PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

କଂଗ୍ରେସ ହିନ୍ଦୁଙ୍କୁ ଆତଙ୍କବାଦୀ କହିବାର ପାପ କରିଛି, ଏହାର ଦଣ୍ଡ ମିଳିବା ଜରୁରୀ: ମୋଦି

ଓ୍ବର୍ଦ୍ଧା,୧।୪: ଲୋକସଭା ନିର୍ବାଚନ ୨୦୧୯ର ଲଢେଇ ଏବେ ତୀବ୍ର ହେବାରେ ଲାଗିଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଓ୍ବର୍ଦ୍ଧାରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଇ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ହିନ୍ଦୁଙ୍କୁ ଆତଙ୍କବାଦୀ କହି ପାପ କରିଛି, ଏହାର ଦଣ୍ଡା ଦେବା ଏବେ ଜରୁରୀ। କଂଗ୍ରେସ ଆମର ୫୦୦୦ ବର୍ଷ ପୁରୁଣା ପରମ୍ପରା ବିରୋଧରେ ଶବ୍ଦ ପ୍ରୟୋଗ କରିଛି। ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଏନସିପି ହେଉ କିମ୍ବା କଂଗ୍ରେସ, ଏମାନେ ଯେ କୌଣସି ସୀମା ପାର କରିପାରନ୍ତି। ଏହି ଦେଶର କୋଟି କୋଟି ଲୋକଙ୍କ ଉପରେ ହିନ୍ଦୁ ଆତଙ୍କବାଦୀ ଦାଗ ଲଗାଇବାର ଚେଷ୍ଟା କଂଗ୍ରେସ କରିଛି। ମୋଦି କହିଛନ୍ତି ଏବେ କିଛି ଦିନ ତଳେ କୋର୍ଟଙ୍କ ନିଷ୍ପତ୍ତି ଆସିଥିଲା, ଏଥିରେ କଂଗ୍ରେସର ଅସଲି ମୁଖା ଖୋଲିଯାଇଥିଲା। କଂଗ୍ରେସ ବିଶ୍ବରେ ହିନ୍ଦୁଙ୍କୁ ସବୁବେଳେ ନୀଚ୍ଚା ଦେଖାଇବାର ପାପ କରିଛି।

source: https://www.thehindu.com

କେବଳ ସେତିକି ନୁହେଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଥି ସହିତ ଏବେ କେରଳର ଓ୍ବାୟନାଡ ଆସନରୁ ନିର୍ବାଚନ ଲଢୁଥିବା ପ୍ରସଙ୍ଗ ନେଇ ମୋଦି ପରୋକ୍ଷରେ ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି, ଯାହାକୁ ସେମାନେ ଆତଙ୍କବାଦୀ କହିଛନ୍ତି, ଏବେ ସେମାନେ ସଚେତନ ହୋଇଯାଇଛନ୍ତି। ତେଣୁ ଯେଉଁଠି ବହୁସଂଖ୍ୟାରେ ଲୋକ ଅଛନ୍ତି ସେଠାକୁ ପଳାୟନ କରୁଛନ୍ତି ଓ ଯେଉଁଠାରେ ସଂଖ୍ୟାଗରିଷ୍ଠତା(ହିନ୍ଦୁ) ସଂଖ୍ୟାଲଘୁ ଭାବରେ ଅଛନ୍ତି ଏବେ ତାଙ୍କର ଶରଣ ନେଉଛନ୍ତି। ସେ କହିଛନ୍ତି ଯେଉଁଠି ହିନ୍ଦୁ ସଂଖ୍ୟା ଗରିଷ୍ଠତା ରହିଛି ସେଠାରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବାକୁ ଭୟ କରୁଛି। ଏଠାରେ ଉଲ୍ଳେଖନୀୟ ଯେ ସମଝୌତା ଏକ୍ସପ୍ରେସ୍ ବ୍ଲାଷ୍ଟ ନେଇ ରାୟ ଆସିଥିଲା, ଯେଉଁଥିରେ ସ୍ବାମୀ ଅସୀମାନନ୍ଦଙ୍କୁ ଆଶ୍ବସ୍ତି ମିଳିଛି। ଏହାପରେ ଲଗାତାର ଭାବରେ ବିଜେପି ପକ୍ଷରୁ କଂଗ୍ରେସକୁ ବିଭିନ୍ନ ନିର୍ବାଚନୀ ରାଲିରେ ଟାର୍ଗେଟ କରାଯାଉଛି।

ସମ୍ବନ୍ଧିତ ଖବର