ସମ୍‌ରେ ‘କମ୍ପ୍ଲିମେଣ୍ଟାରୀ ଆଣ୍ଡ ଅଲ୍‌ଟରନେଟିଭ ଥେରାପିସ୍‌ ଇନ୍‌ ହେଲ୍‌ଥ କେୟାର୍‌ ପ୍ରାକ୍ଟିସେସ୍‌’ ଶୀର୍ଷକ ଜାତୀୟ କର୍ମଶାଳା

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ବର୍ତ୍ତମାନ ସମାଜରେ ମଣିଷ ସାମାଜିକ, ମାନସିକ, ଶରୀରିକ ଓ ଆଧ୍ୟାତ୍ମିକ ସ୍ତରରେ ଅସୁସ୍ଥ ରହୁଛି । ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିବା ଏକ ଜଟିଳ ବ୍ୟାପାରରେ ପରିଣତ ହେଲାଣି । କିନ୍ତୁ ଆମେ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ । ଟଙ୍କା କେବଳ ଔଷଧ କିଣିପାରେ । ମାତ୍ର ସ୍ୱାସ୍ଥ୍ୟ ନୁୁହେଁ । ମଣିଷର ଶୀରର, ମନ ଏବଂ ଆତ୍ମା ସୁସ୍ଥ ରହିଲେ ମଣିଷ ସୁସ୍ଥ ରହି ପାରିବ । ଏଥିପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୂ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭରସିଟି)ର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ।

ସେ ଆହୁରି ମଧ୍ୟ କହିଥିଲେ ଯେ ବିଳମ୍ବିତ ରାତି ଯାଏଁ ସ୍ମାର୍ଟ ଫୋନ୍‌ରେ ମନୋନିବେଶ ନ କରି ଶୀଘ୍ର ଶୋଇବା ଉଚିତ । ତାସହ ସକାଳୁ ଶୀଘ୍ର ଶେଯତ୍ୟାଗ କରି ପ୍ରାଣାୟାମ, ପ୍ରାତଃଭ୍ରମଣ, ଧ୍ୟାନ ଏବଂ ଯୋଗ କରିବା ଦ୍ୱାରା ମଣିଷ ସୁସ୍ଥ ରହିପାରିବ । ଯୋଗ ହିଁ ଆତ୍ମା ସହିତ ପରମାତ୍ମାର ମିଳନ କରିଥାଏ । ଯୋଗଦ୍ୱାରା ଅନେକ ଦୁୁଃସାଧ୍ୟ ରୋଗ ଭଲ ହୋଇପାରେ ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁୁ ବି ୟୁନିଭରସିଟି) ପରିଚାଳିତ ସମ୍‌ ନର୍ସିଂ କଲେଜ ପକ୍ଷରୁ ‘କମ୍ପ୍ଲିମେଣ୍ଟାରୀ ଆଣ୍ଡ ଅଲ୍‌ଟରନେଟିଭ ଥେରାପିସ୍‌ ଇନ୍‌ ହେଲ୍‌ଥ କେୟାର୍‌ ପ୍ରାକ୍ଟିସେସ୍‌’ ଶୀର୍ଷକ ଜାତୀୟ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଡାକ୍ତର ମହାପାତ୍ର । ସମ୍ମିଳନୀରେ ମୁୁଖ୍ୟ ଅତିଥି ଭାବେ ଯୋଗଦେଇ ବେଙ୍ଗାଲୁରୁ ସ୍ଥିତ ନିମ୍‌ହାନ୍ସ କଲେଜ ଅଫ୍‌ ନର୍ସିଂର ଅଧ୍ୟକ୍ଷା ପ୍ରଫେସର ବିଭି କାଥ୍ୟାୟାନି କହିଥିଲେ ଯେ ଚିକିତ୍ସା କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଡାକ୍ତରୀ ପାଠ୍ୟକ୍ରମରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏଲୋପାଥିକ୍‌ ଚିକିତ୍ସା ଛଡ଼ା ଆୟୁର୍ବେଦିକ ଏବଂ ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀ ବ୍ୟବହାର କରି ମଧ୍ୟ ସଫଳ ଚିକିତ୍ସା କରିହେବ । ଆକ୍ୟୁପଙ୍କଚର୍‌, ଆକ୍ୟୁପ୍ରେସର ଏବଂ ଯୋଗଭଳି ଥେରାପି ଦ୍ୱାରା ରୋଗୀର ଚିକିତ୍ସା କରାଯାଇ ପାରିବ । ତେବେ ଏଥିପାଇଁ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି ବୋଲି ପ୍ରଫେସର କାଥ୍ୟାୟାନି କହିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋଆର ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଡିନ୍‌ ପ୍ରଫେସର ପିକେ ନନ୍ଦ କହିଥିଲେ ସମାଜରେ ଅନେକ ପରିବର୍ତ୍ତନ ଘଟୁଛି । ତେବେ ସମାଜରେ ଉପୁଜୁଥିବା ସମସ୍ୟାଗୁଡିକର ଅସ୍ଥାୟୀ ସମାଧାନର ବାଟ ଖୋଜିବା ଅପେକ୍ଷା ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ କାଢ଼ି ଦେବାର ଆବଶ୍ୟକତା ରହୁଛି । ସମ୍ମିଳନୀରେ ସମ୍‌ ନର୍ସିଂ କଲେଜ ଡିନ୍‌ ପ୍ରଫେସର ପ୍ରଭାତି ତ୍ରିପାଠୀ ଓ ଆସୋସିଏଟ୍‌ ଡିନ୍‌ ପ୍ରଫେସର ସସ୍ମିତା ଦାସ ବକ୍ତବ୍ୟ ରଖିଥିଲେ ।

   ସମ୍ବନ୍ଧିତ ଖବର


ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ