PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବିଦ୍ୟୁତ୍‌ ଆଘାତ ଆଖିବୁଜିଲେ କମିଡିଆନ୍‌ ମିଷ୍ଟର୍‌ ଡୋଲୁ, ଘରେ ଥିବା ଏକ କୁଲର୍‌ ମରାମତି ବେଳେ ଲାଗିଥିଲା ବିଜୁଳି ଝଟକା

ଝାରସୁଗୁଡ଼ା,୩୧/୦୫: ଲୋକଙ୍କୁ ହସାଇ ହସାଇ ବେଦମ କରି ଦେଉଥିବା କମିଡିଆନ୍‌ ମିଷ୍ଟର୍‌ ଡୋଲୁ ଓରଫ ଡୋଳାମଣି ଦାସ ଆଉ ନାହାନ୍ତି । ରବିବାର ରାତି ୧୦ଟା ୩୫ ମିନିଟ୍‌ରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସୋସିଆଲ ମିଡିଆ ବିଶେଷ କରି ୟୁଟ୍ୟୁବ୍‌ରେ ତାଙ୍କ ହାସ୍ୟ ଅଭିନୟ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା ।

ସୂଚନା ଥାଉ ପଡ଼ୋଶୀ ଜିଲ୍ଲା ସୁନ୍ଦରଗଡ଼ ଭଷ୍ମା ଥାନା ଅବନକେଲାର ଡୋଳାମଣି ଗତକାଲି ଅପରାହ୍ନ ୪ଟାରେ ଘରେ ଥିବା ଏକ କୁଲର୍‌ ମରାମତି କରୁଥିବାବେଳେ ବିଦ୍ୟୁତ୍‌ ଆଘାତ ପାଇ ଅଚେତ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଅଳ୍ପ ଦିନରେ ସୋସିଆଲ ମିଡିଆରେ ଡୋଲୁ ହାସ୍ୟ ଅଭିନୟ ମାଧ୍ୟମରେ ଲୋକଙ୍କ ନଜରକୁ ଆସି ପାରିଥିଲେ । ତାଙ୍କର ଭିନ୍ନ ପ୍ରକାର ଅଭିନୟ ଶୈଳୀ ଲୋକଙ୍କୁ ତାଙ୍କ ଭିଡିଓ ଦେଖିବାକୁ ଟାଣି ନେଉଥିଲା । ତାଙ୍କ ୨୦୦ରୁ ଅଧିକ କମେଡି ଭିଡିଓ ରହିଛି । କିଛିଦିନ ପୂର୍ବରୁ ତାଙ୍କର ନୂତନ କମେଡି ଭିଡିଓ ରିଲିଜ୍‌ ହୋଇଥିଲା । ବହୁ ଚର୍ଚ୍ଚିତ କୁଷ୍ଟ ଚାଷୀ, କାଲୁ ଦାଦାକେ ଧୋକା, ଘନ ବେଡ଼ା, ହସ୍ପିଟାଲ୍‌ ନେଇ ଲାଗ୍‌ବା, ହଂସବାର୍‌ ମନା ଭଳି ଅନେକ କମେଡି କରି ଡୋଲୁ ଚର୍ଚ୍ଚାରେ ରହିଥିଲେ