ଜାନୁଆରୀ ୨୬ ପୁଣି ଫେରିବ ହାଡଭଙ୍ଗା ଶୀତ, ଏହି ସବୁ ରାଜ୍ୟରେ ପଡ଼ିବ ଶୀତର ପ୍ରକୋପ, ସତର୍କ କଲା ପାଣିପାଗ ବିଭାଗ

Pic Credit : The New Indian Express
ନୂଆଦିଲ୍ଲୀ,୨୪/୦୧: କିଛିଦିନର ବ୍ୟବଧାନ ପରେ ଏବେ ପୁଣି ଫେରୁଛି ହାଡଭଙ୍ଗା ଶୀତ। ଏନେଇ କିଛି ରାଜ୍ୟକୁ ସତର୍କ ସୂଚନା ବି ଜାରୀ କରିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର ଅର୍ଥାତ୍ ଆଇଏମଡି। ରାଜଧାନୀ ଦିଲ୍ଲୀରେ ଜାୁଆରୀ ୨୬ ତାରିଖ ପରେ ଶୀତର ପ୍ରକୋପ ବଢ଼ିବ। ପାଣିପାଗ ବିଭାଗ କୁହାଯାଇଛି ଯେ, ଦିଲ୍ଲୀ, ହରିୟାଣା ଓ ପଞ୍ଜାବରେ ଦୁଇ ଫେବୃଆରୀ ପର୍ଯ୍ୟନ୍ତ ବର୍ଷା ହେବାର କୌଣସି ବି ସମ୍ଭାବନା ନାହିଁ। ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର କେ ଜେନାମଣି କହିଛନ୍ତି ଯେ, ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ୨ ଫେବୃଆରୀ ପର୍ଯ୍ୟନ୍ତ କୌଣସି ବର୍ଷା ସମ୍ଭାବନା ନାହିଁ। ସେ କହିଛନ୍ତି ତାପମାତ୍ରା ପାଖାପାଖି ୧୫ରୁ୧୭ ଡିଗ୍ରୀ ପାଖାପାଖି ରହିବ। ୨୬ ଜାନୁଆରୀ ପରେ ଦିଲ୍ଲୀରେ ଶିିତ ଲହରୀ ଜାରୀ ରହିବ।
ସୂୁଚନା ଅନୁସାରେ ଚଳିତ ବର୍ଷ ଦିଲ୍ଲୀରେ ସର୍ବାଧିକ ବର୍ଷା ଆକଳନ କରାଯାଇଛି । ଏ ପର୍ଯ୍ୟନ୍ତ ୮୮.୦୨ ମିଲିମିଟର ବର୍ଷା ହୋଇସାରିଛି। ଭାରତୀୟ ପାଣିପାଗ ବିଭାଗର କହିବା ଅନୁୂସାରେ ୧୨୨ ବର୍ଷ ପରେ ଦିଲ୍ଲୀରେ ଏତେ ପରିମାଣର ବର୍ଷା ଆକଳନ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ସୋମବାର ସକାଳେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥିଲା। ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ସେଲସିୟସ୍ ରହିଥିଲା। ସଫଦରଜଙ୍ଗ ଅଞ୍ଚଳରେ ତାପମାତ୍ରା ୯୫ ପ୍ରତିଶତ ଥିଲା।
କୁହାଯାଉଛି କି କିଛିଦିନ ହେବ ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବରେ ବାୟୁ ପ୍ରଦୁଷଣର ମାତ୍ରା ବଢ଼ିଛି। ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ ଦେଖାଯାଉନାହିଁ। ଯଦ୍ୱାରା କି ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି ଲୋକେ। ତେବେ ଆଗାମୀ ଦିନରେ ଶୀତର ପ୍ରଭାବ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏହାକୁ ନେଇ ଚିନ୍ତାରେ ରାଜଧାନୀବାସୀ।