ପ୍ରକାଶ ପାଇଲା କଂଗ୍ରେସର ୪ ଜଣିଆ ପ୍ରାର୍ଥୀ ତାଲିକା

ଭୁବନେଶ୍ବର,୫।୪: ବାଲେଶ୍ଵର ଓ ଭଦ୍ରକର ୪ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବଡ଼ସାହିରୁ ଦେବଯାନୀ ବେହେରା, ସୋରରୁ ସୁରେନ୍ଦ୍ର ପାରମାଣିକ, ସିମୁଳିଆରୁ ଅନନ୍ତ ସେଠୀ ଏବଂ ଚାନ୍ଦବାଲିରୁ ଦିଗାମ୍ବର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ ଯେ, ଆଜି ସକାଳେ ଅନନ୍ତ ସେଠୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରି କ୍ଷୋଭ ପ୍ରକାଶ କରିଥିଲେ ଓ ପ୍ରାର୍ଥୀ ତାଲିକା ତୁରନ୍ତ ଘୋଷଣା କରିବା ପାଇଁ ଚାପ ପକାଇଥିଲେ। କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ବରାବର ଅସନ୍ତୋଷ ଦେଖା ଦେଉଛି।