PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

‘ଥ୍ରୀଲର’ ବିରୁଦ୍ଧରେ ‘ହିନ୍ଦୁ ଏକତା ବାହିନୀ’ର ଏତଲା: ‘ଅଶ୍ଲୀଳ… ୟୁଟ୍ୟୁବରୁ ଡିଲିଟ୍ କରାଯାଉ’

ନବରଙ୍ଗପୁର ୧୩/୮: ଅଗଷ୍ଟ ୧୪ ତାରିଖରେ ରିଲିଜ୍ ହେବାକୁ ଥିବା ‘ଥ୍ରୀଲର’ ଫିଲ୍ମ ନାଁରେ କେସ୍‌। ଏହି ଫିଲ୍ମ ବିରୋଧରେ ଏତଲା ଦେଇଛି ହିନ୍ଦୁ ଏକତା​‌ ବାହିନୀ। ଫିଲ୍ମର ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ହିନ୍ଦୁ ଏକତା ବାହିନୀ ଫିଲ୍ମ ବିରୋଧରେ ଏତଲା​‌ ଦେଇଛି। ଏହି ଫିଲ୍ମରେ ଓଡ଼ିଆ ଯୁବତୀ ଏବଂ ଓଡ଼ିଆ ପୁଅ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ବଲିଉଡ୍‌ରେ ନୂଆ କରି ଏଣ୍ଟ୍ରି କରିଥିବା ଓଡିଆ ଝିଅ ନିଜର ଅଙ୍ଗ ପ୍ରଦର୍ଶନ କରିଛନ୍ତି। ଯାହା କି ଓଡିଆ ସଂସ୍କୃତି ଓ ପରମ୍ପରାକୁ କୁଠାରଘାତ କରିଛି। ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶୀତ ଏହି ଫିଲ୍ମରେ ଓଡ଼ିଆ ଝିଅର ଅଙ୍ଗପ୍ରଦର୍ଶନଙ୍କୁ ସୋସିଆଲ ମିଡିଆରେ କିଛିଦିନ ହେବ ନିନ୍ଦା କରାଯାଉଥିଲା।

ହିନ୍ଦୁ ଏକତା ବାହିନୀର କହିବା ମୁତାବକ, ଏହି ଫିଲ୍ମରେ ହିନ୍ଦୁ ସମାଜର ବହୁ ଦେବାଦେବୀଙ୍କ ନାଁକୁ ବ୍ୟବହାର କରାଯାଇଛି। ଯାହାକି ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ପହଞ୍ଚାଇଛି। ଏହି ଫିଲ୍ମରେ ଅଙ୍ଗପ୍ରଦର୍ଶନ ବେଳେ ହିନ୍ଦୁ ସମାଜ ଦେବାଦେବୀଙ୍କ ନାଁ ଉଚ୍ଚାରଣ କରାଯାଇଛି। ଯାହାକି ହିନ୍ଦୁ ସମାଜରେ ବିଭ୍ରାନ୍ତ ସୃଷ୍ଟି କରିଛି। ଏହି ଫିଲ୍ମଟିକୁ ୟୁଟ୍ୟୁବରୁ ଡିଲିଟ୍ କରାଯିବା ସହ ଅନଲାଇନ୍‌ରେ ରିଲିଜ ନ କରିବାକୁ ଦାବି ହୋଇଛି ।