ସିନ୍ଧିଆଙ୍କୁ ନେଇ କଂଗ୍ରେସର ‘ଇମୋସନାଲ ଟ୍ବିଟ୍: ଘର ଛାଡିକି ଯାଅନି…

ନୂଆଦିଲ୍ଲୀ,୧୧।୩: କଂଗ୍ରେସ ସହିତ ଦୀର୍ଘ ୧୮ ବର୍ଷର ସମ୍ପର୍କ ଭାଙ୍ଗି ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସରୁ ସେ ଇସ୍ତଫା ଦେବାପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସିନ୍ଧିଆଙ୍କ ସହିତ ତାଙ୍କର ସମର୍ଥକ ପାର୍ଟିର ୨୨ ବିଧାୟକଙ୍କ ଇସ୍ତଫା ରାଜ୍ୟର କମଳଲନାଥ ସରକାରଙ୍କ ଉପରେ ସଙ୍କଟର ବାଦଲ ଦେଖିବାକୁ ମିଳିଛି। ସିନ୍ଧିଆ ଦଳ ଛାଡିବା ପରେ କଂଗ୍ରେସ ପକ୍ଷରୁ ଏବେ ଟ୍ବିଟରରେ ସେୟାର କରାଯାଇଛି ଏକ ଇମୋସନାଲ ଟ୍ବିଟ୍।

କଂଗ୍ରେସ ନିଜର ଟ୍ବିଟର ହ୍ୟାଲେଣ୍ଡରେ ଏକ କରିତା ସେୟାର କରିଛନ୍ତି। ଟ୍ବିଟରରେ ଲେଖା ହୋଇଛି, ଘର ଛାଡିକି ଯାଅନି, ଅନ୍ୟ କେଉଁଠି ଘର ମିଳିବନି…’୧୮ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ସହିତ ୪୯ ବର୍ଷୀୟ ସିନ୍ଧିଆ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିରେ ଆଉ କିଛି ସମୟ ପରେ ସାମିଲ ହେବାକୁ ଯାଉଛନ୍ତି। କଂଗ୍ରେସ ଛାଡିକି ସେ ଯିବା ପରେ ଏବେ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଉପରେ  ବହୁମତ ପ୍ରମାଣିତ କରିବା ନେଇ ସଙ୍କଟ ସୃଷ୍ଟି ହୋଇଛି।

   ସମ୍ବନ୍ଧିତ ଖବର


ବାଇକକୁ ଧକ୍କା ଦେଇ ହଠାତ୍ ମଝି ରାସ୍ତରେ ହୁତୁ ହୁତୁ ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା

୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ