PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

କୋଇଲା ବୋଝେଇ ଟ୍ରେନରେ ନିଆଁ : ଜଳିଗଲା ୨୦ଟି ବଗି

କଣ୍ଟାବାଞ୍ଜି ୨୪।୧୨:  କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । କୋଇଲା ବୋଝେଇ ଟ୍ରେନରେ ଲାଗିଗଲା ନିଆଁ । ନିଆଁକୁ ଆୟତ୍ତ କଲା କଣ୍ଟାବାଞ୍ଜି ଦମକଳ ବାହିନୀ ।

ସୂଚନାଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୧୧ଟା ୩୦ମିନିଟ୍‌ରେ ବିଶାଖାପାଟଣାରୁ ରାୟପୁର ଅଭୁମୁଖେ ଯାଉଥିବା ଟ୍ରେନ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ମୁରିବାହାଲ ଷ୍ଟେସନରେ ଲାଗିଥିବା ଜଣାପଡିଥିବା ବେଳେ ମୁରିବାହାଲ ଷ୍ଟେସନ କର୍ମଚାରୀ କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେଇଥିଲେ ।

କଣ୍ଟାବାଞ୍ଜି ଦମକଳ ବାହିନୀ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ୨୦ଟି ବଗିରେ ନିଆଁ ଲାଗିଥିବା ବେଳେ ବିଳମ୍ବିତ ରାତିରେ ନିଆଁକୁ ଆୟତ୍ତ କରାଯାଇଥିବା କଣ୍ଟାବାଞ୍ଜି ଦମକଳ ବାହିନୀ ଅଧିକାରୀ ସୂଚନା ଦେଇଛନ୍ତି ।