PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଦୁର୍ନୀତି ମାମଲାରେ ଗିରଫ ହୋଇପାରନ୍ତି କଂଗ୍ରେସ ନେତା ଶିବକୁମାର

ନୂଆଦିଲ୍ଲୀ ୩୧/୮: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଏବେ ଆଉ କିଛି କଂଗ୍ରେସ ନେତା ସମାନ ଦଶା ଭୋଗିବାକୁ ଯାଉଛନ୍ତି । କର୍ଣ୍ଣାଟକ କଂଗ୍ରେସର ତୁଙ୍ଗ ନେତା ଭାବେ ବିବେଚନା କରାଯାଉଥିବା ଡି କେ ଶିବକୁମାରଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରିର ଖଣ୍ଡା ଝୁଲୁଛି । ତାଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିପାରେ । ଗିରଫଦାରିକୁ ଏଡାଇବା ପାଇଁ ଶିବକୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଗତକାଲି ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହାପରେ ଇଡି ଦ୍ୱାରା ତାଙ୍କୁ ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ଜେରା ପାଇଁ ହାଜର ହେବାକୁ ସମନ ଜାରି କରାଯାଇଥିଲା । ଶିବକୁମାର ନୂଆଦିଲ୍ଲୀ ଅଭିମୁଖେ ଆଜି ଯାତ୍ରା କରିବା ପୂର୍ବରୁ ଗତକାଲିର ରାୟ ବିରୋଧରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବଶ୍ୟକ ପଡିଲେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

ଶିବକୁମାର ମଧ୍ୟ ମିଡିଆକର୍ମୀଙ୍କୁ କହିଛନ୍ତି ରାଜନୈତିକ ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଉଛି । ମୁଁ ଯାହା କିଛି କରିଛି, ମୋ ଦଳର ନିର୍ଦ୍ଦେଶରେ କରିଛି । ରାଜ୍ୟସଭା ନିର୍ବାଚନ ସମୟରେ ଗୁଜରାଟ କଂଗ୍ରେସର ବିଧାୟକମାନଙ୍କୁ ନିଜ ରିସୋର୍ଟରେ ରଖିଥିବାରୁ ରାଗ ରଖି ମୋର ବାସଭବନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ଚଢ଼ାଉ କରାଯାଇଥିଲା । ନିଜର ସମର୍ଥକଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ସେ କହିଛନ୍ତି କି କେହି ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ । ମୁଁ ତ ଚିନ୍ତିତ ନୁହେଁ । ମୁଁ ବେଆଇନ ଅର୍ଥ କାରବାର କରିନାହିଁ କି କାହାର ବଳାତ୍କାର କରିନାହିଁ । ତେଣୁ କେହି ଏହି ଘଟଣାକୁ ନେଇ ଚିନ୍ତିତ ହେବା ଉଚିତ୍‌ ନୁହେଁ ।

ରେଣୁକାଙ୍କ ନାମରେ ଏନ୍‌ବିଡବ୍ଲ୍ୟୁ


କଂଗ୍ରେସ ନେତା ରେଣୁକା ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ୪ ବର୍ଷ ତଳେ ତାଙ୍କ ବିରୋଧରେ ଜଣେ ମହିଳା ରୁଜୁ କରିଥିବା ମାମଲା ଆଧାରରେ ଏହି ୱାରେଣ୍ଟ ଜାରି କରାଯାଇଛି । ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ରେଣୁକା ୨୦୧୪ ନିର୍ବାଚନ ସମୟରେ ତାଙ୍କ ସ୍ୱାମୀଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ଦେବେ ବୋଲି କହି ଟଙ୍କା ନେଇଥିଲେ ।

କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ସ୍ୱାମୀଙ୍କୁ ଟିକେଟ ନ ଦେଇ ସେ ଅନ୍ୟ ଜଣଙ୍କୁ ଟିକେଟ ଦେଇଥିଲେ । ଏନେଇ ରେଣୁକାଙ୍କୁ ପୂର୍ବରୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେ ବାରମ୍ବାର କୋର୍ଟରେ ହାଜର ହୋଇନଥିଲେ ।

ସମ୍ବନ୍ଧିତ ଖବର