୨ ଲୋକସଭା, ୯ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୨ା୪(ବ୍ୟୁରୋ): ରାତି ଅଧିଆ କଂଗ୍ରେସ ଜାରି କରିଛି ପ୍ରାର୍ଥୀ ତାଲିକା । ୨ଟି ଲୋକସଭା ଆସନ ସହ ୯ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ବଡ଼ ଖବର ହେଲା, ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ । ସେ ଲଢ଼ିବେ ବୋଲଗଡ଼-ବେଗୁନିଆ ଆସନରୁ । କଟକ ଲୋକସଭା ଆସନରେ ଭେଟେରାନ୍‌ ପଞ୍ଚାନନ କାନୁନ୍‌ଗୋଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଯାଜପୁର ଲୋକସଭା ମଇଦାନରେ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି କଂଗେସ୍ର ।
ଆଜି ଘୋଷିତ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୪ଟି ଜାଗାରେ ଗତ ଥରର ପ୍ରାର୍ଥୀଙ୍କୁ ରପିଟି୍‌ କରିଛି । ବହୁ ଚର୍ଚ୍ଚିତ ପାରାଦୀପ ବିଧାନସଭା ଆସନରୁ ଅରିନ୍ଦମ (ବାପି) ସଖେର୍ଲଙ୍କୁ ପୁଣି ଥରେ ପ୍ରାର୍ଥୀ ଘୋଷଣା କରାଯାଇଛି । ବାପି ଏବେ ଦାମ ରାଉତଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କୁ ମୁକାବିଲା କରିବେ । ଗତ ଥର ସେ ପାରାଦୀପରୁ ଦାମଙ୍କ ବିରୋଧରେ ଲଢିଥି଼ଲେ । ପିପିଲି ନିର୍ବାଚନମଣ୍ଡଳୀ ପାଇଁ ଯୁଧିଷ୍ଠିର ସାମନ୍ତରାୟଙ୍କ ଉପରେ ପୁଣି ଭରସା କରିଛି କଂଗ୍ରେସ ।

ବହୁ ଛକାପଞ୍ଝା ସତ୍ତ୍ୱେ ଯୁଧିଷ୍ଠିର ପିପିଲି ଟିକେଟ ହାତେଇଛନ୍ତି । ଏହି ଆସନରୁ ଟିକେଟ ଆଶାୟୀ ଥିବା ଯୁବ ନେତା ନିଶିକାନ୍ତ ମିଶ୍ର ନିରାଶ ହୋଇଛନ୍ତି । ଯାଜପୁରରୁ ସନ୍ତୋଷ କୁମାର ନନ୍ଦ ଆଉ ଥରେ ପ୍ରାର୍ଥୀ ହୋଇଛନ୍ତି । ସେହିପରି କାମାକ୍ଷାନଗରରୁ ଭବାନୀଶଙ୍କର ମହାପାତ୍ରଙ୍କୁ ଦଳ ପୁଣି ପ୍ରାର୍ଥୀ କରିଛି । ବାଲେଶ୍ୱର ବିଧାନସଭା ଆସନରେ ନୂଆ ମୁହଁ ଭାବେ ମାନସ ଦାସ ପଟ୍ଟନାୟକଙ୍କୁ ଟିକେଟ ମିଳିଛି । ସେହିପରି ଧର୍ମଶାଳା ଟିକେଟ ହାତେଇଛନ୍ତି ସ୍ମୃତିରେଖା ପହି । ହିନ୍ଦୋଳରୁ ତ୍ରିନାଥ ବେହେରାଙ୍କୁ କଂଗ୍ରେସ ଟିକେଟ ମିଳିଛି । ବଡ଼ମ୍ବାରେ ଦଳ ନବାଗତ ବବି ମହାନ୍ତିଙ୍କୁ ଓହ୍ଲାଇଛି ।

ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ହେବାକୁ ଥିବା ଗୋଟିଏ ଲୋକସଭା ଆସନ ସମେତ ୮ଟି ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା ଲଟକି ରହିଛି । ସମ୍ବଲପୁର ଲୋକସଭା ଆସନ ସମେତ କଟକ ଚୌଦ୍ୱାର, ମଧ୍ୟ ଭୁବନେଶ୍ୱର, ଉତ୍ତର ଭୁବନେଶ୍ୱର, ଜୟଦେବ, ଖୋର୍ଦ୍ଧା, ଚିଲିକା, ଖଣ୍ଡପଡ଼ା ଓ ଘସିପୁରା ଆସନରେ ଏଯାବତ୍‌ ଦଳ ପ୍ରାର୍ଥୀ ଘୋଷଣା କରିନି । ଏହି ସବୁ ଆସନରେ ଆସନ୍ତା ୪ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ତେବେ ଘସିପୁରା ପାଇଁ କଂଗ୍ରେସ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେଠାରୁ ନାମାଙ୍କନ ଭରିଛନ୍ତି ।

ଆଜି ସୁଦ୍ଧା କଂଗ୍ରେସ ୧୭ଟି ଲୋକସଭା ଆସନ ଓ ୧୨୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ୩ଟି ଲୋକସଭା ଆସନ ଓ ୭ଟି ବିଧାନସଭା ଆସନ ସହଯୋଗୀ ଦଳ ପାଇଁ ଛାଡ଼ିବାକୁ ଦଳ ପୂର୍ବରୁ ଘୋଷଣା କରିଥିଲା । ଅର୍ଥାତ୍‌ ଏବେ ବି ଗୋଟିଏ ଲୋକସଭା ଆସନ ଓ ୨୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ହେବାକୁ ଥିବା କଟକ ସଦର ବିଧାନସଭା ଆସନର ପ୍ରାର୍ଥୀ ରତ୍ନାକର ବେହେରା ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିବା ସମ୍ଭାବନା କମ୍‌ । ଏହି ଆସନରେ ବି ପ୍ରାର୍ଥୀ ବଦଳିପାରନ୍ତି ବୋଲି ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ