PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ପରେ ବ୍ୟାକଫୁଟରେ କଂଗ୍ରେସ, କହିଲା ବ୍ୟକ୍ତିଗତ ମନ୍ତବ୍ୟକୁ ନେଇ ମୋଦି ବିଷ ଓଗାଳିବା ବନ୍ଦ କରନ୍ତୁ

ନୂଆଦିଲ୍ଲୀ,୨୨।୩: ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ ଏବେ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।  ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ଦେବାର ମାତ୍ର ୨ ଘଣ୍ଟା ପରେ କଂଗ୍ରେସ ନିଜେ ଏହି ପ୍ରସଙ୍ଗ ଠାରୁ ନିଜକୁ ଦୂରେଇ ଦେଇଛି। ଦଳର ମୁଖପାତ୍ର ରଣଦୀପ ସୁରଜେଓ୍ବାଲ କହିଛନ୍ତି ଏହା ପିଟ୍ରୋଡାଙ୍କ ବ୍ୟକ୍ତିଗତ ବୟାନ, କଂଗ୍ରେସର ନୁହେଁ। ଉଲ୍ଳେଖନୀୟ ଯେ ପିଟ୍ରୋଡା ଆଜି କହିଥିଲେ ପୁଲଓ୍ବାମା ଘଟଣା ପାଇଁ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦୋଷ ଦେଇହେବନି। ଏହା ସହ ସେ ବାଲକୋଟ ଏୟାରଷ୍ଟ୍ରାଇକ୍ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଓ ପାକିସ୍ତାନ ସହ ଆଲୋଚନା କରିବେ ବୋଲି କହିଥିଲେ।

ପିଟ୍ରୋଡାଙ୍କ ଏହି ବୟାନକୁ ନେଇ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କଡା ସମାଲୋଚନା କରାଯାଇଥିଲା। ଏହି ମନ୍ତବ୍ୟ ନେଇ ମୋଦି ସିଧାସଳଖ ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ। ବିଜେପି ଅଧ୍ୟକ୍ଷ ଅମିତ ଶାହା, ଅରୁଣ ଜେଟଲୀଙ୍କ ସମେତ ବହୁ ବିଜେପି ନେତା କଡା ସମାଲୋଚନା କରିଥିଲେ।

କଂଗ୍ରେସ ସମୟ ନଷ୍ଟ ନକରି କହିଛି ଏହା ହେଉଛି ଜଣଙ୍କର ବ୍ୟକ୍ତିଗତ ରାୟ, କଂଗ୍ରେସର ନୁର୍ହେ। ଦଳର ମୁଖପାତ୍ର ରଣଦୀପ ସୁରଜେଓ୍ବାଲ ୩ଟି ଟ୍ବିଟ୍ କରିଛନ୍ତି। ସେ ଲେଖିଛନ୍ତି ‘କଂଗ୍ରେସ ସ୍ପଷ୍ଟ ଭାବରେ କହିସାରିଛି ଯେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ମୋଦି ସରକାରଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡଧରଣର ଭୁଲ। ତେବେ ବାଲକୋଟ ଏୟାର ଷ୍ଟ୍ରାଇକ୍ ଆମର ବାୟୁସେନାର ଶକ୍ତିର ଉଦାହରଣ ଥିଲା, ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ନିଜର ମନ୍ଦ ଉଦେଶ୍ୟରେ କେବେ ସଫଳ ହେବ ନାହିଁ।

ପୁଲଓ୍ବାମା ଆକ୍ରମଣ ପରେ ସାରା ଦେଶର ଲୋକ ଶୋକରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି କାର୍ବେଟ ପାର୍କରେ ସୁଟିଂ କରୁଥିଲେ। ମୋଦି ଓ ବିଜେପି ଜଣେ ବ୍ୟକ୍ତିଙ୍କର ନିଜସ୍ବ ମନ୍ତବ୍ୟକୁ ନେଇ ବି​‌ଷ ଓଗାଳିବା ବନ୍ଦ କରିଦିଅନ୍ତୁ। ସୁରକ୍ଷା ବଳର ତ୍ୟାଗ ପଛରେ ଲୁଚିବା ବଦଳରେ ମୋଦି ସରକାରୀ ଚାକିରିର ସଙ୍କଟ, କୃଷି କ୍ଷେତ୍ରରେ ହାହାକାର, ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗ ନେଇ ଜାବାବ୍ ଦେବା ଦରକାର। ରଣଦୀପ ସୁରଜେଓ୍ବାଲ କହିଛନ୍ତି ପୁଲଓ୍ବାମାରେ ଆରଡିଏକ୍ସ, ଏମଆଇ କାର୍ବାଇନ୍ ଓ ରକେଟ୍ ଲଞ୍ଚର ଚୋରା କାରବାର ହୋଇଥିଲା। ଯାହାକି ମୋଦି ସରକାରଙ୍କୁ ଜଣାପଡିଲାନି। ବିଜେପି ସରକାର ମାସୁଦ ଆଝାର ଓ ଅନ୍ୟ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲା।

ସମ୍ବନ୍ଧିତ ଖବର