ଜାଡ଼ରେ ଥରିବ ଅଧା ଭାରତ, ଓଡ଼ିଶା ସମେତ ଅନେକ ରାଜ୍ୟରେ ଭୟଙ୍କର କୁହୁଡ଼ି ସମ୍ଭାବନା

pic- internet
ନୂଆଦିଲ୍ଲୀ,୨୪/୦୧: ଏହି ସପ୍ତାହରରେ ପ୍ରବଳ ଜାଡ଼ରେ ଥରିବ ଉତ୍ତର, ପଶ୍ଚିମ ଓ ମଧ୍ୟମ ଭାରତ। ଭାରତୀୟ ପାଣି ପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୫ ଦିନ କିଛି ରାଜ୍ୟରେ ତାପମାତ୍ରା ତଳକୁ ଖସି ୩ରୁ ୫ ଡିଗ୍ରି ହେବାର ସମ୍ଭାବନା ରହିଛି। ଆଇଏମଡି ଅନୁଯାୟୀ, ଶୀତ ଲହର ଭିତରେ ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନାରେ ପ୍ରବଳ ଶୀତ ଅନୁଭୂତ ହେବ।
ଏହି ସବୁ ରାଜ୍ୟ ବ୍ୟତୀତ ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଗୁଜରାଟରେ ଆଗାମୀ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଏହାସହ ଆଗାମୀ ୫ ଦିନ ଅସମ୍ଭାଳ ଶୀତ ହେବ ବୋଲି ଆଶଙ୍କା କରିଛି ଭାରତୀୟ ପାଣି ପାଗ ବିଭାଗ।
ଅନ୍ୟପଟେ ଆଗାମୀ ଦୁଇରୁ ତିନି ଦିନ କିଛି ରାଜ୍ୟରେ ଭୟଙ୍କର କୁହୁଡ଼ି ହେବାର ସମ୍ଭାବନା ମଧ୍ୟ ରହିଛି। ସେହି ରାଜ୍ୟଗୁଡ଼ିକ ହେଲା ପଞ୍ଜାବ, ୟୁପି, ହରିୟାଣା, ଓଡ଼ିଶା, ବିହାର, ଦିଲ୍ଲୀ, ପଶ୍ଚିମବଙ୍ଗ, ଆସାମ, ସିକିମ, ମେଘାଳୟ ଓ ତ୍ରିପୁରା। ପାଣିପାଗ ବିଭାଗ ଅନୁଯାୟୀ, ଶୀତ ଲହର ସମୟରରେ କୋଲ୍ଡ ଡେ ବା ଥଣ୍ଡା ଦିନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଲେ ହୋଇଥାଏ। ଏବଂ ସର୍ବାଧିକ ତାପମାତ୍ରା ୪.୫ ଡିଗ୍ରି ସେଲ୍ସିୟସ ତଳକୁ ରହିଥିଲେ ଥଣ୍ଡା ଦିନ କୁହାଯାଇଥାଏ।