PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ୟାକୁବ ମେନନର ଫାଶୀକୁ ବିରୋଧ କରିଥିଲେ ଏହି ବିଧାୟକ, ଏବେ ଉଦ୍ଧବଙ୍କ କ୍ୟାବିନେଟରେ ମନ୍ତ୍ରୀ

ମୁମ୍ବାଇ, ୩୦|୧୨:     ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରର ଆଜି ମନ୍ତ୍ରୀମଣ୍ଡଳର ବିସ୍ତାର ହୋଇଛି। ଯେଉଁଥିରେ ଏନସିପିର ବରିଷ୍ଠ ନେତା ଅଜିତ ପାଓ୍ୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି। ଏହା ବ୍ୟତୀତ ଉଦ୍ଧବଙ୍କ ପୁତ୍ର ଆଦିତ୍ୟ ଠାକରେଙ୍କ ସମେତ, ଶିବସେନା, ଏନସିପି ଓ କଂଗ୍ରେସର ୩୬ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଏହି ମନ୍ତ୍ରୀମଣ୍ଡଳରେ ଥିବା ଚେହେରା ମଧ୍ୟରୁ ଅସଲାମ୍ ସେଖଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ପରେ ଶିବସେନାକୁ ତାତ୍ସଲ୍ୟ କରାଯାଉଛି। ସେହିପରି କଂଗ୍ରେସ ଓ ମନ୍ତ୍ରୀ ଅସଲାମ ସେଖଙ୍କୁ ମଧ୍ୟ ତୀବ୍ର ବିରୋଧ କରାଯାଉଛି।

ଅସଲାମ ସେଖ୍ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଦୋଷୀ ୟାକୁବ ମେନନଙ୍କୁ କ୍ଷମା କରିବାକୁ ନିବେଦନ କରିଥିଲେ। ୟାକୁବକୁ ମୁମ୍ବାଇ ବିସ୍ଫୋରଣ ପାଇଁ ଫାଶୀ ଦଣ୍ଡ ଶୁଣାଯାଇଥିଲା।

ତାଙ୍କୁ ମହାରାଷ୍ଟ୍ର ରାଜନୀତିରେ ଜଣେ ଜଣାଶୁଣା ମୁସଲିମ ଚେହେରା ଭାବେ ସମସ୍ତେ ଜାଣିଛନ୍ତି। ସେ ଉଦ୍ଧବଙ୍କ ସରକାରରେ ମନ୍ତ୍ରୀ ହୋଇଛନ୍ତି। ସେ ଲଗାତାର ତୃତୀୟ ଥର ପାଇଁ ବିଧାୟକ ହୋଇଥିଲେ। କଂଗ୍ରେସର ୪୪ଜଣ ବିଧାୟକଙ୍କ ମଧ୍ୟରୁ ୩ଜଣ ମୁସଲିମ ବିଧାୟକ ରହିଛନ୍ତି।