କଲମ୍ବିଆ ବିଶ୍ବବିଦ୍ୟାଳୟର ଘୋଷଣା ପ୍ଲାଷ୍ଟିକ୍ ସର୍ଜରୀ ଭାରତର ଅବଦାନ

ନୂଆଦିଲ୍ଲୀ,12।1(ଏଜେନ୍ସି): ପ୍ରାଚୀନ ଭାରତରେ ଜ୍ଞାନବିଜ୍ଞାନ ବେଶ୍ ଉନ୍ନତି ଲାଭ କରିଥିଲା। ଚିକିତ୍ସା ବିଜ୍ଞାନ ହେଉ କି ମହାକାଶ ବିଜ୍ଞାନ, ଗାଣିତିକ ଶାସ୍ତଂ୍ ହେଉ ଅଥବା ଦର୍ଶନ ପ୍ରତ୍ୟେକ କ୍ଷେତ୍ରରେ ଭାରତର ବିଦ୍ବାନମାନେ ନିଜର ଛାପ ଛାଡ଼ିଯାଇଛନ୍ତି। ସେହିପରି ଆଧୁନିକ ଯୁଗରେ ଏଭଳି କିଛି ତତ୍ତ୍ବ ଅଥବା ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି ଯାହା ହଜାର ହଜାର ବର୍ଷ ତଳେ ଭାରତରେ ପ୍ରଚଳିତ ଥିଲା। ଏଭଳି ଯୁକ୍ତି ଉପସ୍ଥାପନ କଲେ ଅନେକ ଏହାକୁ ଅସ୍ବୀକାର କରନ୍ତି ଏବଂ ତା’ର ପ୍ରମାଣ ଉପସ୍ଥାପନ କରିବାକୁ ଦାବି କରନ୍ତି। ଅନେକ ସମୟରେ ଏଭଳି ଯୁକ୍ତି ଦର୍ଶ।ଉଥିବା ବ୍ୟକ୍ତିଙ୍କୁ ଅନ୍ଧବିଶ୍ବାସୀ ଏବଂ ହିନ୍ଦୁ ମୌଳବାଦୀ ଆଖ୍ୟା ମଧ୍ୟ ଦିଆଯାଏ। ହେଲେ ପାଶ୍ଚାତ୍ୟ ଦେଶର ବିଶେଷଜ୍ଞମାନେ ବିଭିନ୍ନ କ୍ଷେତ୍ରରେ ପ୍ରାଚୀନ ଭାରତର ଅବଦାନକୁ ସ୍ବୀକାର କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଏବେ ଏକ ରିପୋର୍ଟ ଆସିଛି ଯେଉଥିରେ ପ୍ଲାଷ୍ଟିକ୍ ସର୍ଜରୀ ମାନବ ସଭ୍ୟତାକୁ ଭାରତର ଅବଦାନ ଭାବେ ସ୍ବୀକାର କରାଯାଇଛି। ଆମେରିକାର ନୁୟୟର୍କ ସହର ସ୍ଥିତ କଲମ୍ବିଆ ବିଶ୍ବବିଦ୍ୟାଳୟ ଏହି ଘୋଷଣା କରିଛି। ବିଶ୍ବବିଦ୍ୟାଳୟର ବେବ୍ସାଇଟରେ ମଧ୍ୟ ଏସମ୍ପର୍କରେ ଏକ ଲେଖାସ୍ତମ୍ଭ ଅପଲୋଡ୍ କରାଯାଇଛି।
ଏଥିରେ ଦର୍ଶ।ଯାଇଛି କି ପ୍ଲାଷ୍ଟିକ୍ସ ର୍ଜରୀକୁ ଅନେକ ଆଧୁନିକ ଯୁଗର ଏକ ଆବିଷ୍କାର ବୋଲି ଅନେକ ମନେ କରନ୍ତି। ଏପରି ଭ୍ରମରେ ପଡ଼ିବାର କାରଣ ହେଉଛି ଏଥିରେ ବ୍ୟବହାର କରାଯାଇଥିବା ‘ପ୍ଲାଷ୍ଟିକ’ ଶଦ୍ଦ।
ଏହି ଶଦ୍ଦ ଯୋଗୁ ସମସ୍ତେ ଏହାକୁ ଆଧୁନିକ ବିଜ୍ଞାନର ଚମ+।ରିତା ବୋଲି ମନେ କରନ୍ତି। ହେଲେ ସତ କଥା ହେଉଛି ଯେ ‘ ପ୍ଲାଷ୍ଟିକ୍ ସର୍ଜରୀ’ରେ ବ୍ୟବହାର କରାଯାଉଥିବା ‘ପ୍ଲାଷ୍ଟିକ୍’ ଶଦ୍ଦର ଅର୍ଥ କୃତ୍ରିମ ଉପାୟରେ ପ୍ରସ୍ତୁତ କରାଯାଉଥିବା ଏକ ପଦାର୍ଥ ନୁହଁେ ଏହାର ଉତ୍ପତ୍ତି ଗ୍ରୀକ୍ ଶଦ୍ଦ ‘ ପ୍ଲାଷ୍ଟିକୋସ୍’ରୁ ହୋଇଛି ଯାହାର ଅର୍ଥ ହେଉଛି ନୂତନ ରୂପ ଦେବା। ସମସ୍ତେ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଏହା ଆଧୁନିକ ଚିକିତ୍ସା ବିଜ୍ଞାନର ଅବଦାନ ନୁହଁେ କାରଣ ଗତ 2500 ବର୍ଷ ଧରି ଏହି ଉପାୟରେ ଚିକିତ୍ସା କରାଯାଇଆସୁଛି। ଭାରତରେ ଖ୍ରୀଷ୍ଟପୂର୍ବ 600 ବେଳକୁ ଆୟୁର୍ବଦେ ତଥା ଅସ୍ତ୍ୋଂପଚାରର ଜନକ କୁହାଯାଉଥିବା ଋଷି ଶୁଶ୍ରୁତ ନିଜ ରଚିତ ଗ୍ରନ୍ଥ ‘ଶୁଶ୍ରୁତ ସଂହିତା’ରେ ପ୍ଲାଷ୍ଟିକ୍ ସର୍ଜରୀର ଅନେକ ପଦ୍ଧତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ସେଥିରେ ପ୍ରାୟ 1100ରୁ ଉର୍ଦ୍ଧ୍ବ ରୋଗର ଚିକିତ୍ସା ପଦ୍ଧତି ସହ ଅସ୍ତ୍ୋଂପଚାର ଏବଂ ଚର୍ମ ପ୍ରତିରୋପଣ ତଥା ନାକର ପୁନଃନିର୍ମ।ଣ କରାଯିବା ପାଇଁ ଆବଶ୍ୟକ ଅନେକ ଉପାୟର ବର୍ଣ୍ଣନା କରିଛନ୍ତି।
ଶୁଶ୍ରୁତ ସଂହିତାରେ ଚର୍ମ ପ୍ରତିରୋପଣର ତିନୋଟି ଉପାୟ ଉଲ୍ଲେଖ କରାଯାଇଛି। ଗୋଟିଏ ଉପାୟ ହେଲା- କପାଳରୁ ଚର୍ମ କାଢ଼ି ନେଇ ନାକର ପୁନଃନିର୍ମ।ଣ କରିବା କିମ୍ବା ନାକକୁ ପୁଣି ଥରେ ମୂଳ ରୂପ ଦେବା। ସେତେବେଳେ ଅବୈଧ ସମ୍ପର୍କ ଅଥବା ଚୋରି ଭଳି ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କ ନାକ କାଟି ଦିଆଯାଉଥିଲା। ଏଭଳି ବ୍ୟକ୍ତିଙ୍କ ନାକର ପୁନର୍ଗଠନ ପାଇଁ ଏହି ପଦ୍ଧତିର ବ୍ୟବହାର କରାଯାଉଥିଲା। ଉଲ୍ଲେଖନୀୟ କଥା ହେଉଛି କି ଏବେ ବି ଡାକ୍ତରମାନେ ଏହି ପଦ୍ଧତିରେ ଚର୍ମ ପ୍ରତିରୋପଣ କରୁଛନ୍ତି। ସେହିପରି ଏବେ ଅଗ୍ନିକାଣ୍ଡ କିମ୍ବା ଦୁର୍ଘଟଣା କିମ୍ବା ସଂକ୍ରମଣ କାରଣରୁ କୌଣସି ଅଙ୍ଗରେ ଥିବା ଚର୍ମ କ୍ଷତିଗ୍ରସ୍ତ ହେଲେ ଦେହର ଅନ୍ୟ ଭାଗରୁ ଚର୍ମକୁ କାଢ଼ି ନେଇ ସେଠାରେ ପ୍ରତ୍ୟାରୋପଣ କରାଯାଉଛି। ହେଲେ ଏହି ପଦ୍ଧତି 2500 ବର୍ଷ ତଳେ ରଚିତ ଶୁଶ୍ରୁତ ସଂହିତାରେ ବର୍ଣ୍ଣନା କରାଯାଇଛି ବୋଲି କଲମ୍ବିଆ ବିଶ୍ବବିଦ୍ୟାଳୟର ଗବେଷକମାନେ ପ୍ରକାଶ କରିଛନ୍ତି।

   ସମ୍ବନ୍ଧିତ ଖବର


ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ