PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ନୂଆ ରୂପରେ କମିଶନରେଟ୍‌ ପୁଲିସ୍‌ ୱେବ୍‌ସାଇଟ୍‌, ତଥ୍ୟଭିତ୍ତିକ ଓ ମୋବାଇଲ୍‌ ଫ୍ରେଣ୍ଡଲି

ଭୁବନେଶ୍ୱର ୬/୦୮: କମିଶନରେଟ୍‌ ପୁଲିସର ୱେବ୍‌ସାଇଟ୍‌ ଏବେ ନୂଆ ରୂପରେ । ଦୀର୍ଘ ବର୍ଷ ଧରି ଚାଲୁଥିବା ପୁରୁଣା ଢ଼ଙ୍ଗର ୱେବ୍‌ସାଇଟ୍‌ରେ ଅତ୍ୟାଧୁନିକ ଟେକ୍ନୋଲୋଜି ଖଞ୍ଜାଯାଇଛି । ୱେବ୍‌ସାଇଟ୍‌କୁ ମୋବାଇଲ୍‌ ଫ୍ରେଣ୍ଡଲି କରାଯିବା ସହ ପୂର୍ବାପେକ୍ଷା ଅଧିକ ତଥ୍ୟଭିତ୍ତିକ କରାଯାଇଛି ।  ପୂର୍ବ ସଂସ୍କରଣର ୱେବ୍‌ସାଇଟ୍‌ କମ୍ପ୍ୟୁଟର ଦ୍ୱାରା ପରିଚାଳନା କରାଯାଉଥିଲା । ଏବେକାର ୱେବ୍‌ସାଇଟ୍‌କୁ ଯେକେହି ମୋବାଇଲ୍‌ ଜରିଆରେ ଅପରେଟ୍‌ କରିପାରିବ । ସାଇବର ଅପରାଧୀଙ୍କ ଦ୍ୱାରା ଯେମିତି ୱେବ୍‌ସାଇଟ୍‌ ହ୍ୟାକ୍‌ ହୋଇ ନପାରିବ କି ତଥ୍ୟ ଲିକ୍‌ ନ ହେବ ଏଥିପାଇଁ ୱେବ୍‌ସାଇଟରେ ହାଇଲେଭେଲ୍‌ ସିକ୍ୟୁରିଟି ବ୍ୟବସ୍ଥା ରହିଛି । ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ଯୁବପିଢ଼ୀଙ୍କ ସୁବିଧା ଓ ଅଭିଯୋଗ ପାଇଁ ପୃଥକ ବିବରଣୀ ରହିଛି । ଅପରାଧ ସମ୍ପର୍କିତ ତଥ୍ୟ, ବଡ଼ ଅପରାଧ ନିିୟନ୍ତ୍ରଣ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇଛି । ୱେବ୍‌ସାଇଟ୍‌କୁ ଅପ୍‌ଗ୍ରେଡ୍‌ କରିବା ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଜାନୁଆରୀ ମାସରୁ ରାଜ୍ୟ ପୁଲିସକୁ ପ୍ରସ୍ତାବ ଦିଆଯାଇଥିଲା । ନ୍ୟାସନାଲ ଇନ୍‌ଫରମେଟିଭ୍‌ ସେଣ୍ଟର (ଏନ୍‌ଆଇସି) ଦ୍ୱାରା ଏହାର ରି-ଡିଜାଇନ୍‌ ଚାଲିଛି । ୩ ଦିନ ଧରି ଅପଗ୍ରେଡ୍‌ ସଂସ୍କରଣର ୱେବ୍‌ସାଇଟ୍‌ ଅପ୍‌ଲୋଡ ଚାଲିଛି । ଅଧିକାଂଶ ଫିଚର୍ସ ଏବେଠାରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଲାଣି । କିନ୍ତୁ ସମ୍ପୂର୍ଣ୍ଣ ରୂପରେଖ ସହ ନୂଆ ରଙ୍ଗର ୱେବ୍‌ସାଇଟ୍‌ ଚାଲୁ ହେବାକୁ ଆହୁରି ସପ୍ତାହେ ସମୟ ଲାଗିବ ।


ଲିଙ୍କ୍‌ ହେଲା ସିଟିଜେନ୍‌ ପୋର୍ଟାଲ୍‌
ୱେବ୍‌ସାଇଟ୍‌ ସହ ଲିଙ୍କ୍‌ ହୋଇଛି ସିସିଜେନ୍‌ ପୋର୍ଟାଲ । ଅର୍ଥାତ୍‌ ଜଣେ ବ୍ୟକ୍ତି ୱେବ୍‌ସାଇଟ୍‌ ଜରିଆରେ କ୍ରାଇମ୍‌ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ(ସିସିଟିଏନ୍‌ଏସ୍‌) ସହ ଯୋଡି ହୋଇପାରିବ । ଘରେ ଥାଇ ୱେବ୍‌ସାଇଟ୍‌ ଜରିଆରେ ଇ-ଅଭିଯୋଗ କରିବା ସହ ମାମଲାର ଅଗ୍ରଗତି ସମ୍ପର୍କରେ ଜାଣିପାରିବେ । ନିଜ ଅଭିଯୋଗ କପି ମଧ୍ୟ ଡାଉନ୍‌ଲୋଡ କରିପାରିବ ।

ଦୃଷ୍ଟିହୀନଙ୍କ ପାଇଁ ସ୍ୱତନ୍ତ୍ର ଫିଚର୍ସ
ନୂଆ ୱେବ୍‌ସାଇଟ୍‌କୁ ଅପରେଟ୍‌ କରିବା ଏବେ ଦୃଷ୍ଟିହୀନଙ୍କ ପାଇଁ ସହଜ ହୋଇଛି । କିଛି ସ୍ୱତନ୍ତ୍ର ଫିଚର୍ସ ରହିଛି । ଯାହା ଜରିଆରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ଅନ୍ୟର ସାହାଯ୍ୟ ନ ନେଇ ନିଜେ ୱେବ୍‌ସାଇଟ୍‌କୁ ଅପରେଟ୍‌ କରିପାରିବ ।

ଆପେ ଉତ୍ତର ଦେବ ‘ଚାଟ୍‌ବୁଟ୍‌’
ୱେବ୍‌ସାଇଟ୍‌ ଅପରେଟ୍‌ରେ ଅସୁବିଧା ହେଲେ, କିମ୍ବା ପୁଲିସର କୌଣସି କାର୍ଯ୍ୟପନ୍ଥା ସମ୍ପର୍କରେ ଜାଣିବାକୁ ହେଲେ । ଏଥିପାଇଁ ୱେବ୍‌ସାଇଟ୍‌ରେ ଖଞ୍ଜାଯାଇଛି ‘ଚାଟ୍‌ବୁଟ୍‌’ । ‘ଚାଟ୍‌ବୁଟ୍‌’ରେ କ୍ଲିକ୍‌ କରି କୌଣସି ପ୍ରଶ୍ନ ପଚାରିଲେ, ଆପଣ ଆପେ ଉତ୍ତର ପାଇପାରିବେ ।

ଯୋଡ଼ି ହେଲା ସୋସିଆଲ୍‌ ମିଡି଼ଆ ଫ୍ଲାଟ୍‌ଫର୍ମ
କୋଭିଡ୍‌ କଟକଣା ଯୋଗୁଁ କମିଶନରେଟ୍‌ ପୁଲିସର ବିଭିନ୍ନ କାର୍ଯ୍ୟକ୍ରମକୁ ଏବେ ସୋସିଆଲ୍‌ ମିଡିଆ ଫ୍ଲାଟ୍‌ଫର୍ମ ଜରିଆରେ ପ୍ରସାରଣ କରାଯାଉଛି । ଯେ କେହି ଫେସ୍‌ବୁକ୍‌, ଟୁଇଟର ଓ ଇନଷ୍ଟା ଯୋଗେ ପୁଲିସର କାର୍ଯ୍ୟକ୍ରମ ଘରେ ବସି ଦେଖି ପାରୁଛନ୍ତି । ସୋସିଆଲ୍‌ ମିଡିଆ ପ୍ଲାଟଫର୍ମକୁ ୱେବ୍‌ସାଇଟ୍‌ ସହ ଯୋଡାଯାଇଛି ।

ପ୍ରାରମ୍ଭରୁ କୋଭିଡ୍‌ ପରିଚାଳନାରୁ ଫୋକସ୍‌ କରି ଆସୁଥିବା କମିଶନରେଟ୍‌ ପୁଲିସ ନୂଆ ୱେବ୍‌ସାଇଟ୍‌ରେ ଏହାର ଗାଇଡ୍‌ଲାଇନ୍‌କୁ ସ୍ଥାନିତ କରିଛି । ଏଥିରେ କୋଭିଡ୍‌-୧୯କୁ ନେଇ ନୂଆ କଟକଣା, ନିୟମ ସମ୍ପର୍କରେ ସବିଶେଷ ବିବରଣୀ ରହିଛି ।