PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

https://www.amarujala.com/

ଆଗ୍ରା,୨୯।୧୦: ବରେଲିର ୪୨  ହିନ୍ଦି ଅଧ୍ୟାପକ ଅବଦ୍ଧେଶ କୁମାରଙ୍କ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା। ଅଧ୍ୟାପକଙ୍କୁ ହତ୍ୟା ମାମଲାରେ ସମ୍ପୃକ୍ତ ଅଛନ୍ତି ତାଙ୍କ ପତ୍ନୀ ବିନିତା। ସୁପାରି ଦେଇ ବିନିତା ନିଜ ସ୍ବାମୀ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ଜଳାଇ ପାଉଁଶ ପୋତି ଦେଇଥିଲେ। ଏହି ମାମଲାରେ ଅଧ୍ୟାପକଙ୍କ ପତ୍ନୀ, ଶାଳି, ଶଶ୍ବୁର ଓ ଶାଳାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ଜଣକୁ ଗିରଫ କରାଯାଇଛି।। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ନିଜ ସ୍ବାମୀର ହତ୍ୟାପରେ ବି ଅଭିଯୁକ୍ତ ସ୍ତ୍ରୀ ବିନିତା ସୋସିଆଲ ମିଡିଆରେ ସକ୍ରିୟ ଥିଲେ। ଲଗାତାର ଭାବରେ ନିଜ କମ୍ପାନୀର ଭିଡିଓ ଫେସବୁକରେ ସେୟାର କରୁଥିଲେ।

ଅଧ୍ୟାପକ ସ୍ବାମୀକୁ ହତ୍ୟା କରିବାର ପରଦିନ ଅର୍ଥାତ ୧୩ ଅକ୍ଟୋବରରେ ବିନୀତା ରାତି ସାଢେ ନଟା ବେଳେ ନିଜ କମ୍ପାନୀର ପ୍ରଚାର ପାଇଁ ଏକ ଭିଡିଓ ଫେସବୁକରେ ପୋଷ୍ଟ କରିଥିଲେ। ଏବେ ସେ ଅଫଲାଇନରେ ଥିବା ବେଳେ ଅବଦ୍ଧେଶ ଓ ବିନିତାଙ୍କ ସମ୍ପର୍କୀୟ ଲୋକ  ତାଙ୍କର ପୋଷ୍ଟ ଉପରେ କମେଣ୍ଟ ଦେଇ ଚେତାବନୀ ଦେଉଛନ୍ତି ​‌ସେ ବଞ୍ଚିପାରିବେନି, ପୋଲିସ ପାଖରେ ଆସି ସରେଣ୍ଡର କରିଦେବା ଦରକାର।  ଅବଦ୍ଧେଶଙ୍କ ଦାଦା ପୁଅ ଭାଇ ରବିନ୍ଦ୍ର ଜାଦୌନ ଫେସବୁକ୍ ଆଇଡିରେ ସମସ୍ତ ହତ୍ୟକାରୀଙ୍କ ଫଟୋକୁ କ୍ଲୋଜ୍ କରି ସେୟାର କରିଛନ୍ତି। ଏହା ସହିତ ଲୋକଙ୍କୁ ଏ ବିଷୟରେ ପୋଲିସକୁ ସୂଚନା ଦେବାକୁ ନିଦେବନ କରିଛନ୍ତି। ବହୁ ଲୋକ ବିନିତାଙ୍କ ସନ୍ଧାନରେ ତାଙ୍କର ଫଟୋ ସେୟାର କରିବାର ନିବେଦନ କରିଛନ୍ତି। ଅନ୍ୟପକ୍ଷେ ପୋଲିସ ଫିରୋଜାବାଦ କୋର୍ଟରୁ ହିଷ୍ଟ୍ରିସିଟର ଶେର ସିଂ ଓରଫ୍ ଚିକୁର ‘ବି‘ ଓ୍ବାରେଣ୍ଟ ହାସଲ କରିଛି। ଏହା ଫଳରେ ତାକୁ ଜାମିନ୍ ମିଳିପାରିବ ନାହିଁ ଓ ବରେଲି ଆଣିବା ପାଇଁ ରିମାଣ୍ଡ ଆବେଦନ କରିପାରିବ।  

ମିଳିଥିବା ସୂଚନା ଅନୁସାରେ, ଫିରୋଜାବାଦର  ଏକ କଲେଜରେ ଅବଦ୍ଧେଶ ହିନ୍ଦୀ ଅଧ୍ୟାପକ ଥିଲେ। ସେ ବରେଲିର ଇଜ୍ଜତ ନଗରରେ ନିଜେ ଘର କରି ପତ୍ନି ବିନୀତା ଓ ପୁଅ ଅଂଶ(୬) ସହ ରହୁଥିଲେ।  ୪ ମାସ ହେବ ତାଙ୍କ ଶାଳି ଘରେ ରହୁଥିଲେ। ତେବେ ୧୨ ଅକ୍ଟୋବର ରାତିରେ ତାଙ୍କୁ ହତ୍ୟା କରି ମୃତଦେହକୁ ପୋଡି ପୋତି ଦେଇଥିଲେ। ଅବଦ୍ଧେଶ  ନିଖୋଜ ଥିବାରୁ ତାଙ୍କ ମା’ ପୋଲିସ ନିକଟରେ ଏଫଆଇଆର ଦେଇଥିଲେ। ଏଥିରେ ବୋହୁ ବିନିତା ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ସେ ଅପହରଣ ଓ ହତ୍ୟା ଅଭିଯୋଗ ଆଣିଥିଲେ।

ବିନିତା ଓ ତାଙ୍କ ପରିବାର ଲୋକ ଏବେ ବି ଫେରାର ଅଛନ୍ତି। ପୋଲିସ ତାଙ୍କର ସନ୍ଧାନରେ ରହିଛି। ଏବେ ତାଙ୍କର ମୋବାଇଲ କିମ୍ବା ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଆକ୍ଟିଭ ଥିବାର ଦେଖିବାକୁ ମିଳିନାହିଁ। ଉଲ୍ଲେଖନୀୟ ଯେ, ବିଳାସମୟ ଜୀବନ ବିତାଇବା ପାଇଁ ବିନିତା ୫ ଲକ୍ଷ ଟଙ୍କାର ସୁପାରି ଦେଇ ନିଜ ସ୍ବାମୀଙ୍କୁ ହତ୍ୟା କରିଥିଲେ। ହତ୍ୟା ସୁପାରି ନେଇଥିବା ଚିକୁ କହିଛି ଅବଦ୍ଧେଶଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକ ୫ ଳକ୍ଷ ଟଙ୍କା ଦେଇଥିଲେ। ଅବଦ୍ଧେଶଙ୍କ ବୟସ ୪୩ ବର୍ଷ ହୋଇଥିବା ବେଳେ ବିନିତାଙ୍କୁ ୩୧ ବର୍ଷ। ବୟସରେ ପାର୍ଥକ୍ୟ ଥିବାରୁ ଦୁହିଁଙ୍କର ମନ ଭିତରେ ତାଳମେଳ ନଥିଲା। ଅବଦ୍ଧେଶ ଶାନ୍ତ ସରଳ ସ୍ବଭାବର ହୋଇଥିବା ବେଳେ ବିନିତା ବିନଦାସ୍ ଜୀବନ ବିତାଇବାକୁ ଚାହୁଁଥିଲେ। ବିନିତା ନିଜେ ଏକ ବିଉଟି ପାର୍ଲର ଚଳାଉଥିଲେ। ସରକାରୀ ଚାକିରିଆ ହୋଇଥିବାରୁ ୧୨ ବର୍ଷ ବଡ ଅବଦ୍ଧେଶଙ୍କୁ ବିବାହ କରିଥିଲେ, କିନ୍ତୁ ତାଙ୍କର ବିଚାରଧାରା କେବେ ମିଶିନଥିଲା। ଶେଷରେ ଅବଦ୍ଧେଶଙ୍କୁ ହତ୍ୟା କରିଥିଲେ ବିନିତା।

ସମ୍ବନ୍ଧିତ ଖବର