ପାଟନା ସାହିବରୁ ନାମାଙ୍କନ ପତ୍ର ଦାଖଲ କଲେ ଶତ୍ରୁଘ୍ନ ସିହ୍ନା

ପାଟନା ୨୯।୪: ପାଟ୍‌ନା ସାହିବରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଭିନେତା ତଥା କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା । ପ୍ରାୟ ୧୧ଟା୩୦ମିନିଟରେ ପୂଜା ପାଠ କରି ଶତ୍ରୁଘ୍ନ ସିହ୍ନା ଘର ବାହାରିଥିଲେ। ପରେ ସେ କଦମକୁଆଁ ସ୍ଥିତ କଂଗ୍ରେସ ପଡ଼ିଆରେ ପହଞ୍ଚିଥିଲେ।

ବିଜେପି ଟିକେଟ ନ ଦେବା ପରେ ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି ଏପ୍ରିଲ ୬ରେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସରେ ଯୋଗ ଦେବା ପରେ ସେ ତାଙ୍କର ପାରମ୍ପରିକ ଆସନ ପାଟନା ସାହିବରୁ ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ଆଜି ଆଗାମୀ ପର୍ଯ୍ୟାୟ ନିର୍ବାଚନ ପାଇଁ ଶତ୍ରୁଘ୍ନ ସିହ୍ନା ପାଟ୍‌ନା ସାହିବ୍‌ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଅନ୍ୟ ପକ୍ଷରେ ବିଜେପି ଶତ୍ରୁଘ୍ନ ସିହ୍ନାଙ୍କ ବଦଳରେ ରବିଶଙ୍କର ପ୍ରସାଦଙ୍କୁ ଟିକେଟ ଦେଇଥିବାରୁ ପାଟ୍‌ନା ସାହିବ୍‌ରେ ଶତ୍ରୁଘ୍ନ-ରବିଶଙ୍କରଙ୍କ ଲଢ଼େଇ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ