ମୋଦି ପ୍ରଧାନମନ୍ତ୍ରୀ କମ୍, ଡ୍ରାମା କିଙ୍ଗ୍ ଅଧିକ: ସୁରଜେଓ୍ବାଲା

ନୂଆଦିଲ୍ଲୀ,୨୮।୩: ପଶ୍ଚିମ ଉତ୍ତରପ୍ରଦେଶର ମିରଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନିଜ ରାଲିରେ କଂଗ୍ରେସର ନ୍ୟାୟ ଯୋଜନାକୁ ଏବଂ ସମାଜବାଦୀ ପାର୍ଟି- ରାଷ୍ଟ୍ରୀୟ ଲୋକ ଦଳ ଏବଂ ବହୁଜନ ସମାଜବାଦୀ ପାର୍ଟି ମେଣ୍ଟର ତୁଳନା ମଦ ସହିତ କରି କଟାକ୍ଷ କରିଥିଲେ। ମୋଦିଙ୍କ ମିରଟ ରାଲି ପରେ କଂଗ୍ରେସ ପ୍ରତିକ୍ରିୟା ରଖି ମୋଦିଙ୍କୁ “ଡ୍ରାମା କିଙ୍ଗ୍” ବୋଲି କହିଛି ।
କଂଗ୍ରେସ ମୁଖପାତ୍ର ରଣଦୀପ୍ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟ ଯୋଜନାକୁ ପରିହାସ କରି ଦେଶର ଗରିବଙ୍କୁ କରିଛନ୍ତି। ୨୦୧୭ରେ ମିରଟର ଆଖୁଚାଷୀଙ୍କୁ ୧୪ ଦିନରେ ବକେୟା ଟଙ୍କା ଦେବାର ପ୍ରତିଶୃତି ଦେଇ ପୂରଣ କରିନାହାଁନ୍ତି। ସାରା ଦେଶରେ ଆଖୁ ଚାଷୀଙ୍କର ୨୦୦୦୦ କୋଟି ଟଙ୍କା ଓ ଉତ୍ତରପ୍ରଦେଶର ଆଖୁ ଚାଷୀଙ୍କର ୧୦୦୦୦ କୋଟି ଟଙ୍କା ବକେୟା ରହିଛି।
ସୁଜେଓ୍ବାଲ କହିଛନ୍ତି, ଲୋକତାନ୍ତ୍ରିକ ପ୍ରଣାଳୀରେ ନିର୍ବାଚନ ଲଢୁଥିବା ୩ ଦଳକୁ ମଦ ସହ ତୁଳନା କରିବା କେତେ ଦୂର ଯୁକ୍ତିଯୁକ୍ତ? ଏସପି,ଆରଏଲଡି ଏବଂ ବିଏସପିକୁ ‘ମଦ’ ସହ ତୁଳନା କରି ମୋଦି ମର୍ଯ୍ୟାଦା ଉଲ୍ଲଘଂନ କରିଛନ୍ତି।ଏହା ପୂର୍ବରୁ ମଧ୍ୟ ଆପଣ ନୋଟବନ୍ଦି କରି ଦେଶର ଗରିବଙ୍କ ପରିହାସ କରିଛନ୍ତି ।ସେ ପ୍ରଧାନମନ୍ତ୍ରୀ ପ୍ରପଞ୍ଚମନ୍ତ୍ରୀ ଅଧିକ, ପ୍ରଧାନମନ୍ତ୍ରୀ କମ୍, ସେ ପ୍ରଧାନମନ୍ତ୍ରୀ କମ୍ ଆଉ ଫ୍ଲପ ଫିଲ୍ମର ଅଭିନେତା ଅଧିକ। ଡ୍ରାମା କିଙ୍ଗ ଅଧିକ,ପ୍ରଧାନମନ୍ତ୍ରୀ କମ୍ ବୋଲି ସମାଲୋଚନା କରିଛନ୍ତି ସୁରଜେଓ୍ବାଲା।