PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଖାକିରେ ଦାଗ! ପ୍ରେମରେ ପ୍ରତାରଣା କରି ବନ୍ଧା ହେଲେ କନେଷ୍ଟବଳ

ଭଦ୍ରକ ୧୭/୧୨: ଲଭ ସେକ୍ସ ଧୋକ୍କା। ପ୍ରେମରେ ପ୍ରତାରଣା ଅଭିଯୋଗରେ ଅଭିଯୁକ୍ତ କନେଷ୍ଟବଳ ଗିରଫ । ଭଦ୍ରକ ଟାଉନ ଥାନା କନଷ୍ଟେବଲ ଜଗତପତି ହାଁସଦାଙ୍କୁ ଗିରଫ କରିଛି ପୋଲିସ । ମହିଳା କନେଷ୍ଟବଳଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ନେଇ  ଅଭିଯୋଗରେ ଗିରଫ ହୋଇଛନ୍ତି ଜଗତପତି ହାଁସଦା । ଏନେଇ ମହିଳା କନେଷ୍ଟବଳ ଟାଉନ ଥାନାରେ ଏତଲା ଦେଇଥିଲେ।

ମିଳିଥିବା ସୂଚନା ମୁତାବକ ଥାନାରେ ଡ୍ୟୁଟି କରୁ ଥିବା ବେଳେ ମହିଳା କନେଷ୍ଟବଳ ଓ ପୁରୁଷ କନେଷ୍ଟବଳ ଜଗତପତି ହାଁସଦାଙ୍କ ମଧ୍ୟରେ ଦେଖାଦେଖିରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହା ପରେ ଏହି ପ୍ରେମ ଶାରୀରିକ ସମ୍ପର୍କର ରୂପ ମଧ୍ୟ ନେଇଥିଲା। କିନ୍ତୁ ମହିଳା କନେଷ୍ଟବଳ ଯେତେବେଳେ ବିବାହ ପାଇଁ କହିଥିଲେ ଏହାକୁ ମନା କରିଦେଇଥିଲେ ପୁରୁଷ କନେଷ୍ଟବଳ। ପରେ ମହିଳା କନେଷ୍ଟବଳ ଜଣକ ଭଦ୍ରକ ଏସପିଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ । ପୁରୁଷ କନେଷ୍ଟବଳ ବିବାହ କରିବେ ନାହିଁ ବୋଲି ଜିଦରେ ଅଡ଼ି ବସିଥିଲେ। ଏହା ପରେ ଭଦ୍ରକ ଟାଉନ ଥାନାରେ ମହିଳା କନେଷ୍ଟବଳ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରିଛି ।