ଓଡି଼ଶା ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ରହିଛି ଅନେକ ପ୍ରତିଶ୍ରୁତି

ଭୁବନେଶ୍ୱର ୭/୪: ଓଡିଶା ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି କଂଗ୍ରେସ । ଇସ୍ତାହାର ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସର ଏହି ଇସ୍ତାହାର ନାଁ ରହିଛି ‘ଆସିବ କଂଗ୍ରେସ ହସିବ ଓଡିଶା’ । ଇସ୍ତାହାରରେ ଚାଷୀ, ଗରିବ, ମହିଳା, ଯୁବକ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଇଛି । ଏଥିରେ କିଛି ପ୍ରତିଶୃତି ମଧ୍ଯ ରହିଛି ।
ଇସ୍ତାହାରରେ ରହିଛି…
ନ୍ୟାୟ ଯୋଜନାରେ ପ୍ରତି ଗରିବ ପରିବାରଙ୍କୁ ମାସିକ ୬ ହଜାର ଟଙ୍କାର ସହାୟତା ଦିଆଯିବ ।
ପ୍ରତି ପରିବାରର ଯୁବକଙ୍କୁ ସରକାରୀ ହେଉ କିମ୍ବା ବେସରକାରୀ ସଂସ୍ଥାରେ ନିଯୁକ୍ତି ଦିଆଯିବ । ଯେଉଁ ପର୍ଯ୍ୟନ୍ତ ସେମାନେ ଚାକିରୀ ପାଇନାହାନ୍ତି ସେମାନଙ୍କୁ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ଦିଆଯିବ ।
ମନରେଗାକୁ ୧୫୦ ଦିନ ବଢାଯିବ ।
୨୦୨୪ ସୁଦ୍ଧା ସମସ୍ତ ଗାଁ ଓ ସହରାଂଚଳ ବାସିନ୍ଦାଙ୍କୁ ପିଇବା ପାଣି ଦିଆଯିବ ।
୩ ବର୍ଷ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ବର୍ଷକୁ ଅନ୍ୟାନ୍ୟ ଚାଷ କାମ କରିବା ପାଇଁ ଆର୍ଥିକ ସହାୟତା ଦିଆଯିବ । ଧାନ ବ୍ୟତୀତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ମଧ୍ଯ ଗୁରୁତ୍ୱ ଦିଆଯିବ ।
ଚାଷୀଙ୍କ ଋଣ ଛାଡ଼, ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୨୬ ଶହ ଟଙ୍କା, ୩ ବର୍ଷ ଯାଏ ଚାଷୀଙ୍କୁ ପ୍ରତିବର୍ଷ ସ୍ବତନ୍ତ୍ର ୧୦ ହଜାର ଟଙ୍କାର ସହାୟତା ପ୍ରଦାନ ଓ ଭାଗ ଚାଷୀଙ୍କୁ ସେମାନଙ୍କ ଅଧିକାର ଦିଆଯିବ ।
ପ୍ରତ୍ୟେକ ଭୂମିହୀନ ପରିବାରକୁ ୨୦୨୪ ସୁଦ୍ଧା ଭୂମି ଓ ବାସଗୃହ ଯୋଗାଇ ଦିଆଯିବ।
ସଂସଦ, ବିଧାନସଭା ସହିତ ସରକାରୀ ଚାକିରିରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ମିଳିବ ।