ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

ପାଟଣା: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏବେ ନେତାଙ୍କ ଟାର୍ଗେଟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ । ଏଥିପାଇଁ ବିଭିନ୍ନ ଦଳର ନେତା ଓ କର୍ମୀମାନେ ଘନ ଘନ ରାଲି କରିବାରେ ବ୍ୟସ୍ତ । ତେବେ ଜଲେ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ମଶକୁର ଅହମ୍ମଦ ଉସମାନୀ ଦରଭଙ୍ଗାରେ ପ୍ରଚାର କରୁଥିବା ବେଳେ ସଭାମଞ୍ଚରୁ ଖସିପଡିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେଠାରେ ଉପସ୍ଥିତ ଥିବା କର୍ମୀମାନେ ତାଙ୍କୁ ଉଠାଇଥିଲେ ।

ସୂଚନା ମୁତାବକ କଂଗ୍ରେସ ପ୍ରାର୍ଥୀ ଉସମାନୀ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବା ବେଳେ ହଠାତ ସଭାମଞ୍ଚ ଗଳି ପଡିଥିଲା । ସଭାମଞ୍ଚରେ ଉପସ୍ଥିତ ଥିବା ସମସ୍ତ ନେତା ଓ କର୍ମୀମାନେ ତଳକୁ ଗଳିପଡିଥିଲେ । ତେବେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । କଂଗ୍ରେସ ୨୦୨୦ ବିହାର ବିଧାନସଭା ନିର୍ବାଚନକୁ ଆରଜେଡି, ସିପିଆଇ, ସିପିଆଇଏମ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ଏମଏଲ)(ଏଲ)ସହ ମିଶି ଲଢୁଛି ।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…