PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପରୁ ବାଦ୍‌ ପଡିପାରେ ଚିଲିକା

ଭୁବନେଶ୍ୱର ୧୬/୧୨: ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପରୁ ବାଦ୍‌ ପଡିପାରେ ଚିଲିକା । ଚିଲିକା ହେଉଛି ପରିବେଶ ସମ୍ବେଦନଶୀଳ ଅଞ୍ଚଳ । ଚିଲିକାରେ ବ୍ରିଜ୍‌ ନିର୍ମାଣ ହେଲେ, ଜୈବ ବିବିଧତା ପ୍ରଭାବିତ ହେବା ସହ ଡଲଫିନ୍‌ର ଚଳ ପ୍ରଚଳ ପାଇଁ ସମସ୍ୟା ଆସିପାରେ । ତେଣୁ ସରକାର ଚିଲିକା ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ।

କେନ୍ଦ୍ର ସରକାରଙ୍କ ଭାରତମାଲା ପରିଯୋଜନାରେ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପାଇଁ ୭,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ୪୫୧ କିମିର ହାଇୱେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଦେଇ ଯିବ । ନିକଟରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ରାଜପଥ ପ୍ରାଧିକାରଣ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଦିଆଯାଇଥିବା ସାତପଡ଼ା-ଦୀଘା ରାସ୍ତା ପାଇଁ ସରକାର ରାଜି ହୋଇଯାଇଥିଲେ । କିନ୍ତୁ ସାତପଡ଼ା-ଗୋପାଳପୁର ମଧ୍ୟରେ ହେବାକୁ ଥିବା ଚିଲିକା ଅଞ୍ଚଳକୁ ଏଥିରୁ ବାଦ୍‌ ଦେବାକୁ ଚିନ୍ତା କରୁଛନ୍ତି । ଏହି ଅଞ୍ଚଳରେ ହାଇୱେ ନିର୍ମାଣ ହେଲେ ଡଲଫିନ୍‌ଙ୍କ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏନ୍‌ଏଚ୍‌ଏଆଇ ଚିଲିକା ଉପରେ ୨ଟି ସିଙ୍ଗନେଚର ବ୍ରିଜ୍‌ କରିବାକୁ ପ୍ରସ୍ତାବ ଦେଇଛି । ତେବେ ଚିଲିକାରେ ବ୍ରିଜ୍‌ ନିର୍ମାଣ କରିବାକୁ ରାଜ୍ୟ ସରକାର ରାଜି ନାହାନ୍ତି ।

୧୬ ନମ୍ବର ଜାତୀୟ ରାଜପଥ ସହ କୋଷ୍ଟାଲ୍‌ ହାଇୱେକୁ ଯୋଡିଲେ ଲୋକଙ୍କୁ ଆଉ ବୁଲି ଆସିବାକୁ ହେବନି । ସିଧାସଳଖ ସମୁଦ୍ର କୂଳେ କୂଳେ ଯାତ୍ରା କରିହେବ । ସାତପଡ଼ା-କୃଷ୍ଣପ୍ରସାଦ ରାଜ୍ୟ ରାଜପଥକୁ ମଧ୍ୟ ଯୋଡ଼ାଯିବ । ଯାହା ଖୋର୍ଦ୍ଧା ଓ ବ୍ରହ୍ମପୁର ମଧ୍ୟରେ ଜାତୀୟ ରାଜପଥକୁ ସଂଯୋଗ କରିବ । ସଂଶୋଧିତ ପ୍ରସ୍ତାବ ଅନୁସାରେ,ସାତପଡ଼ା-ଦୀଘା ମଧ୍ୟରେ ହେବାକୁ ଥିବା ହାଇୱେ କୋଣାର୍କ, ଅସ୍ତରଙ୍ଗ, ରତନପୁର, ଧାମରା, ବାସୁଦେବପୁର ଓ ଚାନ୍ଦିପୁର ଦେଇ ଯିବ ।
ତେବେ ଚିଲିକା ଉପରେ ବ୍ରିଜ୍‌ ନିର୍ମାଣ ସମ୍ପର୍କରେ ଆଉ ଏକ ବୈଠକ ହେବ । ଏହା ପରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବେ । ତେବେ ପରିବେଶ ସମ୍ବେଦନଶୀଳ ଅଞ୍ଚଳକୁ ପ୍ରଭାବିତ କରି କୌଣସି ନିଷ୍ପତ୍ତି କରିବା ସପକ୍ଷରେ ରାଜ୍ୟ ସରକାର ନଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।