ସାମାଜିକ ଦୂରତ୍ବ ପାଇଁ ଦୋକାନରେ ଲକ୍ଷ୍ମଣ ରେଖା ଟାଣିଲା ସିଏମ୍‌ସି

କଟକ ୨୬/୩: ସହରରେ ଥିବା ବିଭିନ୍ନ ଛୋଟ ବଡ ଦୋକାନ ସମେତ ସପିଂ ମଲ୍‌ ଓ ଛତ୍ରବଜାର ଆଦିରେ ଜନଗହଳିକୁ ଦୃଷ୍ଟିରେ ରଖି ସିଏମ୍‌ସି ପକ୍ଷରୁ ସାମାଜିକ ଦୂରତ୍ୱ ନିୟମ ଲାଗୁ କରାଯାଇଛି । ଲକ୍‌ ଡାଉନ୍‌ ପରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଛତ୍ର ବଜାର, ମାଲଗୋଦାମ, ସପିଂ ମଲ୍‌ ଓ ଦୋକାନମାନଙ୍କରେ ଜନଗହଳି ଦେଖିବାକୁ ମିଳିଥିଲା । ଯାହା କରୋନା ସଂକ୍ରମଣର ଏକ ସହଜ ମାଧ୍ୟମ । ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟରେ ମଧ୍ୟ ଲୋକମାନେ ଯେଉଁଭଳି ଭାବେ ସାମାଜିକ ଦୂରତ୍ୱ ରକ୍ଷା କରିପାରିବେ ସେଥିପାଇଁ ଏକ ଦୋକାନ ସମ୍ମୁଖରେ ପ୍ରାୟ ୩ଫୁଟ୍‌ ଦୂରତା ବ୍ୟବଧାନରେ ଗୋଟିଏ ଗୋଲ୍‌ ଚିହ୍ନ ପକାଯାଇଛି । ପ୍ରତ୍ୟେକ ଗୋଲ୍‌ ଚିହ୍ନରେ ଜଣେ ଲେଖାଏଁ ଲୋକ ଛିଡା ହୋଇପାରିବେ ।

ବୁଧବାର ରାତି ସୁଦ୍ଧା ବିଡାନାସୀ, ରାଣୀହାଟ, ବକ୍ସିବଜାର, ବାଦାମବାଡି, ଛତ୍ରବଜାର, ମାଲଗୋଦାମ ଆଦି ପ୍ରାୟ ସୁବ ସ୍ଥାନରେ ଏହି ଚିହ୍ନ ତିଆରି କରାଯାଇଛି । ଛୋଟ ଦୋକାନମାନଙ୍କରେ ଏଖା ସହ ପ୍ରାୟ ୬ଜଣ ଲୋକ ଓ ସପିଂ ମଲ୍‌ରେ ଏକାସହ ପ୍ରାୟ ୧୨ ଜଣ ଲାଇନ୍‌ କରି ସାମଗ୍ରୀ ନେଇପାରିବେ । ଏହି ନିୟମ ସମସ୍ତ ଦୋକାନୀ ଓ ବ୍ୟବସାୟୀ କଡାକଡି ଭାବେ ପାଳନ କରିବାକୁ ବାଧ୍ୟତା ମୂଳକ ଥିଲାବେଳେ ଆଜିଠୁ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଦ୍ୱାରା ଯାଞ୍ଚ୍‌ କରାଯିବ ବୋଲି ସିଏମ୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ

ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍

ରାଜ୍ୟ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ୍