ଝାଡଖଣ୍ଡ ବିଧାନସଭା ନିର୍ବାଚନ: ମୋଦି କହିଲେ- ଛଳ ଓ ସ୍ବାର୍ଥର ରାଜନୀତି କରୁଛି କଂଗ୍ରେସ-ଜେଏମଏମ୍

ଖୁଣ୍ଟି,୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡର ଖୁଣ୍ଟିରେ ନିର୍ବାଚନ ରାଲି ସମୟରେ ବିରୋଧୀ କଂଗ୍ରେସ ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ୍) ଉପରେ ଯୋରଦାର ଟାର୍ଗେଟ କରିଥିଲେ। ମୋଦି କହିଛନ୍ତି, କଂଗ୍ରେସ ଓ ଜେଏମଏମ୍ କେବଳ ଛଳ ଓ ସ୍ବାର୍ଥର ରାଜନୀତି କରିଥାନ୍ତି। ଏହା ସହିତ ସେ କହିଛନ୍ତି ଯେ, ବିଜେପି ସେବାଭାବର ରାଜନୀତି କରୁଛି। ଜେଏମଏମ୍ ଓ କଂଗ୍ରେସର ଗତ ସରକାର ଉପରେ ଆଦିବାସୀ ପାଇଁ କାମ ନକରିବାର ଅଭିଯୋଗ କରି ମୋଦି କହିଥିଲେ, ଏହି ସରକାର ଆଦିବାସୀଙ୍କୁ ଝୁମ୍ପୁଡିରେ ରହିବାକୁ ବାଧ୍ୟ କରିଦେଥିଲା।

ମୋଦି କହିଛନ୍ତି, କଂଗ୍ରେସ-ଜେଏମଏମ୍ କ୍ଷମତା ଫେରିବାକୁ ଏତେ ଛଟପଟ୍ ହେଉଛନ୍ତି ଯେ, ନିଜ ନିଜ ଭିତରେ ମିଛ ପ୍ରଚାର କରୁଛନ୍ତି,ଡର ଓ ଭ୍ରମ ସୃଷ୍ଟି କରୁଛନ୍ତି। ଏମାନେ ଚାହାନ୍ତି ନି ଯେ, ଏଠାରେ ଉଦ୍ୟୋଗ ଓ ପର୍ଯ୍ୟଟକ ସମୃଦ୍ଧ ହେଉ। ଏମାନଙ୍କୁ ଜଣାଅଛି ଯେ, ଏଭଳି ହେଲେ ଗରିବଙ୍କ ପାଖକୁ ଟଙ୍କା ଆସିବ, ଯେଉଁଥିରେ କଂଗ୍ରେସ-ଜେଏମଏମକୁ କେହି ପଚାରିବେ ନାହିଁ ବୋଲି ମୋଦି ତାଙ୍କର ଭାଷଣରେ କହିଛନ୍ତି।

ଝାଡଖଣ୍ଡରେ ୩୦ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ପାଇଁ ୧୩ଟି ବିଧାନସଭା ଆସନରେ ଭୋଟିଂ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମ୍ପର୍କରେ ଆଲୋଚନା କରି ମୋଦି କହିଛନ୍ତି, ପ୍ରଥମ ପର୍ଯ୍ୟାୟ ମତଦାନ ପରେ ୩ଟି କଥା ସ୍ପଷ୍ଟ ହୋଇଯାଇଛି। ପ୍ରଥମ-ଲୋକତନ୍ତ୍ରକୁ ମଜବୁତ କରିବା ଓ ରାଷ୍ଟ୍ର ନିର୍ମାଣରେ ଝାଡଖଣ୍ଡର ଲୋକଙ୍କ ଆସ୍ଥା ଅଦ୍ଭୂତପୂର୍ବ ରହିଛି। ଦ୍ବିତୀୟଟି ହେଲା ବିଜେବି ସରକାର ଯେଉଁଭଳି ଭାବରେ ନକ୍ସଲଙ୍କ ଅଣ୍ଟ ଭାଙ୍ଭିଦେଇଛି, ତାହା ଦ୍ବାରା ଭୟର ବାତାବରଣ ଶେଷ ହୋଇଛି ଓ ବିକାଶ ହୋଇଛି। ତୃତୀୟଟି ହେଲା, ଝାଡଖଣ୍ଡର ଲୋକ ବିଜେପିର ସରକାର ପ୍ରତି ବିଶ୍ବାସ ଭାବନା ରଖିଛନ୍ତି।’

ଏହା ସହିତ ମୋଦି ଡବଲ ଇଞ୍ଜିନ ସରକାର ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି। ମୋଦି କହିଛନ୍ତି ଦିଲ୍ଲୀ ସହିତ ଝାଡଖଣ୍ଡରେ ବିଜେପି ସରକାର ପୁଣିଥରେ ଗଠନ ହେବା ଦରକାର। ଦିଲ୍ଲୀ ଓ ରାଞ୍ଚିରେ ଡବଲ ଇଞ୍ଜିନ ଲଗାଇବା ଦ୍ବାରା ବିକାଶର ଗତି ଦ୍ରୁତ ହୋଇଯିବ ଓ ସ୍ଥାୟୀ ରହିବ। ଝାଡଖଣ୍ଡର ବିକାଶ ପାଇଁ ବିଜେପି ପୁଣିଥରେ ଶାସନକୁ ଫେରିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା