ମାସ୍କ ପିନ୍ଧିନଥିଲେ: ପଚାରିବାରୁ କଂଗ୍ରେସ ବିଧାୟକ କହିଲେ ‘ପ୍ରତିଦିନ ୪ ବାଜେରା ରୁଟି ଖାଉଛି, ମୋତେ କେମିତି କରୋନା ହେବ’

https://m.dailyhunt.in/
ନୂଆଦିଲ୍ଲୀ ୨୩/୨: ଦେଶରେ ଅନେକ ରାଜ୍ୟରେ କରୋନା ମାମଲା ବଢିବା ପରେ ମଧ୍ୟ ସଚେତନ ହେଉନାହାଁନ୍ତି ସାଧାରଣ ନାଗରିକ । ଖାଲି ନାଗରିକ ନୁହେଁ, ଜନ ପ୍ରତିନିଧିମାନେ ମଧ୍ୟ ଅବହେଳା କରୁଛନ୍ତି । ପ୍ରାୟତଃ ଦେଖିବାକୁ ମିଳୁଛି ଯେ ନେତା ଓ ବିଧାୟକମାନେ ମଧ୍ୟ ମହାମାରୀକୁ ଗମ୍ଭୀରତାର ସହ ନେଉନାହାଁନ୍ତି । ମଧ୍ୟ ପ୍ରଦେଶରେ କରୋନାର ବଢୁଥିବା ମାମଲା ମଧ୍ୟରେ କଂଗ୍ରେସ ବିଧାୟକ ବୈଜନାଥ କୁଶୱାହ ବିନା ମାସ୍କରେ ନଜର ଆସିଛନ୍ତି । ଯେତେବେଳେ ତାଙ୍କୁ ମାସ୍କ କାହିଁକି ପିନ୍ଧିନାହାଁନ୍ତି ବୋଲି ପଚରାଗଲା ସେ ଏହାର ଜବାବ ଭିନ୍ନ ଢଙ୍ଗରେ ଦେଇଛନ୍ତି ।
ମଧ୍ୟ ପ୍ରଦେଶ କଂଗ୍ରେସ ବିଧାୟକ ବୈଜନାଥ କୁଶୱାହ କହିଛନ୍ତି ଯେ ସେ ପ୍ରତିଦିନ ବାଜରାର ୪ ରୋଟି ଖାଉଛନ୍ତି । ତାଙ୍କୁ କେମିତି କରୋନା ହେବ । ଯେତେବେଳେ ମିଡିଆ ତାଙ୍କୁ ପ୍ରଶ୍ନ କଲା ଯେ ଏଭଳି ସମୟରେ ସେ କାହିଁକି ବିନା ମାସ୍କରେ ବୁଲୁଛନ୍ତି ସେ ବାଜରା ରୋଟି ଖାଇ ଇମ୍ୟୁନିଟି ବୁଷ୍ଟ ହେବା କଥା କହି ନିଜ ଅବହେଳାକୁ ଲୁଚାଇ ଦେଲେ ।
ବିଧାନସଭା ବାହାରେ ବିନା ମାସ୍କରେ ନଜର ଆସିଲେ
ମଧ୍ୟ ପ୍ରଦେଶରେ ଏକମାତ୍ର କଂଗ୍ରେସ ବିଧାୟକ ବୈଜନାଥ କୁଶୱାହ ନୁହଁନ୍ତି, କରୋନା ସମୟରେ ଅନେକ ନିୟମକୁ ବେଖାତିର କରିଛନ୍ତି । ରାଜ୍ୟର ବିଧାନସଭା ବାହାରେ ଅନେକ ସାଂସଦଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଲା । ଏହାପରେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଯଦି ଜନପ୍ରତିନିଧି ନିୟମ ମାନୁନାହାଁନ୍ତି ତେବେ ସାଧାରଣ ନାଗରିକ ନିୟମକୁ କେତେ ପାଳନ କରିବେ ।
ମହାରାଷ୍ଟ୍ର ସହିତ ମଧ୍ୟ ପ୍ରଦେଶରେ ମଧ୍ୟ ପୁଣି କରୋନା ମାମଲା ବଢିବାରେ ଲାଗିଛି । ଏଭଳି ସମୟରେ ବିନା ମାସ୍କରେ ବୁଲିବା ବିପଜ୍ଜନକ ହୋଇପାରେ । ଏହା ପରେ ମଧ୍ୟ ଜନତାଠୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଅତି ହାଲୁକା ଭାବେ ନେଉଛନ୍ତି । କଂଗ୍ରେସ ବିଧାୟକଙ୍କ ଏମିତି ବୟାନରୁ ଅବହେଳା ନେଇ ଏହା ସ୍ପଷ୍ଟ ହେଉଛି ।