ଘସିପୁରାରେ ବିଜେଡି କଂଗ୍ରେସ ମୁହାଁମୁହିଁ: ଆକ୍ରମଣରେ ନିରଞ୍ଜନ ଓ ସମର୍ଥକ ଆହତ

କେନ୍ଦୁଝର/ଆନନ୍ଦପୁର,୨୧ା୪(ଆପ୍ର): ପ୍ରଚାରର ଅନ୍ତିମ ଦିବସରେ ଘସିପୁରା ନିର୍ବାଚନମଣ୍ଡଳୀରେ ପୁଣି ରାଜନୈତିକ ହିଂସା ପରିସ୍ଥିତିକୁ ଅଶାନ୍ତ କରିପକାଇଛି । ମତଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବାରଣ ଥିଲେ ମଧ୍ୟ କଟକଣାକୁ ଅମାନ୍ୟ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଘସିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗୋଡାରେ ଏଭଳି ଅଭାବନୀୟ ଘଟଣା ରାଜନୈତିକ ଉଷ୍ଣତା ଆଣି ଦେଇଛି । ବିଜେଡି ଓ କଂଗ୍ରେସ ଦଳ ମୁହାଁମୁହିଁ ହୋଇଛନ୍ତି । ଫାଙ୍କା ଗୁଳି ଓ ଟେକାପଥର ମାଡ଼ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକମାନେ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ତେବେ ଘସିପୁରା ନିର୍ବାଚନମଣ୍ଡଳୀରେ ଗଞ୍ଜାମ ଜିଲ୍ଲାର କଂଗ୍ରେସ କର୍ମୀମାନେ ୨୦ରୁ ଅଧିକ ଗାଡ଼ିରେ ଆସି ସମୟ ସରିବା ପରେ ପ୍ରଚାର କରିବା ଘଟଣାକୁ ନେଇ କଂଗ୍ରେସ-ବିଜେଡି ମୁହାଁମୁହିଁ ହୋଇଥିବା କୁହାଯାଉଛି । ଗଣ୍ଡଗୋଳକୁ ନେଇ ବିଜେଡି ଓ କଂଗ୍ରେସ ଉଭୟ ଥାନାରେ ଏତଲା ଦେଇଛନ୍ତି । ଘସିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ କଡା ମୁକାବିଲା ହେଉଛି । ଉଭୟ ହେଭିୱେଟ୍‌ ନେତାଙ୍କ ପାଇଁ ରାଜନୀତି ସରଗରମ ରହିଛି । ନିର୍ବାଚନ ଆରମ୍ଭରୁ ଉଭୟ ଦଳରେ ଛକାପଞ୍ଝା ମଧ୍ୟ ଲାଗି ରହିଛି । ରବିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ
ହେବାକୁ ଥବିା ବେଳେ ଗଞ୍ଜାମ ଜଲିା୍ଲ ସାନଖେମୁଣ୍ଡରି ପୂର୍ବତନ ବିଧାୟକ ରମେଶ ଜେନା ଓ ତାଙ୍କ ସମର୍ଥକମାନେ ପ୍ରାୟ ୨୦ଟି ଗାଡ଼ିରେ ଘସିପୁରା ନିର୍ବାଚନମଣ୍ଡଳୀରେ ବୁଲିବା ଘଟଣାକୁ ବିଜେଡି କର୍ମୀମାନେ ସହଜରେ ହଜମ କରିପାରି ନଥିଲେ । ସେମାନେ ମାରଣାସ୍ତ୍ର ଧର ଭୋଟରଙ୍କୁ ଧମକଚମକ ଦେଉଥବିା ମନ୍ତ୍ରୀ ବଦ ି୍ରପାତ ୍ରସାମ୍ବାଦକି ସମ୍ମଳିନୀରେ ଅଭିଯୋଗ କରିଥିଲେ । ତେବେ ସନ୍ଧ୍ୟା ୬ଟା ପରେ ଗଡ଼ବାନ୍ଧଗୋଡା ନିକଟସ୍ଥ ଦାନ୍ତିଆଠାରେ ଏହି କଂଗ୍ରେସ କର୍ମୀମାନେ ଏକାଠି ହୋଇଥିଲେ । ସେମାନେ କେଉଁ ଉଦ୍ଦେଶ୍ୟରେ ସେଠାରେ ପଇଁତରା ମାରୁଥିଲେ ତାହା ସ୍ପଷ୍ଟ ହୋଇପାରିନି ।

ଏହସିମୟରେ ସ୍ଥାନୀୟ କଛି ବେିଜଡ କର୍ମୀ ଏହାର ପ୍ରତିବାଦ କରିଥିଲେ । ଏହି ଘଟଣାକୁ ନେଇ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଥିଲା । ଘଟଣାସ୍ଥଳରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନା ଉପସ୍ଥିତ ଥିବା ବେଳେ ବିଜେଡିର ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରି ନ।ରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଗୁଳିମାଡ଼ ପରେ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବା ପାଇଁ ବିଜେଡି କର୍ମୀମାନେ ସଙ୍ଗଠିତ ହୋଇ ପ୍ରବଳ ଟେକାପଥର ମାଡ଼ କରିଥିଲେ । ଟେକାପଥର ମାଡ଼ରେ ନିରଞ୍ଜନ ଓ ତାଙ୍କ
ସମର୍ଥକମାନେ ରକ୍ତାକ୍ତ ହୋଇଥିଲେ । ଖବରପାଇ ରାମଚନ୍ଦ୍ରପୁର ପୁଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିରଞ୍ଜନ ଓ ରମେଶଙ୍କ ସହିତ ସମର୍ଥକକୁ ଉଦ୍ଧାର କରି ଥାନାକୁ ନେଇଥିଲେ । ଟେକାପଥର ମାଡରେ ୧୦ଟି କାର୍‌ ମଧ୍ୟ ଭାଙ୍ଗିଛି । ପୁଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି । ଘଟଣାସ୍ଥଳରେ କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ ହୋଇଛନ୍ତି । ତେବେ ଦୁଇ ପ୍ରଭାବଶାଳୀ
ନେତାଙ୍କ ଉପସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଭୋଟରଙ୍କ ଭୟଭୀତର କାରଣ ହୋଇଛି । ଏ ସମ୍ପର୍କରେ ଏସପି ଜୟନାରାୟଣ ପଙ୍କଜ କୁହନ୍ତି ନିର୍ବାଚନ ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଯେଉଁମାନେ ଏଭଳି ହିଂସାତ୍ମକ କାର୍ଯ୍ୟ କରିଛନ୍ତି, ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି କହିଛନ୍ତି ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !

୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ