ପୁଣି ୨ ବିଧାନସଭା ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର ୯/୪: ନାମାଙ୍କନର ଶେଷ ଦିନରେ ପୁଣି ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ମଙ୍ଗଳବାର ୨ଟି ବିଧାନସଭା ପାଇଁ ଦଳ ପ୍ରାର୍ଥୀ ବଦଳାଇଛି । ବଡଚଣା  ଓ ନିମାପଡା ଆସନ ପାଇଁ ପ୍ରାର୍ଥୀ ବଦଳ କରିଛି ଦଳ । ବଡଚଣାରେ ଅଜୟ ସାମଲଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିଭଳି ନିମାପଡାରେ ଦିଲୀପ ନାୟକ ପ୍ରାର୍ଥୀ ହୋଇଛନ୍ତି ।

ଗତକାଲି ନିମାପଡା ଓ ବଡଚଣା ଟିକେଟ ଫେରାଇଥିଲେ ୨ ପ୍ରାର୍ଥୀ । ବଡଚଣାରୁ ସୀତାକାନ୍ତ ମାହାପାତ୍ର ଓ ନିମାପଡାରୁ ସତ୍ଯବ୍ରତ ପାତ୍ର ଟିକେଟ ଫେରାଇବା ପରେ ଆଜି ଦଳ ପୁନଶ୍ଚ ପ୍ରାର୍ଥୀ ଚୟନ କରିଛି । କହିରଖୁଛୁ ରବିବାର ଧର୍ମଶାଳା ଓ ତିର୍ତ୍ତୋଲ ଆସନରୁ ପାର୍ଥୀ ବଦଳାଇଥିଲା  । ଧର୍ମଶାଳାରେ ସ୍ମୃତିରେଖା ପହିଙ୍କ ବଦଳରେ କିଷାନ ପଣ୍ଡା ଓ ତିର୍ତ୍ତୋଲରେ ବିଭୁ ତରାଇଙ୍କ ସ୍ଥାନରେ ଦେବୀ ପ୍ରସାଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ମମତାଙ୍କୁ ଆଉ ଏକ ଝଟକା: ଦକ୍ଷିଣ କୁଚବିହାର ବିଧାୟକଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା, ବିଜେପିରେ ମିଶିବାକୁ ଏବେ ଦିଲ୍ଲୀରେ ମିହିର

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ