ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ସିଏମ୍‌ସିର ଦୁର୍ନୀତି ତଦନ୍ତ ପାଇଁ ଆର୍‌ଡିସିଙ୍କ ନିର୍ଦ୍ଦେଶ

କଟକ ୨୩/୯: ସିଏମ୍‌ସିରେ ହୋଇଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆର୍‌ଡିସି ସିଏମ୍‌ସି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀପ କୁମାର ପରିଜା ଓ ଅନ୍ୟମାନଙ୍କ ପକ୍ଷରୁ ଦିଆଯାଇଥିବା ଏକ ସ୍ମାରକପତ୍ରକୁ ଗ୍ରହଣ କରି ଆର୍‌ଡିସି ତଥା ସିଏମ୍‌ସିର ମୁଖ୍ୟ ପ୍ରଶାସକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆର୍‌ଡିସିଙ୍କ ସଚିବ ରାଜ କିଶୋର ଶାସ୍ତ୍ରୀ କଟକ ମହାନଗର ନିଗମର କମିସନର ଅନନ୍ୟା ଦାସଙ୍କୁ ଚିଠି କରିଛନ୍ତି।

ସ୍ମାରକପତ୍ରରେ ଅଭିଯୋଗ କରାଯାଇଛି କି, ସିଏମ୍‌ରେ ଠିକା କାମ କରୁଥିବା ଦୁଇଟି ଏଜେନ୍ସି ଅଧୀନରେ କାର୍ଯ୍ୟ କରୁଥିବା ୧୯ଜଣ କର୍ମଚାରୀଙ୍କୁ ୧୯ମାସ ହେବ ଦରମାରୁ ବଞ୍ଚିତ କରାଯାଇଛି । ଏ ନେଇ କର୍ମଚାରୀମାନେ ବାରମ୍ବାର ଅଭିଯୋଗ କରାଯାଉଥିଲେ ବି କୌଣସି ପ୍ରକାରର ଫଳପ୍ରଦ ହେଉନାହିଁ । ସେହିଭଳି ୨୦୧୫ମସିହାରେ ଜଣେ ପୂର୍ବତନ କନିଷ୍ଠ ସହାୟକଙ୍କ ବିରୋଧରେ ଯାନବାହାନ ବିଭାଗରେ ୧୦କୋଟିରୁ ଅଧିକ ଟଙ୍କା ହରିଲୁଟ୍‌କୁ ନେଇ ପୂର୍ବତନ କମିସନର ଜ୍ଞାନ ରଞ୍ଜନ ଦାସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାକୁ ଚାପି ଦିଆଯାଇଛି ।

୨୦୧୭ମସିହାରେ ପ୍ରତିଷ୍ଠାନ ଅଧିକାରୀ ହିସାବରେ ପୂର୍ବତନ ରିକଭରି ଅଧିକାରୀଙ୍କ ବିରୋଧରେ ହୋଲ୍ଡିଂ ଟିକସ ବାବଦକୁ ୩କୋଟି ଟଙ୍କା ଆତ୍ମସାତ୍‌ କରିବାକୁ ନେଇ ତଦନ୍ତ କରିବା ପାଇଁ ପୂର୍ବତନ କମିସନର ନିର୍ଦ୍ଦେଶ ଦେଇଥିଲେ ବି ତାହା ସେମିତି ପଡିରହିଛି । ଏହାସହ ୨୦୧୭ମସିହାରେ ସିଡିଏ ଓ ବିଡାନାସୀ ଅଞ୍ଚଳରେ ହୋଲ୍ଡିଂ ଟିକସ ନେଣଦେଣକୁ ନେଇକୋଟି କୋଟି ଟଙ୍କା ହରିଲୁଟ ଅଭିଯୋଗ, ବିଭିନ୍ନ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସ୍ମାରକପତ୍ରରେ ଅଭିଯୋଗ ହୋଇଛି । ଏନେଇ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.