PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲା କଂଗ୍ରେସ, ନିଲମ୍ବନ ସହିତ ଥାନାରେ ମାମଲା ପାଇଁ ଦାବି

pic-indiatoday

ବେଙ୍ଗାଲୁରୁ: କର୍ଣ୍ଣାଟକ ଯୁବ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ। କରୋନାର ମଧ୍ୟଭାଗରେ ଟିକାକରଣରେ ତେଜସ୍ୱୀ ସୂର୍ଯ୍ୟା ଓ ତାଙ୍କ ମାମୁଁ ରବି ସୁବ୍ରମଣ୍ୟମ ଲାଭ ଉଠାଇଥିବା ଅଭିଯୋଗ କରିଛି କର୍ଣ୍ଣାଟକ କଂଗ୍ରେସ।  

କଂଗ୍ରେସର ଅଭିଯୋଗ ଅନୁସାରେ, ତେଜସ୍ୱୀ ଓ ପୂର୍ବରୁ ୩ ଥର ବିଧାୟକ ହୋଇସାରିଥିବା ତାଙ୍କ ମାମୁଁ ରବି ସୁବ୍ରମଣ୍ୟ ଲୋକଙ୍କୁ ବିଶେଷକରି ଗୋଟିଏ ଘରୋଇ ହସ୍‌ପିଟାଲ୍‌ରେ ଟିକା ନେବାକୁ କହୁଥିଲେ। ତା ବଦଳରେ ହସ୍‌ପିଟାଲ୍ ପକ୍ଷରୁ ରବି ସୁବ୍ରମଣ୍ୟମ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ।

ଏ ସମ୍ପର୍କିତ ଏକ ଅଡିଓ ଲିକ୍ ହେବା ପରେ ଏହି ଆଧାରରେ ଏପରି ଅଭିଯୋଗ ଆଣିଛି କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କଂଗ୍ରେସ ନେତା ପୱନ ଖେରା ଏବଂ ଶ୍ରୀନିବାସ .ଭି ଅଭିଯୋଗ କରିଛନ୍ତି ଯେ ଲିକ୍ ହୋଇଥିବା ଅଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ କରୋନା ଟିକା ୯୦୦ରୁ ଯେମିତି କମ୍‌ ନୁହେଁ, କାରଣ ସେଥିରୁ ୭୦୦ ରବି ସୁବ୍ରମଣ୍ୟଙ୍କୁ ଦିଆଯିବ।

ଯଦିଓ ଏହି ଅଡିଓକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସି ନାହିଁ ତେବେ ଏହାକୁ ନେଇ ବିଜେପି ଉପରେ ଶାଣିତ ଆକ୍ରମଣ କରିଛି କଂଗ୍ରେସ। ତେଜସ୍ୱୀ ସୂର୍ଯ୍ୟା ମଧ୍ୟ ଅନେକ ସ୍ଥାନରେ ଲୋକଙ୍କୁ ନିର୍ଦ୍ଦିଷ୍ଟ ଘରୋଇ ହସ୍‌ପିଟାଲ୍‌ରେ ଟିକା ନେବାକୁ କହୁଥିବାରୁ ଶୁଣାଯାଉଛି ବୋଲି କଂଗ୍ରେସ କହିଛି।

କଂଗ୍ରେସ ଆହୁରି ମଧ୍ୟ କହିଛି ଯେ ଏମିତି ଏକ ସମୟ ଆସିଛି ଯେତେବେଳେ ଲୋକ ଟିକା ନେବା ପାଇଁ ହାଇପାଇଁ ହଉଛନ୍ତି, ସେତେବେଳେ ବିଜେପି ନେତାମାନେ ଏହାର ସୂଯୋଗ ନେଇ ଟଙ୍କା କମାଇବାରେ ବ୍ୟସ୍ତ ରହୁଛନ୍ତି। ସରକାରୀ ଡାକ୍ତରଖାନାରେ ଟିକା ମିଳୁନଥିବା ବେଳେ ଏହି ଘରୋଇ ହସ୍‌ପିଟାଲ୍‌ରେ କେମିତି ଟିକା ଉପଲବ୍‌ଧ ହେଉଛି ତାର ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ତା ସହିତ ତେଜସ୍ୱୀ ଓ ତାଙ୍କ ମାମୁଁ ରବି ସୁବ୍ରମଣ୍ୟଙ୍କ ନିଜ ପଦରୁ ନିଲମ୍ବିତ କରିବା ସହିତ ତାଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରିବାକୁ ଦାବି କରିଛି ଦଳ ।

ତେବେ ଏହାରି ଭିତରେ ଜଣେ ସାମାଜିକ କର୍ମୀ ଉଭୟ ତେଜସ୍ୱୀ ଓ ତାଙ୍କ ମାମୁଁ ରବିଙ୍କ ବିରୋଧରେ ଥାନାରେ ମାମାଲା ରୁଜୁ କରିଛନ୍ତି। ରବି ଡୋଜ୍‌ ପ୍ରତି ୭୦୦ ଟଙ୍କା ନେଉଥିବା ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ରବିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେ ତୁରନ୍ତ ସେଇ ଘରୋଇ ହସ୍‌ପିଟାଲ୍‌କୁ ଯାଇଥିଲେ। ଓ କାହିଁକି ତାଙ୍କ ନାଁ’ର ଅପବ୍ୟବହାର କରାଯାଇଛି ବୋଲି ହସ୍‌ପିଟାଲ୍ କର୍ତ୍ତୃପକ୍ଷଙ୍କୁ ସେ ପ୍ରଶ୍ନ କରିଥିଲେ। ହସ୍‌ପିଟାଲ୍ କର୍ତ୍ତୃପକ୍ଷ ମଧ୍ୟ ଏସବୁ ଗୁଜବ କହିବା ସହିତ ଆପଣଙ୍କୁ ଆମେ କୌଣଶି ଟଙ୍କା ଦେଇନାହୁଁ ବୋଲି କହିଥିଲେ।