ଓଡ଼ିଶା ପ୍ରଦେଶ କଂଗ୍ରେସ ସମସ୍ତ କମିଟି ଭାଙ୍ଗିଲା: ପିସିସି ସଭାପତି ରହିବେ ନିରଞ୍ଜନ

ଭୁବନେଶ୍ୱର ୨୭/୮: ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ପିସିସିର ସମସ୍ତ ପଦାଧିକାରୀଙ୍କୁ କମିଟିରୁ ଅପସାରଣ କରାଯାଇଛି । ଖାଲି ସେତିକି ନୁହେଁ, ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଗଠିତ ରାଜ୍ୟ କଂଗ୍ରେସର ସମସ୍ତ କମିଟି ମଧ୍ୟ ଭାଙ୍ଗିଛି । ହେଲେ ପିସିସି ସଭାପତି ଆସନ ବଜାୟ ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । ପିସିସିର ଦୁଇ କାର୍ଯ୍ୟକାରୀ ସଭାପତି ବି ନିଜ ପଦରେ ଅପରିବର୍ତ୍ତିତ ରହିଛନ୍ତି । ଓଡ଼ିଶା କଂଗ୍ରେସ ପାଇଁ ଆଜି ଏଭଳି ପଦକ୍ଷେପ ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୩ ମାସ ପରେ ରାଜ୍ୟ କଂଗ୍ରେସର ପୁନର୍ଗଠନ ପାଇଁ ଅଣ୍ଟା ଭିଡ଼ିଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) । ସୋନିଆଙ୍କ ପୁଣି ଥରେ କଂଗ୍ରେସ ଦାୟିତ୍ୱ ସମ୍ଭାଳିବା ପରେ ଓଡ଼ିଶା ପିସିସିର ସମସ୍ତ ପଦାଧିକାରୀଙ୍କୁ କମିଟିରୁ ଅପସାରଣ କରାଯାଇଛି । ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି । ଏଥିରେ ସେ ସ୍ପଷ୍ଟ କରି ଦେଇଛନ୍ତି ଯେ, ପିସିସି ସଭାପତି ଓ ଅପରିବର୍ତ୍ତିତ ରହିବେ । ଅର୍ଥାତ୍‌ ପୂର୍ବଭଳି ନିରଞ୍ଜନ ହିଁ ରାଜ୍ୟ କଂଗ୍ରେସର ମୁଖିଆ ରହିବେ । ଆଉ କାର୍ଯ୍ୟକାରୀ ସଭାପତି ପଦ ବଜାୟ ରଖିବେ ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ ।

ଗତ ନିର୍ବାଚନରେ ଲଜ୍ଜାଜନକ ପରାଜୟ ପରେ ପିସିିସି ସଭାପତି ପଦବରୁ ଇସ୍ତଫା ଦେଇଥିଲେ ନିରଞ୍ଜନ । ନିଜକୁ ଦାୟୀ କରି ସେ ପଦ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ଏଆଇସିସି ଅଧ୍ୟକ୍ଷ ପଦକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଓଡ଼ିଶା କଂଗ୍ରେସ ନେଇ କୌଣସି ନିଷ୍ପତ୍ତି ହୋଇନଥିଲା । ସୋନିଆ କଂଗ୍ରେସ ଅଧ୍ୟକ୍ଷା ହେବା ପରେ ପିସିସି ସଭାପତି ପରିବର୍ତ୍ତନ ହେବ କି ନାହିଁ, ତା’କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଏଥିରେ ଆଜି ପୂର୍ଣ୍ଣଛେଦ ପଡ଼ିଛି ।

   ସମ୍ବନ୍ଧିତ ଖବର


​ଅଡ଼ୁଆରେ ସରକାରୀ ଅଫିସ୍‌ କର୍ମଚାରୀ – କାଲି ରାଜ୍ୟ ସରକାର କହିଲେ ଏମିତି, ଆଜି ଉଚ୍ଚ ଶିକ୍ଷା ବିଭାଗ କହୁଛନ୍ତି ଏମିତି–କାହାକୁ ମାନିବେ ?

ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ

ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତାରେ ତିନି ବର୍ଷରେ ଓଡ଼ିଶାକୁ ମିଳିଛି ୬.୭୭ କୋଟି: ଧର୍ମେନ୍ଦ୍ର

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ନନ୍ଦନକାନନରେ ଦିନକୁ ୨,୫୫୦ ପର୍ଯ୍ୟଟକଙ୍କୁ ଟିକେଟ୍‌, ବୟସ୍କ ଓ ଶିଶୁ ନଯିବାକୁ ପରାମର୍ଶ…