PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ରାଜନୀତିକୁ ଆସିବେ ସୁରଙ୍କ ପୁଅ!

ଭୁବନେଶ୍ୱର ୨୯/୧୨: ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ରାଜନୀତିକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଆମେରିକାରେ ରହୁଥିବା ସୁରଙ୍କ ଉଚ୍ଚଶିକ୍ଷିତ ପୁଅ ସିଦ୍ଧାର୍ଥ ରାଉତରାୟ ରାଜନୀତି ମଇଦାନରେ ପାଦ ଥାପି ପାରନ୍ତି । ଜଟଣୀରେ ସୁରଙ୍କ ଉତ୍ତରାଧିକାରୀ ଭାବେ ଆଗାମୀ ଦିନରେ ସିଦ୍ଧାର୍ଥ ନେତୃତ୍ୱ ମଙ୍ଗ ଧରିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳିଛି । ତେବେ ଏଭଳି ସମ୍ଭାବନାକୁ ଖୋଦ୍‌ ସିଦ୍ଧାର୍ଥ ମଧ୍ୟ ଖଣ୍ଡନ କରିନାହାନ୍ତି ।

ସୂଚନା ଯୋଗ୍ୟ ଯେ, ଆମେରିକାରେ ଏକ ପ୍ରତିଷ୍ଠିତ ସଫ୍ଟୱେୟାର ଫାର୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଏ ନେଇ କହିଛନ୍ତି, ବାପା କୁହନ୍ତି ରାଜନୀତି ଭାରି ଗୋଳମାଳିଆ । ତେଣୁ ଆଗ କ୍ୟାରିୟର କର । ମୁଁ ଏବେ ଆମେରିକାରେ ଏକ ବଡ଼ ସଫ୍ଟୱେୟାର ଫାର୍ମରେ କାମ କରୁଛି । ବାପା ଯଦି କହିବେ, ତେବେ ଓଡ଼ିଶାକୁ ଆଗେଇ ନେବାକୁ ଆସିବି । ଆଉ ସେ ମନା କଲେ, ଆସିବି ନାହିଁ ବୋଲି ସିଦ୍ଧାର୍ଥ କହିଛନ୍ତି ।