ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ: ମୋଦି ଜୀ, ପାକିସ୍ତାନକୁ ଲଭ ଲେଟର ଦେବା ବନ୍ଦ କରନ୍ତୁ

ନୂଆଦିଲ୍ଲୀ,୨୩।୩: ପାକିସ୍ତାନର ରାଷ୍ଟ୍ରୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ଘଟଣାକୁ ନେଇ ଏବେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କଡା ସମାଲୋଚନା କରାଯାଇଛି। ଆଜି କଂଗ୍ରେସ ପକ୍ଷରୁ କୁହାଯାଇଛି ‘ମୋଦି ଜୀ ପାକିସ୍ତାନକୁ ଏହି ଲଭ ଲେଟର ଲେଖିବା ବନ୍ଦ କରିଦେବା ଦରକାର। ଦଳର ମୁଖପାତ୍ର ରଣଦୀପ ସୁରଜେଓ୍ବାଲ ଟ୍ବିଟ୍ କରି କହିଛନ୍ତି, ଶ୍ରୀମାନ ୫୬ ସାଢି-ଶାଲ-ପାକ୍ ବାର୍ଥଡେ ଯାତ୍ରା-ଆଇଏସ୍ଆଇକୁ ପଠାନକୋଟ ଡକାଇବା ପାଇଁ ପ୍ରସିଦ୍ଧ। କିନ୍ତୁ ଏବେ ନିଜେ ଚୌକିଦାର ଦେଶକୁ ଲୁଚାଇ ଇମ୍ରାନ ଖାନଙ୍କୁ  ଚିଠି ଲେଖିଛନ୍ତି। କେବଳ ସେତିକି ନୁହେଁ ପାକ୍ ପ୍ରାୟୋଜିତ ଆତଙ୍କବାଦ ସମ୍ପର୍କରେ ଗୋଟେ ଶବ୍ଦ ମଧ୍ୟ କହିଲେନି। ସୁରେଜଓ୍ବାଲ ମୋଦିଙ୍କ ସାକ୍ଷାତକାର ସମୟର ଏକ ଭିଡିଓକୁ ସେୟାର କରି କହିଛନ୍ତି, ମୋଦି ଜୀ ପାକିସ୍ତାନକୁ ଏଭଳି ଲଭ ଲେଟର ଲେଖିବା ବନ୍ଦ କରିଦିଅନ୍ତୁ। ମିଛରେ ଛାତି ଥାପୁଡାଇବା ଓ ଆଖି ଦେଖାଇ କେବଳ ଜନତା ଓ ଗଣମାଧ୍ୟମ ଆଗରେ ଛଳନା କରୁଛନ୍ତି।

ଏଠାରେ ଉଲ୍ଲେଖନୀୟ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗତକାଲି ଟ୍ବିଟ୍ କରି କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ମିଳିଛି। ଏଥିରେ ସେ କହିଛନ୍ତି ମୁଁ ପାକିସ୍ତାନର ରାଷ୍ଟ୍ରୀୟ ଦିବସ ଅବସରରେ ମୋର ଶୁଭକାମନା ପାକିସ୍ତାନର ଜନତାଙ୍କୁ ଦେଉଛି। ଉପମହାଦ୍ବୀପର ଲୋକଙ୍କୁ ଆତଙ୍କ ଓ ହିଂସାମୁକ୍ତ ପରିବେଶରେ ଏକାଠି ମିଶି ଲୋକତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ, ପ୍ରଗତିପୂର୍ଣ୍ଣ ଓ ସମୃଦ୍ଧି ପାଇଁ କାମ କରିବା ଦରକାର। ମୋଦିଙ୍କ ବାର୍ତ୍ତା ସମ୍ପର୍କରେ ମନ୍ତବ୍ୟ ଦେଇ ଇମ୍ରାନ୍ ଆଉ ଏକ ଟ୍ବିଟ୍ କରିଥିଲେ। ସେଥିରେ ସେ ଲେଖିଥିଲେ ମୋଦିଙ୍କ ବାର୍ତ୍ତାକୁ ମୁଁ ସ୍ବାଗତ କରୁଛି।ମୋତେ ଲାଗୁଛି ଭାରତ ସହିତ ବ୍ୟାପକ ଆଲୋଚନା ଆରମ୍ଭ କରିବା ସହ ସମସ୍ତ ପ୍ରସଙ୍ଗକୁ ସମାଧାନ କରିବାର ସମୟ ଆସିଯାଇଛି। ବିଶେଷ କରି କଶ୍ମୀର ପ୍ରସଙ୍ଗକୁ। ଏହା ସହ ଶାନ୍ତି ଓ ସମୃଦ୍ଦି ଉପରେ ଆଧାରିତ ଏକ ନୂତନ ସମ୍ପର୍କର ଶୁଭାରମ୍ଭ କରିବା ଦରକାର। ଦରକାର ଇମ୍ରାନ ଖାନଙ୍କ ଏହି ଟ୍ବିଟ୍ ପରେ ମୋଦିଙ୍କୁ ଘେରିଛନ୍ତି ବିରୋଧୀ ଦଳ। ​

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…