କ୍ଷମା ମାଗିଲେ କଂଗ୍ରେସ ନେତା, ମୋଦିଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

source:www.thelallantop.com
ବେଙ୍ଗାଲୁରୁ ୬/୩: କଂଗ୍ରେସ ନେତା ବେଲୁର ଗୋପାଳକୃଷ୍ମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିବା ପରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଭିଡିଓଟି ଭାଇରାଲ ହେବାପରେ ବିଜେପି, ବେଲୁରଙ୍କ ଗିରଫ ଦାବି କରିଥିଲା । ଏବେ ବେଲୁର ଏନେଇ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି ।
Belur Gopalakrishna, a Congress leader in a official party function calls for assassination of democratically elected PM Sri @narendramodi ji.
— BJP Karnataka (@BJP4Karnataka) March 5, 2019
Instigating for assassination of PM of a country is a nation threat & we urge @HMOIndia, @CPBlr to impose legal action immediately. pic.twitter.com/Tg9GO0FCdM
କଣ କହିଥିଲେ ବେଲୁର ?
କର୍ଣ୍ଣାଟକ ବିଜେପି ଯେଉଁ ଭିଡିଓ ପୋଷ୍ଟ କରିଥିଲା ସେଥିରେ ବେଲୁର କହିଥିଲେ, ‘ବିଜେପି ଆଜି ସେହି ନାଥୁରାମ ଗଡସେଙ୍କ ସମ୍ପର୍କରେ କହୁଛି, ଯିଏ ଗାନ୍ଧୀଜୀଙ୍କୁ ମାରିଥିଲା । ଏମିତି ଲୋକଙ୍କୁ ଦେଶରେ ରହିବାପାଇଁ ସ୍ଥାନ ନାହିଁ । ଯଦି ଆପଣଙ୍କର ପିଏମ୍ ମୋଦିଙ୍କୁ ମାରିବାକୁ ସାହସ ଅଛି ତେବେ ଆଉ କାହାକୁ ମାରିବା ଆବଶ୍ୟକ ନାହିଁ ।’
ବିଜେପି, ହୋମ୍ ମିନିଷ୍ଟ୍ରୀ ଓ ବେଙ୍ଗାଲୁରୁ ସିଟି ପୋଲିସ କମିଶନର ଟି ସୁନିଲଙ୍କୁ ଖୁବଶୀଘ୍ର ଏହା ଉପରେ କାର୍ଯାନୁଷ୍ଠାନ ନେବାପାଇଁ କହିଛି । ମାମଲାକୁ ବଢୁଥିବା ଦେଖି ବେଲୁର କହିଛନ୍ତି ଯେ ତାଙ୍କ ବୟାନକୁ ଭୁଲ୍ ଭାବରେ ଦର୍ଶାଯାଉଛି ଏବଂ ଭୁଲ୍ ଅର୍ଥ ବାହାର କରାଯାଉଛି ।

ସେ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରେ । ମୁଁ କେବେବି କହିନି ଯେ ପିଏମଙ୍କ ହତ୍ଯା ହେବା ଉଚିତ୍ । କିନ୍ତୁ ଯେତେବେଳେ ଗାନ୍ଧୀଜୀଙ୍କ ଅପମାନ ହେଲା ମୁଁ ଚୁପ୍ ରହିପାରିଲିନି । ମୁଁ ଏହା କହିଥିଲି ଯେ ଏହା ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ଯ ହୋଇପାରେ । ଯଦି ମୋ ବୟାନ କାହାକୁ ଆଘାତ ଦେଇଛି ତେବେ ଏଥିପାଇଁ ମୁଁ କ୍ଷମା ମାଗୁଛି ।’