ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦ, ସାଇକେଲରେ ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର ୨୩।୨: ଆଶ୍ଵସ୍ତି ପରେ ଝଟକା। ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ସାଧାରଣ ଜନତାଙ୍କ ଉପରେ ବେଶ୍ ପ୍ରଭାବ ପକାଉଛି । ତେବେ ଏନେଇ କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ବୃଦ୍ଧିର ପ୍ରତିବାଦ କରିଛନ୍ତି ।
ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ବେଳେ କଂଗ୍ରେସ ବିଧାୟକମାନେ ସାଇକେଲରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ ଓ ସୁର ରାଉତରାୟ ସାଇକେଲରେ ବିଧାନସଭା ଆସିଛନ୍ତି ।