ଜମ୍ମୁ ଏୟାରପୋର୍ଟରେ ପୁଣି ଗୁଲାମ ନବୀ ଆଜାଦଙ୍କୁ ରୋକାଗଲା, ଦିଲ୍ଲୀ ଫେରିଲେ

ନୁଆଦିଲ୍ଲୀ ୨୦/୮: କଂଗ୍ରେସର ବରିଷ୍ଠ ନେତା ତଥା ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ଏୟାରପୋର୍ଟରେ ରୋକା ଯାଇଛି । ତାଙ୍କୁ ନିଜ ଘରକୁ ଯିବାକୁ ଦିଆଗଲାନି କିମ୍ବା ଜମ୍ମୁ ପ୍ରଦେଶ କଂଗ୍ରେସ କମିଟିର ବୈଠକରେ ଭାଗ ନେବା ପାଇଁ ମଧ୍ଯ ଯିବାକୁ ଦିଆଗଲାନି । ରାଜ୍ଯସଭାରେ ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦଙ୍କୁ ଫେରାଇ ପୁଣି ଦିଲ୍ଲୀ ପଠାଇ ଦିଆଗଲା ।

ଗୁଲାମ ନବୀ ଆଜାଦ ଦିଲ୍ଲୀରୁ ବିମାନ ଯୋଗେ ଜମ୍ମୁରେ ପହଞ୍ଚିଥିଲେ । ଦ୍ୱିପ୍ରହର ୨ ଟା ୫୫ ମିନିଟ ସମୟରେ ପ୍ରଶାସନ ଆଦେଶାନୁସାରେ ତାଙ୍କୁ ଏୟାରପୋର୍ଟରେ ଅଟକ ରଖାଗଲା । କହିରଖୁଛୁ ସେ ଜମ୍ମୁରେ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ପ୍ରଦେଶ କାର୍ଯ୍ୟକାରୀଣିର ବୈଠକରେ ଭାଗ ନେବା ପାଇଁ ଯାଉଥିଲେ । ତାଙ୍କୁ ଏୟାରପୋର୍ଟରୁ ବାହାରିବା ପାଇଁ ମଧ୍ଯ ଦିଆଗଲାନି ।

ଆଜାଦ କହିଲେ-ଗଣତନ୍ତ୍ର ପାଇଁ ଠିକ୍ ନୁହେଁ
ଏୟାରପୋର୍ଟରେ ଅଟକାଯିବା ପରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଗଣତନ୍ତ୍ର ପାଇଁ ଏହା ଠିକ୍ ନୁହେଁ । ଯଦି ମୁଖ୍ଯଧାରାର ରାଜନୈତିକ ପାର୍ଟି ଗସ୍ତ କରିବନି ତେବେ କିଏ କରିବ ? ଜମ୍ମୁ କଶ୍ମୀରର ୩ ପୂର୍ବତନ ମୁଖ୍ଯମନ୍ତ୍ରୀ ପୂର୍ବରୁ ନଜରବନ୍ଦୀ ହୋଇ ରହିଛନ୍ତି । ଜଣେ ପୂର୍ବତନ ସିଏମଙ୍କୁ ରାଜ୍ଯରେ ପଶିବା ପାଇଁ ଦିଆଯାଉନି । ଏହା ଅସହିଷ୍ଣୁତାର ସଙ୍କେତ ବୋଲି ସେ କହିଛନ୍ତି ।

ଆପଣଙ୍କୁ କହିରଖୁଛୁ ୫ ଅଗଷ୍ଟରେ ଆର୍ଟିକଲ୍ ୩୭୦ ହଟିବାପରେ ଏବଂ ଜମ୍ମୁ-କଶ୍ମୀର ବିଭାଜନ ପରେ ଅନେକ ନେତାଙ୍କୁ ଅଟକ ରଖାଯାଇଛି । ପୂର୍ବତନ ସିଏମ ଉମର ଅବ୍ଦୁଲା ଓ ମହବୁବା ମୁଫ୍ତି ମଧ୍ୟ ନଜରବନ୍ଦୀ ହୋଇଅଛନ୍ତି । ୫ ଅଗଷ୍ଟରେ ଗୁଲାମ ନବୀ ଆଜାଦ ରାଜ୍ଯସଭାରେ ଉପସ୍ଥିତ ଥିଲେ ଏବଂ ସେ ଚର୍ଚ୍ଚାରେ ମଧ୍ୟ ଭାଗ ନେଇଥିଲେ । ୮  ଅଗଷ୍ଟକୁ ଯେତେବେଳେ ସେ ଶ୍ରୀନଗରରେ ପହଞ୍ଚିଲେ ତାଙ୍କୁ ସେହିଠାରୁ ହିଁ ଦିଲ୍ଲୀ ଫେରାଇ ଦିଆଯାଇଥିଲା ।

   ସମ୍ବନ୍ଧିତ ଖବର


ଯୌନ କର୍ମଙ୍କ ପାଇଁ ଖୁସି ଖବର – କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଯୌନକର୍ମୀଙ୍କୁ ସହାୟତା ଦିଅ

ଉପବାସରେ ରାଜ୍ୟସଭାର ଉପ-ସଭାପତି: ଉପରାଷ୍ଟ୍ରପତିଙ୍କୁ ୩ ପୃଷ୍ଠାର ଚିଠି ଲେଖି କହିଲେ- ବହୁତ କଷ୍ଟ ଲାଗିଛି, ସାରା ରାତି ଶୋଇପାରିନି…’

ବଲିଉଡ ପାର୍ଟିରେ ଡ୍ରଗ୍ସ ଅଫର କରାଯାଏ, ମନା କଲେ ବୟକଟ୍ କରି ଦିଆଯାଏ ନଚେତ୍ କାମ ମିଳେନି: ଅକ୍ଷରା ସିଂ

ଏହି ଦେଶରେ ବିବାହ ପରେ ନବଦମ୍ପତ୍ତିଙ୍କୁ ଉପହାରରେ ସରକାର ଦେବେ ୪.୨୦ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ରହିଛି ନିୟମ

ଆଉ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ରହିବନି ଆଳୁ-ପିଆଜ, ୬୫ ବର୍ଷ ପୁରୁଣା ନିୟମରେ ହେଲା ପରିବର୍ତ୍ତନ

ଆସିଗଲା ନୂଆ ବ୍ୟାଙ୍କିଙ୍ଗ୍ ଆଇନ୍: ସଂସଦରେ ମଞ୍ଜୁରୀ ମିଳିବା ପରେ ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡିବ ପ୍ରଭାବ?