PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ମହାରାଷ୍ଟ୍ର ରାଜନୀତି: କଂଗ୍ରେସର ନାନା ପାଟୋଲ ହେବେ ବାଚସ୍ପତି, ପ୍ରାର୍ଥୀ ପ୍ରତ୍ୟାହାର କଲା ବିଜେପି

ମୁମ୍ବାଇ, ୦୧ |୧୨ :   କଂଗ୍ରେସ ପ୍ରାର୍ଥୀ ନାନା ପାଟୋଲ ମହାରାଷ୍ଟ୍ର ବିଧାନସଭାରେ ନିର୍ବିରୋଧରେ ବାଚସ୍ପତି ଭାବେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ବିଜେପି ନିଜ ପ୍ରାର୍ଥୀ କିଶନ ଶଙ୍କର କଥୋରଙ୍କ ନାମ ପ୍ରତ୍ୟାହାର କରିବା ପରେ ପାଟୋଲ ବାଚସ୍ପତି ଭାବେ ନିର୍ବାଚିତ ହେବା ସୁନିଶ୍ଚିତ ହୋଇଛି  ।

ଆଜି ବିଧାନସଭାରେ ବିଧାନସଭା ଅଧ୍ୟକ୍ଷ ବା ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥାନ୍ତା । କିନ୍ତୁ ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ  ବାଚସ୍ପତି ପଦ ପାଇଁ ବିଜେପି ସହ ସହମତି ପ୍ରକାଶ ପାଇଥିଲା । ଏହାପରେ ଦଳ ନିଜର ପ୍ରାର୍ଥୀଙ୍କ ନାମ ଫେରସ୍ତ ନେଇଥିଲା ।

ସୂଚନାଯୋଗ୍ୟ, ହାଇ ଭୋଲଟେଜ୍ ଡ୍ରାମା ପରେ ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାକୁ ସେମାନେ ମହା ବିକାଶ ଅଘାଡି ନାମରେ ନାମିତ କରିଥିଲେ । ତେବେ ଉପ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ ପାଇଁ କଂଗ୍ରେସ ଓ ଏନସିପି ମଧ୍ୟରେ କିଛି କନ୍ଦଳ ସୃଷ୍ଟି ହୋଇଥିଲା। ଆହୁରି ମଧ୍ୟ ବାଚସ୍ପତି ପଦ ପାଇଁ ବିରୋଧୀ ବିଜେପି ନିଜ ପ୍ରାର୍ଥୀ ଦେଇଥିଲା ।

ସମ୍ବନ୍ଧିତ ଖବର