ପରିବର୍ତ୍ତନ ହୋଇପାରେ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା, ଚିନ୍ତାରେ ପ୍ରାର୍ଥୀ

ଭୁବନେଶ୍ୱର ୨୧/୩: ପରିବର୍ତ୍ତନ ହୋଇପାରେ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ତାଲିକା ଘୋଷଣା ପରେ ବାଲିଗୁଡା, କବିସୂର୍ଯ୍ୟନଗର ଏବଂ ଭଞ୍ଜନଗର ପ୍ରାର୍ଥୀଙ୍କୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଆସନ୍ତାକାଲି ସଧ୍ୟାରେ ସିଇସି ବୈଠକ ବସିବ। ପ୍ରାର୍ଥୀ ତାଲିକା ଘୋଷଣା ନେଇ ଚୂଡାନ୍ତ ନିଷ୍ପତି ନିଆଯିବ।
ଏପଟେ ବାଲିଗୁଡାରେ କ୍ଲେଶ ପ୍ରଧାନ ୨୦୧୪ ନିର୍ବାଚନରେ ୨୦୫୦ଖଣ୍ଡ ଭୋଟ୍ରେ ହାରିଥିବାବେଳେ ତାଙ୍କୁ ଟିକେଟ ନଦେଇ ସିପନ ମଲ୍ଲିକଙ୍କ ଦଳ ଟିକେଟ୍ ଦେଇଛି । ସେ ଆଜି ପିସିସି ସଭାପତିଙ୍କୁ ଦେଖା କରିଛନ୍ତି। ସେହିପରି କବିସୂର୍ଯ୍ୟନଗର ନିର୍ବାଚନମଣ୍ତଳୀରେ ବାହାର ଲୋକଙ୍କୁ ଟିକେଟ ଦିଆଯାଇଛି। ଭଞ୍ଜନଗରରେ ବି ପ୍ରଶାନ୍ତ ବିଶୋଇଙ୍କୁ ଟିକେଟ ନଦେଇ ସଞ୍ଜୟ ତ୍ରିପାଠୀଙ୍କୁ ଟିକେଟ ଦିଆଯାଇଛି। ଯାହାକୁ ନେଇ କଂଗ୍ରେସ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଏମାନେ ଏଆଇସିସିକୁ ଚିଠି ଲେଖିଛନ୍ତି।
ଏନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏଆଇସିସିଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ଏବଂ ସେ ଯାହା ନେବେ ତାହା ହିଁ ହେବ ବୋଲି ସେ କହିଛନ୍ତି ।