇଛି। ତାଙ୍କୁ ଏବେ ଲାଗୁଛି କି କେବେ ଜେଲ୍‌ରୁ ବାହାରକୁ ଆସିବେ ନାହିଁ। ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏତେ ଲାଳାୟିତ ଯେ,ନିଜ କଥାକୁ ମୋ ସହ ଯୋଡ଼ିବାକୁ ପ୍ରୟାସ କରୁଛନ୍ତି। ଏହା ଜେଲ୍ ଯିବାର ରିଆକ୍ସନ। 

ସିଏମ୍‌ ଯୋଗୀ କହିଛନ୍ତ କେଜ୍ରିୱାଲ ଏବେ ଜେଲରୁ ବାହାରି ଆସିଛନ୍ତି। ତାଙ୍କୁ ଜେଲ୍‌ର ସାଇଡ୍‌ ଇଫେକ୍ଟ ହେଉଛି। ସିଏମ୍‌ ଯୋଗୀ ଏମିତି ବି କହିଛନ୍ତି କି, ତାଙ୍କର କାଶରେ ପୂରା ଦିଲ୍ଲୀର ଜନତା ଆଜି କାଶୁଛନ୍ତି। ସିଏମ୍‌ କହିଛନ୍ତି କି ମୁଁ ଯୋଗୀ। ଦେଶ ଓ ସନାତନ ଧର୍ମ ପାଇଁ ଗୋଟିଏ ଥର ନୁହେଁ , ଶହେ ଥର କ୍ଷମତାକୁ ଏଡେଇ ପାରିବି। 

ମୁଖ୍ୟମନ୍ତ୍ରୀ ଯୋଗୀ ଫତେହପୁରରେ ବିଜେପି ପ୍ରାର୍ଥୀ ପାଇଁ ଆୟୋଜିତ ରାଲିରେ କହିଛନ୍ତି ଯେ, ଆଜି ଦିନରେ ୪ର୍ଥ ଜନସଭା କରୁଛନ୍ତି। କିନ୍ତୁ ଆମ୍‌ ଆଦମୀ ପାର୍ଟି ଓ ସପା ଦଳ ଜନତାଙ୍କ ଠାରୁ ଦୂରେଇ ଯାଉଛନ୍ତି। କାଲି କଂଗ୍ରେସ ଅଧ୍ୟକ୍ଷ ସପା ଅଧ୍ୟକ୍ଷଙ୍କ ସହ ପ୍ରେସ୍‌ କନଫରେନ୍ସ କରି ଥିଲେ। ଯୋଗୀ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଏବେ ଜେଲରୁ ବାହାରକୁ ଆସିଛନ୍ତି। ତାଙ୍କୁ ଜେଲ୍‌ର ସାଇଡ୍‌ ଇଫେକ୍ଟ ହେଉଛି। କହିଛନ୍ତି ଯେ - ଅରବିନ୍ଦ ଜୀ ମୁଁ ଯୋଗୀ। ମୋ ପାଇଁ ଦେଶ ପ୍ରଥମ। ଦେଶ ଓ ସନାତନ ଧର୍ମ ପାଇଁ ପୁଣି ଗୋଟେ ଥରେ ନୁହେଁ ଶହେ ଥର କ୍ଷମତାକୁ ତ୍ୟାଗ କରି ପାରିବି। ଆମ ଲୋକଙ୍କର ଯାହା କିଛିବି ହେଲା , ତାହା ଜନତା ଜନାର୍ଦନଙ୍କ ପାଇଁ । ଯେମିତି ପ୍ରଥମେ ଥିଲେ , ଆଗକୁ ସେମିତି ହିଁ ରହିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.