PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଭୁଲ୍ ହେଲା ସବୁ ଅନୁମାନ; ସିଦ୍ଧୁ ନା ସୁଖଜିନ୍ଦର, ପଞ୍ଜାବର ମୁଖ୍ୟମନ୍ତ୍ରୀ ହେଲେ ଚରଣଜିତ୍ ସିଂହ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ମୁଖ୍ୟମନ୍ତ୍ରୀ ହେବା ନେଇ ରାଜନୈତିକ ସମୀକ୍ଷକଙ୍କର ସବୁ ଅନୁମାନ ଭୁଲ୍ ପ୍ରମାଣିତ କରି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି କଂଗ୍ରେସ। ଚରଣଜୀତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ଦଳ। ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ରାୱତ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଏନେଇ ହରିଶ ରାୱତ ଟ୍ୱିଟ୍ କରି ଲେଖିଛନ୍ତି “ମୋତେ ଏହା ଘୋଷଣା କରି ଖୁସୀ ଲାଗୁଛି ଯେ ଚରଣଜୀତ ସିଂହ ଚନ୍ନିଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ନର୍ବାଚିତ କରାଯାଇଛି।”

ଏହା ପୂର୍ବରୁ ସୁଖଜୀନ୍ଦର ରାଂଧୱାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଚରଣଜୀତ ସିଂହଙ୍କ ନାଁରେ ମୋହର ବାଜିବାରୁ ଏଥିରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ରଂଧୱା। ସେ କହିଛନ୍ତି ଯେ ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି। ମୁଁ ଏହାକୁ ସ୍ୱାଗତ କରୁଛି। ଚନ୍ନି ମୋ ସାନ ଭାଇ ଭଳି। ମୁଁ ଏଥିରେ ନିରାଶ ହୋଇନାହିଁ ବୋଲି ସୁଖଜିନ୍ଦର କହିଛନ୍ତି।    

ସିଦ୍ଧୁ-ଅମରିନ୍ଦରଙ୍କ ମଧ୍ୟରେ ଅନେକ ଦିନ ଧରି ବାଦ ବିବାଦ ଚାଲିଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପ୍ଟେନ୍ ଅମରିନ୍ଦର ସିଂହ। ତାଙ୍କ ବିରୋଧରେ ବାରମ୍ବାର ବିଧାୟକ ଦଳର ବୈଠକ, ଆଲୋଚନାରୁ ତାଙ୍କୁ ଅପମାନିତ ଅନୁଭବ ହେଲା। ଏଥିପାଇଁ ବାଧ୍ୟ ହୋଇ ସେ ଇସ୍ତଫା ଦେଲେ ବୋଲି ଅମରିନ୍ଦର କହିଥିଲେ। ଅନ୍ୟପଟେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବେନି ବୋଲି ଏକ ପ୍ରକାର ଚେତବାନୀ ଶୁଣାଇଥିଲେ ଅମରିନ୍ଦର ସିଂହ। ଏହାରି ଭିତରେ ଅମ୍ବିକା ସୋନୀଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ଉଠିଥିଲେ ବି ଏକଥାକୁ ନିଜେ ଅସ୍ୱୀକାର କରିଥିଲେ ଅମ୍ବିକା। ପରେ ସୁଖଜିନ୍ଦରଙ୍କ ନାଁ ବି ମୁଖ୍ୟମନ୍ତ୍ରୀ ପଦ ପାଇ ଚର୍ଚ୍ଚାରେ ରହିଥିଲା।

ସମ୍ବନ୍ଧିତ ଖବର