ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଛାତ୍ରଛାତ୍ରୀଙ୍କ ଆଗରେ ଫିଟ୍‌ନେସ୍‌ ଦମ୍‌ ଦେଖାଇଲେ ରାହୁଲ ଗାନ୍ଧୀ, ୯ ସେକେଣ୍ଡରେ ମାରିଲେ ୧୩ଟି ପୁଶ୍‌ଅପ୍

ନୂଆଦିଲ୍ଲୀ, ୦୧/ ୦୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ସୋମବାର ଦିନ କନ୍ୟାକୁମାରୀ ରୋଡରେ ହୋଇଥିବା ଏକ ରୋଡ ଶୋରେ ସାମିଲ ହୋଇଥିଲା। ଏହାପରେ ନିଆରା ଅନ୍ଦାଜରେ ନଜର ଆସିଥିଲେ। କନ୍ୟାକୁମାରୀରେ ରାହୁଲ ଗାନ୍ଧୀ ଯୁବ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ରାହୁଲ ଜଣେ ଛାତ୍ରୀଙ୍କ ସହିତ ପୁଶଅପ୍‌ କରୁଥିବାର ଦେଖିବାକୁ ମିଳିଛି।

ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଜଣେ ଛାତ୍ରୀ ତାଙ୍କୁ ପୁଶ୍‌ ଅପ୍‌ ମାରିବାକୁ ଅନୁରୋଧ କରିଥିଲେ। ଯାହାପରେ ମଞ୍ଚ ଉପରେ ରାହୁଲ ଗାନ୍ଧୀ ଛାତ୍ରୀଙ୍କ ସହିତ ପୁଶ୍‌ ଅପ୍‌ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

wp:embed {"url":"https://twitter.com/MahilaCongress/status/1366309274683510786?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1366309274683510786%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.aajtak.in%2Felections%2Ftamil-nadu-assembly-elections%2Fstory%2Fcongress-leader-rahul-gandhi-push-ups-with-students-aikido-tamil-nadu-kanyakumari-1215162-2021-03-01","type":"rich","providerNameSlug":"twitter","responsive":true,"className":""}
https://twitter.com/MahilaCongress/status/1366309274683510786?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1366309274683510786%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Felections%2Ftamil-nadu-assembly-elections%2Fstory%2Fcongress-leader-rahul-gandhi-push-ups-with-students-aikido-tamil-nadu-kanyakumari-1215162-2021-03-01
/wp:embed

ଅଲ୍‌ ଇଣ୍ଡିଆ ମହିଳା କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଭିଡିଓଟିରେ ରାହୁଲ ଗାନ୍ଧୀ ୯ ସେକେଣ୍ଡରେ ନନ୍‌ଷ୍ଟପ୍‌ ୧୩ଟି ପୁଶଅପ୍‌ ମାରିଛନ୍ତି। ପୁଶଅପ୍‌ ମାରି ସାରିବା ପରେ ଛାତ୍ରୀ ଜଣକ ଗୋଟିଏ ହାତରେ ପୁଶଅପ୍‌ ମାରିବାକୁ କହିଥିଲେ। ଏହାପରେ ରାହୁଲ ଗୋଟିଏ ହାତରେ ପୁଶଅପ୍‌ ମାରିଥିଲେ। ରାହୁଲ ଗାନ୍ଧୀ ଯେଉଁ ଛାତ୍ରୀଙ୍କ ସହିତ ପୁଶଅପ୍‌ ଚ୍ୟାଲେଞ୍ଜ କରିଥିଲେ ସେ ଦଶମ ଶ୍ରେଣୀର ଛାତ୍ରୀ ମେରୋଲିନ୍‌ ଶୋନିଧା। ସେ ସେଣ୍ଟ ଜୋସେଫ୍‌ ହାଇସ୍କୁଲର ଛାତ୍ରୀ।

ସୂଚନାଥାଉକି, କଂଗ୍ରେସ୍‌ ନେତା ରାହୁଲ ଗାନ୍ଧୀ ଦେଶର ଦକ୍ଷିଣ ରାଜ୍ୟ ଗୁଡ଼ିକୁ ବେଶି ଫୋକସ୍‌ କରୁଛନ୍ତି। ପୁଡୁଚେରୀ, କେରଳ ଆଉ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ। ଏସବୁ ସ୍ଥାନରେ ରାହୁଲ ଗାନ୍ଧୀ ଅଲଗା ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.