PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

କଂଗ୍ରେସର ବର୍ଥଡେ: ସିଏଏ ଓ ଏନଆରସିକୁ ବିରୋଧ କରି ଏମିତି କହିଲେ ରାହୁଲ

ନୁଆଦିଲ୍ଲୀ ୨୮/୧୨:  ୧୮୮୫ ମସିହା ୨୮ ଡିସେମ୍ବରରେ କଂଗ୍ରେସ ଗଠନ ହୋଇଥିଲା । ଆଜି କଂଗ୍ରେସର ୧୩୫ତମ ସ୍ଥାପନ ଦିବସ । ନିଜ ବର୍ଥଡେରେ କଂଗ୍ରେସ ସାରା ଦେଶରେ ସିଏଏ ଓ ଏନଆରସି ବିରୁଦ୍ଧରେ ମୋର୍ଚ୍ଚା ବାହାର କରିଛି । ଆସାମରେ ସିଏଏ ଓ ଏନଆରସି ବିରୁଦ୍ଧରେ ଆୟୋଜିତ ରାଲିରେ ରାହୁଲ କହିଛନ୍ତି କି ଆସାମକୁ ନାଗପୁରରେ ଚାଲିବାକୁ ଦିଆଯିବନି । ସେ କହିଛନ୍ତି, ‘ଆସାମକୁ ଆସାମ ଜନତା ଚଲାଇବେ ।’

ରାହୁଲ କହିଛନ୍ତି, ‘ବିଜେପି ଯେଉଁଠିକି ବି ଯାଉଛି ଘୃଣା ଭାବ ବ୍ୟାପୁଛି । ଆସାମରେ ଯୁବ ବିରୋଧ କରୁଛନ୍ତି, ଅନ୍ୟ ରାଜ୍ୟରେ ମଧ୍ୟ ବିରୋଧ ହେଉଛି । ଆପଣ ସେମାନଙ୍କୁ କାହିଁକି ମାରୁଛନ୍ତି ? ବିଜେପି ଲୋକଙ୍କ ସ୍ୱର ଶୁଣିବାକୁ ଚାହୁଁନି ।‘

ଏହା ପୂର୍ବରୁ ଲକ୍ଷ୍ନୌରେ ଏମିତି ଏକ ମୋର୍ଚ୍ଚାର ନେତୃତ୍ୱ ନେଇଥିଲା ପ୍ରିୟଙ୍କା ଗାନ୍ଧୀ ବାନ୍ଦ୍ରା । ଏହି ଅବସରରେ ସେ କହିଥିଲେ, ‘ସାରା ଦେଶରେ ଏନଆରସିର ଚର୍ଚ୍ଚା କଲ, ଆଜି କହୁଛ ଯେ ଚର୍ଚ୍ଚା ହିଁ ନାହିଁ । ଏହି ଦେଶ ଆପଣଙ୍କୁ ଚିହ୍ନୁଛି । ଆପଣଙ୍କ ଭୀରୁତାକୁ ଚିହ୍ନୁଛି ଏବଂ ଆପଣଙ୍କ ମିଛକୁ ଧରୁଛି ।‘

ମୁମ୍ବାଇରେ ମଧ୍ୟ କଂଗ୍ରେସର ହଜାର ହଜାର କର୍ମୀ ରାସ୍ତାକୁ ଓହ୍ଲାଇ ଆସି ଏନଆରସି-ସିଏଏକୁ ବିରୋଧ କରୁଛନ୍ତି । ଦିଲ୍ଲୀ, ଜୟପୁର ଓ ଚେନ୍ନାଇରେ ମଧ୍ୟ କଂଗ୍ରେସ କର୍ମୀ ମୋର୍ଚ୍ଚା ବାହାର କରିଛନ୍ତି ।

କହିରଖୁଛୁ ଆଜି କଂଗ୍ରେସର ୧୩୫ ତମ ସ୍ଥାପନ ଦିବସ । ଏହି ଅବସରରେ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପାର୍ଟି ମୁଖ୍ୟାଳୟରେ ତ୍ରିରଙ୍ଗା ଉଡାଇ ଥିଲେ । କଂଗ୍ରେସ ‘ସମ୍ବିଧାନ ବଞ୍ଚାଅ’ ନାରା ଦେଇ ସାରା ଦେଶରେ ଫ୍ଲାଗ୍ ମାର୍ଚ୍ଚ ବାହାର କରିଛି ।