PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଯଦି ମୁଣ୍ଡରେ ଘୁରିବୁଲୁଛି ଏହି ୮ଟି କଥା ତେବେ ଆପଣ ମଧ୍ୟ କରିପାରନ୍ତି ଆତ୍ମହତ୍ୟା

ଭୁବନେଶ୍ୱର ୧୦/୯: ମୃତ୍ଯୁ ସୁନିଶ୍ଚିତ । ଗୌତମ ବୁଦ୍ଧ କହିଥିଲେ ସଂସାରରେ ୩ଟି ଜିନିଷ ଚିରନ୍ତନ ସତ୍ଯ – ଚନ୍ଦ୍ର, ସୂର୍ଯ୍ୟ ଏବଂ ମୃତ୍ଯୁ । ବିଜ୍ଞାନ ବହୁତ ଆଗେଇ ସାରିଲାଣି । ଆଜି ଚାହିଁଲେ ଜନ୍ମକୁ ରୋକାଯାଇ ହେବ କିନ୍ତୁ ମୃତ୍ଯୁକୁ ନୁହେଁ । ମୃତ୍ୟୁ ସବୁକିଛି ନେଇଯାଏ । ସୁଖ, ଦୁଃଖ, ଚିନ୍ତା, ନେମ୍, ଫେମ୍ ସବୁକିଛି । ଏପରିକି ଅସ୍ଥିତ୍ୱକୁ ମଧ୍ଯ । ଥରେ ଶରୀରରୁ ପ୍ରାଣ ଚାଲିଗଲେ ସବୁକିଛି ଶେଷ ହୋଇଯାଏ । ଆଉ କେବେ ବି ଫେରି ଆସେନି । ନିକଟରେ ଜଣେ ଯୁବକ ୧୯ ମହଲା ବିଶିଷ୍ଟ ଏକ ବିଲ୍ଡିଂରୁ ଡେଇଁ ଆତ୍ମହତ୍ଯା କରିଦେଲା । ମୃତ୍ଯୁ ପୂର୍ବରୁ ସେ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିଲା । ସେହି ଭିଡିଓ ଦେଖି ଜଣାପଡୁଥିଲା ଯେ ସେ ଯେମିତି ମୃତ୍ୟୁକୁ ଆଲିଙ୍ଗନ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା । ତେବେ ଚାଲନ୍ତୁ ଆଜି ଆମେ ଜାଣିବା ମୃତ୍ୟୁ ପୂର୍ବରୁ ଜଣଙ୍କ ମନରେ କଣ ଥାଏ ? ସେ କଣ ଚିନ୍ତା କରେ ?

ଯେତେବେଳେ ମନୁଷ୍ଯ ମରିବା ପାଇଁ ଠାଣି ନିଏ ତା ବ୍ରେନ୍ ଭିତରେ ଏକ ପାରାଲାଲ୍ ୟୁନିଭର୍ସ ଜନ୍ମ ନେଇଥାଏ । ଆଉ ଏକ ଦୁନିଆ । ଯେଉଁଠି କେବଳ ମୃତ୍ୟୁ ସହିତ ଜଡିତ ଜିନିଷ ଏବଂ ଦୃଶ୍ଯ ଦେଖିବାକୁ ମିଳେ । ମୃତ୍ୟୁ ବ୍ୟତୀତ ସେ ଆଉ କିଛି ଭାବେନି । ତେବେ ନିମ୍ନରେ ଏମିତି କିଛି କଥା କୁହାଯାଇଛି ଯାହା ମୃତ୍ୟୁର ରାସ୍ତା ଅର୍ଥାତ୍ ଯଦି ଆପଣଙ୍କ ମୁଣ୍ଡରେ ମଧ୍ୟ ଏହି ସବୁ ଜିନିଷ ଚାଲୁଛି ତେବେ ଆପଣ ଆତ୍ମହତ୍ୟା କରିପାରନ୍ତି । ଚାଲନ୍ତୁ ଜାଣିବା ….

୧. ଦୈନନ୍ଦିନ ଜୀବନରେ ଏକ ଅଜବ ପ୍ରକାର ଥ୍ରିଲ୍ସ ପଶିଆସେ । ଦୁନିଆକୁ ଦେଖିବାର ଢଙ୍ଗ ବଦଳିଯାଏ । ଆଖପାଖରେ ଯାହା ହୁଏ ସବୁକିଛି ନିରର୍ଥକ ଲାଗେ । ଚାରିପଟେ ଦେଖିଥିବା ଜିନିଷ ଅତି ହାସ୍ୟାସ୍ପଦ ଲାଗେ ।

୨. ମରିବାକୁ ଯାଉଥିବା ଲୋକ, ବଞ୍ଚିବା ପାଇଁ ବାଉଳା ହେଉଥିବା ଏହି ଦୁନିଆକୁ ମୁର୍ଖ ବୋଲି ଭାବେ । ତାକୁ ଲାଗେ ଯେ ଏମାନେ ସବୁ ପାଗଳ, ମୁର୍ଖ । ଏହି ଫାଲତୁ ଜୀବନ ମୋହରେ ପଡିଛନ୍ତି । ତା ନିଜ ନିଷ୍ପତ୍ତିକୁ ନେଇ ସେ ଗର୍ବ କରେ ।

୩. ଜୀବନ ଦେବାପାଇଁ ପଦକ୍ଷେପ ଉଠାଉଥିବା ବ୍ୟକ୍ତି ସବୁବେଳେ ତର୍କରେ ଏହାକୁ ଜଷ୍ଟିଫାଏ ବୋଲି କହେ । ଏମିତି ଶବ୍ଦ ଖୋଜେ ଯାହାକୁ ବ୍ୟବହାର କରି ଏହା ଉପରେ ମୋହର ମାରିହେବ ଯେ ଏହା ହିଁ ଉତ୍ତମ ଉପାୟ ।

୪ . ଲୋକଙ୍କ ସହିତ ଏନେଇ ଯୁକ୍ତି ତର୍କ ମଧ୍ୟ କରେ ଯେ ଜୀବନ ଦେବା ବାହାଦୁରୀ କାମ, ଡରକୁଳା କାମ ନୁହେଁ ।

୫. ଥରେ ମରିବା ପାଇଁ ନିଶ୍ଚିତ କରିସାରିବା ପରେ ସେ ଉପାୟ ଖୋଜିବା ଆରମ୍ଭ କରେ । ବିଷ, ଫାଶୀ, ବିଲ୍ଡିଂରୁ ଡେଇଁବା, ଟ୍ରେନ୍ ଲାଇନ୍ ଆଦି ବିଭିନ୍ନ ବିକଳ୍ପ ସମ୍ପର୍କରେ ଚିନ୍ତାକରେ ।

୬. ସବୁଠାରୁ ଖାସ୍ ପର୍ଯ୍ୟାୟ ହେଉଛି ସେହି ସମ୍ଭାବିତ ପ୍ରତିକ୍ରିୟା ସମ୍ପର୍କରେ ଭାବିବା । ଯେଉଁମାନେ ତାର ମୃତ୍ୟୁର ଖବର ଶୁଣି ଆସିବେ, ପ୍ରଥମେ ତାର ବନ୍ଧୁମାନେ ଆସିବେ । ଏମିତି ଅନେକ ଅନେକ ଚିନ୍ତାକରେ । କିଏ କଣ କହିବେ । କିଏ କେମିତି ମନଦୁଃଖ କରିବେ । ଏସବୁ ସେ କଳ୍ପନା କରେ ।

୭. ସବୁଠାରୁ ବଡ ସମସ୍ୟା ହେଲା ଦାୟିତ୍ୱ, ଯାହା ତା କାନ୍ଧରେ ରହିଛି । ସେମାନଙ୍କଠାରୁ ମୁହଁ ମୋଡିବା ଏକ ବଡ କାମ ହୋଇ ଠିଆ ହୁଏ । ତା ଫ୍ୟାମିଲି, ପିଲାଛୁଆ ଆଦିଙ୍କର ତା ମୃତ୍ୟୁ ପରେ କଣ ହେବ । ଏହି ସମସ୍ୟା ତାକୁ ବିଚଳିତ କରେ । ସେ ସେହି ସମସ୍ୟା ସବୁକୁ ଏକ ଦୃଶ୍ଯ ଭଳି ଦେଖିବାକୁ ଚେଷ୍ଟା କରେ । ପତ୍ନୀର ଦ୍ୱିତୀୟ ବିବାହ, ପିଲାଙ୍କ ସ୍କୁଲ ଯିବା ଆଦି କଳ୍ପନା କରେ ।

୮. ସବୁଠାରୁ ଖାସ୍ ହେଉଛି ସୁସାଇଡ୍ ନୋଟକୁ ଆକର୍ଷକ କରିବାର । ସେହିଭଳି ଶବ୍ଦ, ବାକ୍ଯ ଆଦି ଖୋଜିବାରେ ଲାଗିପଡେ । ଯାହା ଦ୍ୱାରା ସେ ଦୁନିଆକୁ ନିଜ ଶେଷ ସମ୍ବାଦ ଦେଇପାରିବ । ନିଜ ଚିଠିକୁ ଆକର୍ଷକ କରିବା ସହ ସେ ଏହା ମଧ୍ୟ ପ୍ରମାଣ ଦିଏ ଯେ ଏହି ଦୁନିଆ କାହିଁକି ତାକୁ ନିରର୍ଥକ ଲାଗୁଛି । ସେ ଚାହେଁନାହିଁ ଯେ କେହି ତାରୁ ସେ ମରିଗଲା ପରେ ମୁର୍ଖ କହୁ ।