PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଭାରତର ଭୁଲ ମାନଚିତ୍ର ପୋଷ୍ଟ୍ କଲେ କଂଗ୍ରେସ ନେତା ଶଶି ଥରୁର, ଟ୍ୱିଟରରେ ହେଲେ ଟ୍ରୋଲ୍

ଶ୍ରୀନଗର, ୨୧|୧୨:  କଂଗ୍ରେସ ନେତା ଶଶି ଥରୁର ଶୁକ୍ରବାର ସୋସିଆଲ ମିଡିଆରେ ନାଗରିକତା ସଂଶୋଧନ ଆଇନର ବିରୋଧ ସମୟରେ ଭାରତର ଭୁଲ ମାନଚିତ୍ର ପୋଷ୍ଟ କରିଦେଇଛନ୍ତି। ଥରୁରଙ୍କ ଏହି ଭୁଲ ପରେ ସୋସିଆଲ ମିଡିଆରେ ତାଙ୍କୁ କଡା ଟ୍ରୋଲର ସାମନା କରିବାକୁ ପଡିଛି। ତେବେ ବିବାଦ ଘନେଇବା ପରେ ସେ ଆଜି ପୋଷ୍ଟକୁ ଡିଲିଟ୍ କରିଛନ୍ତି।

ଥରୁର ପ୍ରଥମେ ଯେଉଁ ମାନଚିତ୍ର ପୋଷ୍ଟ କରିଥିଲେ, ସେଥିରେ ଭାରତର ପୂର୍ବାଞ୍ଚଳକୁ ଭିନ୍ନ କରି ଦର୍ଶାଯାଇଥିଲା। ଏଥିରେ ସେ ନାଗରିକତା ଆଇନ ବିରୋଧର କାଝୀକୋଡିରେ ହେବାକୁ ଥିବା ରାଲି ବାବଦରେ ସୂଚନା ଦେଇଥିଲେ।

କଂଗ୍ରେସ ନେତାଙ୍କ ଏହି ପୋଷ୍ଟ ପରେ ଜଣେ ୟୁଜର ଲେଖିଥିଲେ ଯେ, ଏହା ପ୍ରଥମ ଥର ନୁହେଁ କି ଶେଷ ଥର ମଧ୍ୟ ନୁହେଁ। ଏହା କଂଗ୍ରେସର ଯିଏ ପିଓକେକୁ ପାକିସ୍ତାନକୁ ଦେଇଥିଲା। ସେ ଏହାକୁ ନିଜର ଉପଲବ୍ଧି ବୋଲି ମାନନ୍ତି। ଆଉ ଜଣେ ୟୁଜର ଯିଏ ଭାରତର ମାନଚିତ୍ରକୁ ଠିକସେ ଦେଖିପାରୁ ନାହାଁନ୍ତି ସେ ଭାରତକୁ କଣ ବଞ୍ଚାଇବେ ବୋଲି କହିଥିଲେ।

ଥରୁର ଟ୍ୱିଟରରେ ଦେଲେ ସଫେଇ

ଏହି ଭୁଲ ପରେ ଥରୁରଙ୍କ ପାଇଁ ଅଡୁଆ ବଢିଥିଲା। ସେ ଏକ ନୂଆ ଟ୍ୱିଟରେ କହିଥିଲେ ଯେ, ଏହି ମାନଚିତ୍ରରେ କେଉଁ ଅଞ୍ଚଳ ନୁହେଁ ଦେଶକୁ ଲୋକଙ୍କୁ ପ୍ରଦର୍ଶିତ କରାଯାଇଛି। ବିଜେପିର ଟ୍ରୋଲକୁ ଆଉ ଅଧିକ ସମ୍ଭାଳିବାକୁ ଇଚ୍ଛା ନଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର