କମିସନରେଟ୍‌ ପୁଲିସ୍‌ର ୱେବସାଇଟ୍‌ ଭେଳିକି: ତଥ୍ୟ ଜାଣିବାର ସୁଯୋଗ ନାହିଁ, ୬ ମାସ ହେଲା ଅପଡେଟ୍‌ ହୋଇନି କ୍ରାଇମ୍‌ ଫିଗର୍‌

କଟକ,୧୫ା୯(ବ୍ୟୁରୋ): କମିସନରେଟ୍‌ ପୁଲିସ୍‌ର ବିଭିନ୍ନ ନିୟମାବଳୀ, କାର୍ଯ୍ୟଧାରା, ବିଭିନ୍ନ ତଥ୍ୟ ଓ ସୂଚନା ଆଦି ସମ୍ପର୍କରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ କମିସନରେଟ୍‌ ପୁଲିସ୍‌ର ୱେବ୍‌ସାଇଟ୍‌ ରହିଛି । ମାତ୍ର ଉକ୍ତ ୱେବ୍‌ସାଇଟ୍‌ରେ ଲୋକେ ବିଭିନ୍ନ ତଥ୍ୟ ଏବଂ ସୂଚନା ଜାଣିବାରୁ ଏବେ ବଞ୍ଚିତ ହୋଇଛନ୍ତି । କମିସନରେଟ୍‌ ପୁଲିସ୍‌ର ଏହି ୱେବ୍‌ସାଇଟ୍‌ ଏବେ କେବଳ ଭେଳିକି ପରି ରହିଛି । ୱେବ୍‌ସାଇଟ୍‌ରରେ ଉଲ୍ଲେଖ ଥିବା ବିଭିନ୍ନ ବିଭାଗ ଏବେ ବ୍ଲକ୍‌ ଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ୱେବ୍‌ସାଇଟ୍‌ରେ ଉଲ୍ଲେଖ ଥିବା ଦ୍ୱୈତନଗରୀର ବିଭିନ୍ନ ଥାନାର ମାମଲା ସଂଖ୍ୟା(କ୍ରାଇମ ଫିଗର) ଅପଡେଟ୍‌ ମଧ୍ୟ ନିୟମିତ ହେଉନାହିଁ । ଗତ ମାର୍ଚ୍ଚ ମାସରେ ଶେଷ ଥର ପାଇଁ କ୍ରାଇମ ଫିଗର ଅପଡେଟ୍‌ ହୋଇଥିଲା । ତା ପରଠାରୁ ଅର୍ଥାତ୍‌ ଦୀର୍ଘ ୬ ମାସ ହେଲା ଆଉ କମିସନରେଟ୍‌ ପୁଲିସ୍‌ ୱେବ୍‌ସାଇଟ୍‌ରେ କ୍ରାଇମ୍‌ ଫିଗର୍‌ ଅପଡେଟ୍‌ ହୋଇନଥିବା ଦେଖିବାକୁ ମିଳୁଛି । ସେହିପରି ଦଣ୍ଡ ବିଧାନ(କନ୍‌ଭିକସନ୍‌) ହୋଇଥିବା ମାମଲା ଓ ଡିଟେକସନ୍‌ ହୋଇଥିବା ମାମଲାଗୁଡ଼ିକର ମଧ୍ୟ ଅପଡେଟ୍‌ ନାହିଁ ।

କମିସନରେଟ୍‌ ପୁଲିସ୍‌ ୱେବ୍‌ସାଇଟ୍‌ରେ କିଛି ନୂଆ ତଥ୍ୟ କିମ୍ବା ସୂଚନା ନାହିଁ । ପୁଲିସ୍‌ର ଫଟୋ ଅପଡେଟ୍‌କୁ ଛାଡ଼ି ଦେଲେ ବାକି ଆଉ କିଛି ନୂଆ ତଥ୍ୟ କିମ୍ବା ସୂଚନା ନାହିଁ । ବର୍ଷ ବର୍ଷ ତଳର ବହୁ ପୁରୁଣା ତଥ୍ୟ ଏବଂ ସୂଚନା ଏବେ ୱେବ୍‌ସାଇଟ୍‌ରେ ଅପଲୋଡ୍‌ ହୋଇରହିଛି । ୱେବ୍‌ ସାଇଟ୍‌ରେ ଅପଲୋଡ୍‌ ହୋଇଥିବା ପିଡିଏଫ୍‌ ଡାଟାଗୁଡ଼ିକୁ ବ୍ଲକ୍‌ କରିଦିଆଯାଇଥିବା ଦେଖିବାକୁ ମିଳୁଛି । ସେହିପରି ବିଭିନ୍ନ ରେଜିଷ୍ଟ୍ରେସନ୍‌ ଏବଂ ଲାଇସେନ୍ସ ଆବେଦନ ଲାଗି ଅପଲୋଡ୍‌ ହୋଇଥିବା ଫର୍ମଗୁଡ଼ିକୁ କେହି ଚାହିଁଲେ ଦେଖିପାରିବେ ନାହିଁ କିମ୍ବା ଡାଉନ୍‌ଲୋଡ୍‌ ମଧ୍ୟ କରିପାରିବେ ନାହିଁ । ଉକ୍ତ ପିଡିଏଫ୍‌ଗୁଡ଼ିକୁ ବ୍ଲକ୍‌ କରି ଦିଆଯାଇଥିବାରୁ ଲୋକେ ଡାଉନ୍‌ଲୋଡ କରିବାରୁ ବଞ୍ଚିତ ହେଉଛନ୍ତି । ସେହିପରି ଅପଲୋଡ୍‌ ହୋଇଥିବା ପୁଲିସ୍‌ର ବିଭିନ୍ନ ଏନ୍‌ଫୋରସମେଣ୍ଟ କାର୍ଯ୍ୟ ତାଲିକାର ପିଡିଏଫ୍‌ଗୁଡ଼ିକୁ ମଧ୍ୟ ବ୍ଲକ୍‌ କରାଯାଇଥିବାର ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ମେଜର ଡିଟେକସନ୍‌ ହୋଇଥିବା କେସ୍‌ଗୁଡ଼ିକ ମଧ୍ୟରୁ ୯/୧୦ ବର୍ଷ ତଳର ପୁରୁଣା ମାମଲା ଏବେ ୱେବ୍‌ସାଇଟ୍‌ରେ ଗଡୁଛି ।

ଅପରାଧ ସଂକ୍ରାନ୍ତୀୟ ତଥ୍ୟ(କ୍ରାଇମ ଷ୍ଟାଟିଟିକ୍ସ ରିପୋର୍ଟ) ୨୦୧୭ ମସିହା ପର୍ଯ୍ୟନ୍ତ ୱେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି । ୨ବର୍ଷ ହେଲା ଉକ୍ତ ରିପୋର୍ଟ ଆଉ ଅପଡେଟ୍‌ ହୋଇନାହିଁ । ଅପଲୋଡ ହୋଇଥିବା ଉକ୍ତ ସୂଚନାଗୁଡ଼ିକୁ ବ୍ଲକ୍‌ କରିଦିଆଯାଇଥିବାରୁ ପୁରୁଣା ତଥ୍ୟ ପାଇବାରୁ ମଧ୍ୟ ଲୋକେ ବଞ୍ଚିତ ହୋଇଛନ୍ତି । ସେହିପରି ଲ ଏନ୍‌ଫୋରସମେଣ୍ଟ ଆକ୍ଟିଭିଟିଜ୍‌ ମଧ୍ୟ ନିୟମିତ ବ୍ୟବଧାନରେ ଅପଡେଟ୍‌ ହେଉନଥିବା ଦେଖିବାକୁ ମିଳୁଛି । ମୋଷ୍ଟ ୱାଣ୍ଟେଡ୍‌ ଲିଷ୍ଟକୁ ବି ବ୍ଲକ୍‌ କରିଦିଆଯାଇଛି । ପୂର୍ବରୁ ଏହି ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ମୃତକଙ୍କର ନାଁ ଏବଂ ଗିରଫ ହୋଇ ଜେଲ୍‌ରେ ଥିବା କିଛି ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟରଙ୍କର ନାଁ ଉଲ୍ଲେଖ ଥିଲା । ଏ ସମ୍ପର୍କରେ ପ୍ରମେୟରେ ଖବର ପ୍ରକାଶିତ ପାଇବା ପରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଉକ୍ତ ମୋଷ୍ଟ ୱାଣ୍ଟେଡ୍‌ ସାଇଡ୍‌କୁ ଦେଢ଼ ବର୍ଷ ତଳେ ବ୍ଲକ୍‌ କରିଦିଆଯାଇଥିଲା ସେହିଦିନଠାରୁ ଆଉ ମୋଷ୍ଟ ୱାଣ୍ଟେଡ୍‌ ଲିଷ୍ଟ ସାଇଟ୍‌ ଏବେ ବ୍ଲକ୍‌ ହୋଇ ରହିଥିବାର ସୂଚନା ମିଳିଛି । ସବୁଠାରୁ ପରିତାପର ବିଷୟ ହେଉଛି, ୱେବ୍‌ସାଇଟ୍‌ରେ ଅପଲୋଡ୍‌ ହୋଇଥିବା ଥାନା ଅଧିକାରୀ ଏବଂ ଏସିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କର ସିୟୁଜି ନମ୍ବରକୁ ଯଦି କେହି ବ୍ୟକ୍ତି ଜରୁରୀ ସମୟରେ ଫୋନ୍‌ କରୁଛନ୍ତି ସେଥିରୁ ଅଧିକାଂଶ ନମ୍ବର ସୁଇଚଡ୍‌ ଅପ୍‌ ଏବଂ ନଟ୍‌ ରିଚେବୁଲ୍‌ ବୋଲି ଉତ୍ତର ମିଳୁଛି । ଆଉ କେତେକ ନମ୍ବର ରିଂ ହୋଇ କଟୁଥିଲେ ମଧ୍ୟ ଅଫିସରମାନେ ତାହାକୁ ରିସିଭ୍‌ କରୁନଥିବା ଅଭିଯୋଗ ହେଉଛି ।

   ସମ୍ବନ୍ଧିତ ଖବର


ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ