ବିକିନୀରେ ‘ହରେ ରାମ ହରେ କୃଷ୍ଣ’ : ଫଟୋ ସେୟାର କରି ଫସିଗଲେ ଅଭିନେତ୍ରୀ ବାଣୀ କପୁର, ଥାନାରେ ମାମଲା ରୁଜୁ

ବଲିଉଡ୍ ଅଭିନେତ୍ରୀ ତଥା ମଡେଲ ବାଣୀ କପୁର ଇନଷ୍ଟାଗ୍ରାମରେ କିଛି ଦିନ ତଳେ ଏକ ଫଟୋ ସେୟାର କରିଥିଲେ। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ବାଣୀ କପୁର ନିଜ ଆକାଉଣ୍ଟରେ ଏକ ଡିପ୍ ନେକ୍ ଟପ୍ ପିନ୍ଧା ଫଟୋ ପୋଷ୍ଟ କରିଥିଲେ। ହେଲେ ଏହି ଟପରେ ଏଭଳି କିଛି ଲେଖା ହୋଇଥିଲା, ଯାହାକୁ ନେଇ ଏତେ ହଇଚଇ ସୃଷ୍ଟି ହୋଇଛି।

ବାଣୀଙ୍କ ଏହି ବିକିନୀ ବା ଡିପ୍ ନେକ୍ ଟପରେ ‘ହରେ ରାମ’ ଲେଖାହୋଇଥିଲା। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ସମାଲୋଚନା କରାଯାଉଛି। ତାଙ୍କୁ ଟ୍ରୋଲ କରାଯାଇଛି। ଏବେ ମୁମ୍ବାଇ ରେସିଡେଣ୍ଟ ବାଣୀ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ମୁମ୍ବାଇ ରେସିଡେଣ୍ଟ ବାଣୀଙ୍କ ଉପରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ଆଣିଛନ୍ତି। ଏହି ମାମଲା ଏନ ଏମ୍ ଜୋଶୀ ମାର୍ଗରେ ଥିବା ପୋଲିସ ଷ୍ଟେସନରେ ରୁଜୁ ହୋଇଛି।

ଅଭିଯୋଗକାରୀ ରମା ସାବନ୍ତ କହିଛନ୍ତି କି, ବାଣୀ କପୁଣଙ୍କୁ ନିଜର ଷ୍ଟେଟମେଣ୍ଟ୍ ରେକର୍ଡ କରିବା ପାଇଁ ଥାନାକୁ ଡକାଯାଇଥିଲା। ତେବେ ବାଣୀ ଯେଉଁଭଳି ଟପ୍ ପିନ୍ଧିଛନ୍ତି, ସେଥିରେ ‘ହରେ ରାମ’ ଲେଖାଯିବା କଥା ନୁହେଁ। ଯାହାକୁ ଦେଖି ଲୋକମାନେ ବିରକ୍ତ ହୋଇଛନ୍ତି। କେବଳ ସେତିକି ନୁହେଁ ବାଣୀଙ୍କ ଫିଲ୍ମକୁ ବୟକଟ୍ କରିବାକୁ ସୋସିଆଲ ମିଡିଆରେ ହ୍ୟାଶ୍ ଟ୍ୟାଗ୍ ସହ ବାଣୀ କପୁର ଟ୍ରେଣ୍ଡ୍ ହେଉଛି।

ସେହିପରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ଉଠିଛି। ମାମଲା ବଢ଼ିବା ପରେ ବାଣୀ ଏହି ଫଟୋଟିକୁ ଇଂଷ୍ଟାଗ୍ରାମରୁ ଡିଲିଟ୍ କରିଦେଇଥିଲେ ମଧ୍ୟ ଫଟୋଟି ଏବେ ବି ହ୍ୟାଶ୍ ଟ୍ୟାଗ୍ ସହ ଭାଇରାଲ ହେଉଛି। ଫିଲ୍ମ ‘ଓ୍ବାର୍‌’ରେ ବାଣୀ କପୁର ଦମ୍‌ଦାର ଅଭିନୟ କରି ଚର୍ଚ୍ଚା ସାଉଁଟି ଥିଲେ ଆଉ ଏବେ ଧାର୍ମିକ ଭାବନାକୁ ଆଘାତ ଦେଇ ମଧ୍ୟ ଚର୍ଚ୍ଚା ସାଉଁଟୁଛନ୍ତି। ତେବେ ଏ ବିବାଦ ନେଇ ବାଣୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

   ସମ୍ବନ୍ଧିତ ଖବର


ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର ଆଜି ହେବ ରିଲିଜ୍ : ‘ମୁଁ ତାଙ୍କୁ ଏକାଠି ଅନୁଭବ କରିପାରିବି’ ବୋଲି କହିଲେ ସଞ୍ଜନା

‘କଫି ୱିଥ୍‌ କରନ୍‌’ର ଭବିଷ୍ୟତ ନେଇ ଆଶଙ୍କା

ପଚିଶ ବର୍ଷ ତଳର ଶତ୍ରୁତା ଭୁଲିନାହାନ୍ତି ଅଜୟ ଦେବଗନ – କ’ଣ ଥିଲା କାରଣ

ଜାଣନ୍ତୁ କାହିଁକି ଡାଏନା ପେଣ୍ଟି ନିଜ କ୍ୟାରିଅରକୁ ନେଇ ସନ୍ତୁଷ୍ଟ

ନେପୋଟିଜିମ୍‌ ନେଇ ମୁହଁ ଖୋଲିଲେ ସୋନୁ ସୁଡ୍‌