ଲକଡାଉନ୍ ମଧ୍ୟରେ ବଢୁଛି କଣ୍ଡୋମ୍ ବିକ୍ରି, ସାରା ବିଶ୍ୱ ପାଇଁ ଫ୍ରି ଆକ୍ସେସ୍ ଘୋଷଣା କଲା Pornhub

ଭୁବନେଶ୍ୱର ୨୫/୩: କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଲାଗିପଡିଛି । ସାରା ଦେଶରେ ଲକ୍ ଡାଉନ୍ । କେବଳ ଜରୁରୀ ସେବାକୁ ଛାଡି ଅନ୍ୟ ସବୁ ଠପ୍ ହୋଇ ପଡିଛି କହିଲେ ଭୁଲ୍ ହେବନି । ଦୋକାନ ବଜାର ସବୁ ବନ୍ଦ । କେବଳ ଜରୁରୀ ସାମଗ୍ରୀ ଓ ଔଷଧ ଦୋକାନ ଖୋଲା ।  ଗତ କାଲି ରାତିରୁ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ ୨୧ ଦିନ ଲକଡାଉନ୍ ଘୋଷଣା କରିଛନ୍ତି । ଲୋକଙ୍କୁ ଘରୁ ଗୋଡ ନକାଢିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏହା ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ହିନ୍ଦୁସ୍ଥାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ମାତ୍ର କିଛି ଦିନ ମଧ୍ୟରେ କଣ୍ଡୋମ ବିକ୍ରି ୨୫ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ସାରା ଦେଶରେ ଲକଡାଉନ୍ । ଏବେ ରାସ୍ତା ଘାଟ ଶୁନଶାନ୍ ହୋଇ ପଡିଛି । ଦେଶରେ ଅନେକ ପ୍ରାଇଭେଟ୍ କମ୍ପାନୀ ନିଜ କର୍ମୀଙ୍କୁ ୱାର୍କ ଫ୍ରମ ହୋମ୍(ଘରୁ କାମ କରିବା) ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟରେ କଣ୍ଡୋମ୍ ବିକ୍ରି ୨୫ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଏଭଳି ପରିସ୍ଥିତିରେ ଏହି ଖବର ଆସିବା ଆଶ୍ଚର୍ଯ୍ୟଜନକ ନୁହେଁ । ଜଣେ ଔଷଧ ଦୋକାନୀଙ୍କ କହିବାନୁସାରେ ‘ଲୋକମାନେ ଏବେ ଘରେ ବହୁତ ସମୟ ପାଉଛନ୍ତି । ସେମାନେ ଘରେ ବୋର ହେଉଛନ୍ତି । ଗତ ସପ୍ତାହରେ ଲୋକମାନେ ପ୍ରାୟ ୧୦ରୁ ୨୦ ପ୍ୟାକେଟ୍ କିଣିଥିଲେ ।’ ଜରୁରୀକାଳୀନ ପରିସ୍ଥିତି ପାଇଁ ଔଷଧ ଦୋକାନ ଖୋଲା ରହୁଛି । ତେବେ ଔଷଧ ଅପେକ୍ଷା ଅଧିକ କଣ୍ଡୋମ ବିକ୍ରି ହେଉଛି ବୋଲି କହିଛନ୍ତି ଜଣେ ଔଷଧ ଦୋକାନୀ ।

ଅନ୍ୟ ଜଣେ ଦୋକାନୀ କୁହନ୍ତି ‘ଯେଉଁମାନେ ପୂର୍ବରୁ ୧-୧ ପ୍ୟାକେଟ୍ ନେଉଥିଲେ ଏବେ ସେମାନେ ୩-୩ ପ୍ୟାକେଟ୍‌ କିଣୁଛନ୍ତି । ୧-୨ ସପ୍ତାହ ହେବ କଣ୍ଡୋମ ବିକ୍ରି ବଢିବାରେ ଲାଗିଛି ।’

ରିପୋର୍ଟ ଅନୁସାରେ ସେକ୍ସ ଟଏଜର ବିକ୍ରି ମଧ୍ୟ ବଢିବାରେ ଲାଗିଛି । ସୂଚନାଯୋଗ୍ୟ PornHub ନିଜ ପ୍ରିମିୟମ୍ ଆକ୍ସେସକୁ ମଧ୍ୟ ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ସାରା ବିଶ୍ୱ ପାଇଁ ଫ୍ରି ଆକ୍ସେସ ଥିବା ଘୋଷଣା କରିଛି । ଏହାର ଉଦ୍ଦେଶ୍ୟ ଲୋକମାନେ ଘରେ ରହିଲେ ମଧ୍ୟ ବୋର୍ ହେବେନି । ତେବେ ଯାହା ବି ହେଉ ସମସ୍ତେ ଘରେ ରହିବା ଭଲ । କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଏହା ହିଁ ଏକମାତ୍ର ଉପାୟ ।

   ସମ୍ବନ୍ଧିତ ଖବର


ଅନ୍‌ଲକ୍-୫ ଗାଇଡ୍‌ଲାଇନ୍‌ ଜାରି -୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ଟ୍ରେନିଂ ଦେବା ବାହାନାରେ ନାବାଳିକାଙ୍କୁ ନେଇ କରୁଥିଲେ ଏମିତି କାମ…ଧରାପଡ଼ିଲେ ଆଶାକର୍ମୀ

ନିଖୋଜ ମହିଳା ୨ ବର୍ଷ ପରେ ମିଳିଲେ – ସମୁଦ୍ରରେ ଭାସୁଥିଲେ, ମାଛ ଧରାଳି କଲେ ଉଦ୍ଧାର

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ଅକ୍ଟୋବର ୪ରେ ହେବ ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା

ଆସନ୍ତା କାଲିଠାରୁ ଲାଗୁହେବ ଅନଲକ୍-୫, ଜାଣନ୍ତୁ କ’ଣ ରହିଛି ସ୍କୁଲ ଖୋଲିବା ନେଇ ନିୟମ