ଜାମିନ ଆବେଦନ ଶୁଣାଣି ପୂର୍ବରୁ ତିହାର ଜେଲରେ ପି. ଚିଦମ୍ବରମଙ୍କୁ ଭେଟିଲେ ରାହୁଳ ଓ ପ୍ରିୟଙ୍କା

ନୂଆଦିଲ୍ଲୀ ୨୭।୧୧ : ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀର ତିହାର ଜେଲ୍‌ରେ ଭେଟିଛନ୍ତି। ଜାମିନ ଆବେଦନ ଶୁଣାଣି ପୂର୍ବରୁ ଦିଲ୍ଲୀର ତିହାର ଜେଲରେ  ପି. ଚିଦମ୍ବରମ୍‌ଙ୍କୁ ରାହୁଳ ଓ ପ୍ରିୟଙ୍କାଭେଟିଛନ୍ତି। ଏହା ପୂର୍ବରୁ କଂଗ୍ରେସ ସାମୟିକ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପି. ଚିଦମ୍ବରମଙ୍କୁ ଭେଟିଥିଲେ। ତେବେ ଭେଟ କରିବାର ପ୍ରାୟ ମାସକ ପରେ ରାହୁଳ ଓ ପ୍ରିୟଙ୍କା ତାଙ୍କୁ ଦେଖା କରିବାକୁ ଆସିଥିଲେ।

ସୂଚନାଯୋଗ୍ୟ ଯେ, ଆଜି ସୁପ୍ରିମ୍‌ କୋର୍ଟ ପି ଚିଦମ୍ବରମ୍‌ଙ୍କ ଆବେଦନର ଶୁଣାଣି କରିବେ। ଚିଦମ୍ବରମ୍‌ଙ୍କ ଜେଲ୍‌ ରହଣି ୯୦ ଦିନରୁ ଅଧିକ ହୋଇଯାଇଥିବା ଦର୍ଶାଇ ତାଙ୍କ ଓକିଲ କପିଳ ସିବଲ କହିଛନ୍ତି ଯେ, ଅଦାଲତ ଅଧିକ ମୁଲତବୀକୁ ଅନୁମତି ନ ଦେଉ। ଦଳୀୟ ନେତାମାନଙ୍କ କହିବା ଅନୁସାରେ, ଜେଲରେ ଚିଦମ୍ବରମଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଧ୍ୟାନ ଭଲ ଭାବେ ନିଆଯାଉନଥିଲା। ତାଙ୍କର ଓଜନ ତିନି ମାସ ମଧ୍ୟରେ ୧୦ କିଲୋରୁ ଅଧିକ କମି ଯାଇଛି।

ଉଲ୍ଲେଖଯୋଗ୍ୟ ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଚିଦମ୍ବରମଙ୍କୁ ଗତ ଅକ୍ଟୋବର ୧୬ ତାରିଖରେ ଇଡି ଗିରଫ କରିଥିଲା। ଏହା ପୂର୍ବରୁ ଗତ ଅଗଷ୍ଟ ୨୧ ତାରିଖରେ ଚିଦମ୍ବରମଙ୍କୁ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆ‌ଇ ଗିରଫ କରିଥିଲା। ତେବେ ଅକ୍ଟୋବର ୨୨ ତାରିଖରେ ସିବିଆଇ ମାମଲାରେ ଚିଦମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ