PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କଲେ ପୁରୀ ଏଡିଏମ
  • ||
  • କଟକ: ମାତା ମଠ ନିକଟରେ ସିଲଭରସିଟି ବୋଟିଂ କ୍ଲବର ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ: କାର୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
  • ||
  • ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ
  • ||
  • କର୍ଲାମୁଣ୍ଡା : କରୋନାରେ ଚାଲିଗଲା ଯୁବ ଶିକ୍ଷକଙ୍କ ଜୀବନ
  • ||
  • ତେଲକୋଇ: ଶାବକ ବାରହା ଢ଼ୁଡ ପୁଣି ନିଖୋଜ, ଗତ କିଛି ଦିନ ତଳେ ମାଆ କୁନ୍ତଳାଙ୍କ କୋଳକୁ ଫେରିଥିଲା
  • ||
  • ସମ୍ବଲପୁର: ଭିମସାରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ସଚିବ ପ୍ରମୁଖଙ୍କ କୋଭିଡ ମୁକାବିଲା ସମୀକ୍ଷା, ବୁର୍ଲାରେ ମୋଟ୍ ୫୨୫ ଶଯ୍ୟା କୋଭିଡ ହସପିଟାଲ ହେବ ବୋଲି ଶ୍ରୀ ମହାପାତ୍ରଙ୍କ ସୂଚନା
  • ||
  • ନିଆଳି: ବାଲିକୁଦା ଜଙ୍ଗଲରୁ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ୩ଦିନ ଧରି ଏହି ଯୁବକ ନିଖୋଜ ଥିଲେ
  • ||
  • ମେଲଚ୍ଛାମୁଣ୍ଡା : ହାତୀ ଆକ୍ରମଣରେ ଜଣେ ମୃତ
  • ||
  • ବୌଦ୍ଧ: ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ
  • ||
  • ସାଲେପୁର: ବିଦ୍ୟୁତଘାତରେ କେବୁଲ ଅପେରେଟର ମୃତ୍ୟୁ। ବିଦ୍ୟୁତ ଖୁଣ୍ଟରେ ଚଢ଼ି କେବୁଲ କାର୍ଯ୍ୟ କରୁଥିବା ବେଳେ ଅଘଟଣ
  • ||
  • ଭୁବନେଶ୍ଵର: ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ ବିଏମ୍‌ସିର କଟକଣା, ଖୁବଶୀଘ୍ର ଆସିବ ଏସ୍‌ଓପି
  • ||
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||

ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ମୁକ୍ତ କଲେ ମାଓବାଦୀ

ଛତିଶଗଡ଼ – ଅପହୃତ ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ମୁକ୍ତ କଲେ ମାଓବାଦୀ । ଯବାନ ରାକେଶ୍ୱର ସିଂ ମନହାସଙ୍କୁ ମାଓବାଦୀ ବିଜାପୁରର ତାରେମ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି । ୫ଦିନ ପରେ ସ୍ଥାନୀୟ ଆଦିବାସୀଙ୍କ ହାତରେ ଅପହୃତ ଯବାନ ରାକେଶ୍ୱରଙ୍କୁ ମାଓବାଦୀ ମାନେ ଛାଡ଼ିଦେଇଛନ୍ତି । ତାରେମ କାମ୍ପରେ ପହଞ୍ଚିବା ପରେ ରାକେଶ୍ୱର ସିଂହଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଉଲ୍ଲେଖନୀୟ ଯେ, ଏପ୍ରିଲ ୩ତାରିଖରେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ ଏବଂ ବନ୍ଧକ ରଖିଥିଲେ । ଛତିଶଗଡ଼ ବିଜାପୁରରେ ମାଓବାଦୀ -ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବନିମୟ ବେଳେ ଯବାନଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ ।

ପ୍ଲିଜ୍‌ , ମୋ ପାପାଙ୍କୁ ଛାଡ଼ିଦିଅ … ନିଖୋଜ କୋବ୍ରା କମାଣ୍ଡୋଙ୍କର ୫ବର୍ଷିୟ ଝିଅର ଆକୁଳ ନିବେଦନ

ସେପଟେ ମନହାସ୍‌ଙ୍କୁ ମୁକ୍ତହେବା ଖବର ଶୁଣି ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କ ପତ୍ନୀ ମୀନୁ ମନହାସ୍‌ କହିଲେ ଆମେ ଧୈର୍ଯ୍ୟର ସହ ତାଙ୍କ ଫେରିବାକୁ ଅପେକ୍ଷା କରିଥିଲୁ । ସ୍ୱାମୀଙ୍କର ମାଓଙ୍କ କବଳରୁ ଫେରିବା ଜୀବନର ସବୁଠୁ ଖୁସି ଖବର ବୋଲି ମୀନୁ କହିଛନ୍ତି। ଏହାସହ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାକେଶ୍ୱରଙ୍କର ପତ୍ନୀ ମୀନୁ ମନହାସ୍।

ଯବାନ ରାକେଶ୍ୱର ସିଂହ ମନହାସ ବାସାଗୁଡ଼ାରେ ପହଞ୍ଚିଛନ୍ତି ଏବଂ ମେଡିକାଲ ଟେଷ୍ଟ ପରେ ସୁସ୍ଥ ଥିବା ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି ।

ମାଲକାନଗିରି ସୀମାନ୍ତ ବିଜାପୁରରେ ଏପ୍ରିଲ ୩ତାରିଖରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ୨୨ ଜଣ ଯବାନ ଶହୀଦ ହୋଇଥିଲେ । ଏଥିସହ ୩୧ ଯବାନ ଆହତ ହୋଇଥିଲେ । ଏହା ଚଳିତ ବର୍ଷର ସବୁଠାରୁ ବଡ ମାଓବାଦୀ ଆକ୍ରମଣ ଥିଲା । ଏହି ଆକ୍ରମଣରେ ମାଓବାଦୀମାନେ ରକେଟ୍ ଲଞ୍ଚର ଓ ଏଲଏମଜି ବ୍ୟବହାର କରିଥିଲେ। ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଳା ସିଲେପୁର ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହା ପରେ ସିଆରପିଏଫ ଓ ଡିଆରଜି ଯବାନମାନେ ଜଙ୍ଗଲରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀମାନେ ଓ ମାଓବାଦୀଙ୍କର ସବୁଠାରୁ ମଜବୁତ ଗଡ ବୋଲି କୁହାଯାଉଥିବା ବିଜାପୁରରେ ଏହି ଅପରେସନ୍ ଚଲାଇଥିଲେ। ମାଓବାଦୀଙ୍କ ବିରୋଧରେ ଚାଲିଥିଲା ଅଭିଯାନ ନକ୍ସଲଙ୍କର ସବୁଠାରୁ ବଡ ପିପୁଲ୍ସ ଲିବରେସନ୍ ଗ୍ରୁପ୍ ଆର୍ମି ପ୍ଲାଟୁନ୍ ଓ୍ବାନ୍ ମଧ୍ୟରୁ ଅନ୍ୟତମ ମାଓବାଦୀଙ୍କ କମାଣ୍ଡର ହିଡମା ଗଡରେ ଥିଲା। ସିଆରପିଏଫ୍ ଓ ଛତିଶଗଡ ପୋଲିସକୁ ଖବର ମିଳିଥିଲା ଯେ, ନକ୍ସଲଙ୍କ ଦୁର୍ଦାନ୍ତ କମାଣ୍ଡର ହିଡମା ବିଜାପୁରଠାରୁ ୧ କିଲୋମିଟର ଦୂରରେ ଏକ ଗାଁରେ ରହିଛି। ଏହାପରେ ସିଆରପିଏଫ୍ ଓ ଛତିଶଗଡ ପୋଲିସ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏକ ଜଏଣ୍ଟ ଅପରେସନ୍ ଚଳାଇଥିଲେ।